Image Courtesy of India Today
ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମାମଲାରେ ଭାରତ ନଜର ରଖିଥିବା କହିଛି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚୀ ଆଜି କହିଛନ୍ତି, ଟ୍ରମ୍ପ୍ଙ୍କ ମାମଲାରେ ଆମେ ନଜର ରଖିଛୁ। ଏହା ଆମେରିକା ବିଚାରବିଭାଗୀୟ ବ୍ୟବସ୍ଥାର ବିଷୟବସ୍ତୁ ଏବଂ ଆମେ ଏହା ଉପରେ ନଜର ରଖିଛୁ ବୋଲି ବାଗ୍ଚି କହିଛନ୍ତି। ଉଳ୍ଲେଖଯୋଗ୍ୟ, ୭୬ ବର୍ଷୀୟ ଡୋନାଲ୍ଡ ଟ୍ରମ୍ପ୍ ଅପରାଧିକ ମାମଲାରେ ଦୋଷୀସାବ୍ୟସ୍ତ ହେବାରେ ଆମେରିକାର ପ୍ରଥମ ପୂର୍ବତନ ରାଷ୍ଟ୍ରପତି। ପର୍ନ ଷ୍ଟାର ଷ୍ଟର୍ମି ଡାନିଏଲ୍ସଙ୍କୁ ୧୩୦,୦୦୦ ଆମେରିକୀୟ ଡଲାର ଦେଇଥିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ଚାଲିଛି।
Follow Us