କୋଲ୍କାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଶାସକ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହୋଇଥିଲେ ବି ସଦ୍ୟତମ ସୂଚନା ଅନୁସାରେ ସଂଖ୍ୟା ଗରିଷ୍ଠତା ସୀମା ଟପି ସମ୍ପ୍ରତି ‘ଟିଏମ୍ସି’ ‘ବିଜେପି’ ଠାରୁ ଆଗୁଆ ରହିଛି।
ପୂର୍ବାହ୍ନ ୧୧ଟା ସୁଦ୍ଧା ‘ଟ୍ରେଣ୍ଡ୍’ରୁ ମିଳିଥିବା ସୂଚନା ଅନୁସାରେ, ତୃଣମୂଳ କଂଗ୍ରେସ ୧୬୨ ଆସନରେ ଅଗ୍ରଣୀ ଥିବାବେଳେ ବିଜେପି ମାତ୍ର ୮୯ଟି ଆସନରେ ଆଗୁଆ ରହିଛି। ଏହାଛଡ଼ା, ବାମଦଳ କଂଗ୍ରେସ ଏବଂ ଆଇଏସ୍ଏଫ୍ ମେଣ୍ଟ ୫ଟି ଆସନରେ ଆଗୁଆ ହୋଇ ତୃତୀୟ ସ୍ଥାନରେ ଅଛନ୍ତି।
Image Courtesy of The Financial Expressସମ୍ପ୍ରତି ତୀବ୍ର ପ୍ରତିଦ୍ବନ୍ଦ୍ବିତା କ୍ଷେତ୍ର ନନ୍ଦୀଗ୍ରାମ ବିଧାନସଭା ଆସନ ଉପରେ ସମସ୍ତଙ୍କ ଦୃଷ୍ଟି ରହିଛି। ସେଠାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୪୦୦୦ରୁ ଊର୍ଦ୍ଧ୍ବ ଭୋଟ୍ରେ ପଛୁଆ ରହିଛନ୍ତି।
ସମ୍ପ୍ରତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମଗ୍ର ଦେଶରେ ଆଲୋଚ୍ୟ ପ୍ରସଙ୍ଗ ହୋଇ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୩ୟ ଥର ନିମନ୍ତେ କ୍ଷମତାରେ ରହିବାକୁ ଉଦ୍ୟମ କରିଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାମ ମଧ୍ୟ ଘୋଷଣା କରିନାହିଁ। କିନ୍ତୁ, ୨୦୦ରୁ ଅଧିକ ଆସନରେ ବିଜୟୀ ହେବ ବୋଲି ବିଜେପି ଘୋଷଣା କରିଛି।
Follow Us