ପଶ୍ଚିମବଙ୍ଗ ବନ୍ଦ: ଛାତ୍ରମାନଙ୍କ ମୃତ୍ୟୁ ଯୋଗୁଁ ପ୍ରତିବାଦକାରୀମାନେ ସରକାରୀ ବସ୍‌ ଭାଙ୍ଗିଲେ

Advertisment
ପଶ୍ଚିମବଙ୍ଗ ବନ୍ଦ: ଛାତ୍ରମାନଙ୍କ ମୃତ୍ୟୁ ଯୋଗୁଁ ପ୍ରତିବାଦକାରୀମାନେ ସରକାରୀ ବସ୍‌ ଭାଙ୍ଗିଲେ

କୋଲକାତା: ପଶ୍ଚିମବଙ୍ଗରେ ଭାରତୀୟ ଜନତା ପାର୍ଟି ବନ୍ଦ ଡାକରା ଦେଇଥିବା ବେଳେ ବୁଧବାର ଦିନ ପଶ୍ଚିମ ମିଦ୍‌ନାପୁର ଅନ୍ତର୍ଗତ ସିପାଇବଜାର ଦୁଇଟି ସରକାରୀ ବସ୍‌ ଭାଙ୍ଗି ପୋଡ଼ି ଦିଆଯାଇଛି।

ବିକ୍ଷୋଭକାରୀମାନେ ଟାୟାରା ଜଳାଇ ୬୦ ନମ୍ବର ରାଜପଥ ଅବରୋଧ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ, ପୁଲିସ ଚଳାଚଳ ବ୍ୟାହତ ରଖିବାକୁ ତୁରନ୍ତ ଅବରୋଧ ହଟାଇ ଦେଇଥିଲା।

ଉତ୍ତର ଦିନାଜପୁରସ୍ଥିତ ଇସ୍‌ଲାମ୍‌ପୁର ସ୍କୁଲ୍‌ ହିଂସାକାଣ୍ଡ ବିରୋଧରେ ପ୍ରତିବାଦ ଜଣାଇବା ନିମନ୍ତେ ବିଜେପି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା। ହିଂସାକାଣ୍ଡ ବେଳେ ପୁଲିସ ସହ ସଂର୍ଘଷ ଘଟି ଦୁଇ ଜଣ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା।

୧୨ ଘଣ୍ଟିଆ ବନ୍ଦ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତୃଣମୂଳ କଂଗ୍ରେସ ପଣ କରିଛି।

ବନ୍ଦ ଆଗରୁ ନିରାପତ୍ତା ବ୍ୟବସ୍ଥା ସୁଦୃଢ଼ କରାଯାଇଛି। ସହର ସାରା ସମୁଦାୟ ୪୦୦୦ ନିରାପତ୍ତା କର୍ମଚାରୀଙ୍କୁ ମୁତୟନ କରାଯାଇଛି। ଅଫିସ ଆସିବାକୁ ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ବାଧ୍ୟତାମୂଳକ କରାଯାଇଛି। ବସ୍‌ ଓ ଟେମ୍ପୋ ଷ୍ଟାଣ୍ଡ୍‌, ମେଟ୍ରୋ ଏବଂ ରେଳ ଷ୍ଟେସନ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଇସ୍‌ଲାମପୁରସ୍ଥିତ ଡାରିଭିତ୍‌ ହାଇସ୍କୁଲ୍‌ରେ ଉର୍ଦ୍ଦୁ ଶିକ୍ଷକ ମନୋନୟନ ଯୋଗୁଁ ବିବାଦର ସୂତ୍ରପାତ ହୋଇଥିଲା। ପ୍ରତିବାଦକାରୀ ଛାତ୍ରମାନେ କହିଥିଲେ କି, ଉର୍ଦ୍ଦୁ ପରିବର୍ତ୍ତେ ଆମର ବିଜ୍ଞାନ ଓ ଇଂରାଜୀ ଶିକ୍ଷକ ଆବଶ୍ୟକ।

ଗୁରୁବାର ଦିନ ଛାତ୍ର ଏବଂ ସ୍ଥାନୀୟ ଲୋକେ ଦୁଇ ନବ ନିଯୁକ୍ତ ଶିକ୍ଷକଙ୍କୁ ସ୍କୁଲ୍‌ ଭିତରକୁ ଛାଡ଼ି ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe