ଦେଶର ଚତୁର୍ଥ ରାଜ୍ୟ ଭାବେ ପଶ୍ଚିମବଙ୍ଗ ବିଧାନସଭାରେ ସିଏଏକୁ ବିରୋଧ କରି ପାରିତ ହେଲା ପ୍ରସ୍ତାବ

ଭାରତ-ବାଂଲାଦେଶ ବାଣିଜ୍ୟରେ ମମତା ବାଧକ

GNS News

କୋଲକାତା: ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ବିରୋଧ କରି ପଶ୍ଚିମବଙ୍ଗ ବିଧାନସଭାରେ ଆଜି ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପକ୍ଷରୁ ଏକ ପ୍ରସ୍ତାବ ପାରିତ ହୋଇ ଯାଇଛି। ପଶ୍ଚିମବଙ୍ଗ ବିଧାନସଭାରେ ଆଜି ପାରିତ ହୋଇ ଯାଇଥିବା ପ୍ରସ୍ତାବରେ ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ପ୍ରତ୍ୟାହାର ସହ ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆରସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ପିଆର)କୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ସରକାର ଯେଉଁ ଯୋଜନା ରଖିଛନ୍ତି ତାହାକୁ ମଧ୍ୟ ବନ୍ଦ କରିବା ପାଇଁ ପାରିତ ହୋଇ ଯାଇଥିବା ପ୍ରସ୍ତାବରେ କୁହାଯାଇଛି। ପଶ୍ଚିମବଙ୍ଗର ସଂସଦୀୟ ବ୍ୟାପାର ମନ୍ତ୍ରୀ ପାର୍ଥ ଚାଟାର୍ଜୀ ତୃଣମୂଳ ସରକାରଙ୍କ ପକ୍ଷରୁ ଏହି ପ୍ରସ୍ତାବକୁ ବିଧାନସଭାରେ ଆଗତ କରିଥିଲେ।

ଉଲ୍ଲେଖଯୋଗ୍ୟ, ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ବିରୋଧ କରି ବିଧାନସଭାରେ ପ୍ରସ୍ତାବ ପାରିତ କରାଇବାରେ ପଶ୍ଚିମବଙ୍ଗ ହେଉଛି ଦେଶର ଚତୁର୍ଥ ରାଜ୍ୟ। ଏହା ପୂର୍ବରୁ କେରଳ, ରାଜସ୍ଥାନ ଓ ପଞ୍ଜାବ ରାଜ୍ୟ ବିଧାନସଭାରେ ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ବିରୋଧ କରି ସଂପୃକ୍ତ ରାଜ୍ୟମାନଙ୍କର ବିଧାନସଭାମାନଙ୍କରେ ପ୍ରସ୍ତାବ ପାରିତ ହୋଇଯାଇଥିଲା।

ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ସୁପ୍ରିମୋ ମମତା ବାନାର୍ଜୀ ଦେଶର ସମସ୍ତ ବିରୋଧୀ ଦଳର ନେତାମାନଙ୍କୁ ଆହ୍ଵାନ ଦେଇ ନିଜ ନିଜ ଭିତରେ ରହିଥିବା ସଂକୀର୍ଣ୍ଣ ମତଭେଦକୁ ଦୂରକରି ଏକଜୁଟ ହୋଇ ନାଗରିକତା (ସଂଶୋଧନ) ବିଲ୍‌ ୨୦୧୯ (ସିଏଏ)କୁ ବିରୋଧ କରିବା ସହ କେନ୍ଦ୍ରର ଅହଂକାରୀ ଓ ଏକଛତ୍ରବାଦୀ ବିଜେପି ସରକାର ବିରୋଧରେ ଲଢ଼ିବାକୁ ଆହ୍ଵାନ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe