ମମତାଙ୍କୁ ପଶ୍ଚିମବଙ୍ଗର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି କହିବା ସହ ପ୍ରଶଂସାରେ ପୋତିଲେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ

Advertisment
ମମତାଙ୍କୁ ପଶ୍ଚିମବଙ୍ଗର ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ବୋଲି କହିବା ସହ ପ୍ରଶଂସାରେ ପୋତିଲେ ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କୁ ଜଣେ ଭ୍ରଷ୍ଟାଚାରୀ, ଅପାରଗ, ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ଭାବେ ଚିତ୍ରଣ କରି ତାଙ୍କୁ ‘ଶାସନ କ୍ଷମତାରୁ ଓପାଡ଼ି ଫିଙ୍ଗି ଦେବା ପାଇଁ’ ଶାସକ ବିଜେପି ଦଳର ବରିଷ୍ଠ ନେତାମାନେ ଆହ୍ଵାନ ଦେଉଥିବା ବେଳେ ଆଜି ମମତାଙ୍କ ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି ଦେଶର ଧନୀ ନମ୍ବର୧ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନୀ।

‘ବେଙ୍ଗଲ ଗ୍ଲୋବାଲ ବିଜିନେସ୍‌ ସମିଟ୍‌ ୨୦୧୯’ରେ ଉଦ୍‌ବୋଧନ ଦେବା ଅବସରରେ ମୁଖ୍ୟମନ୍ତ୍ରୀ ମମତାଙ୍କର ଭୂରିଭୂରି ପ୍ରଶଂସା କରିଛନ୍ତି ମୁକେଶ ଅମ୍ବାନୀ। ମମତାଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ଦ୍ରୁତ ବିକାଶ ସାଧିତ ହୋଇଥିବା ବେଳେ ମୋଟ ଘରୋଇ ଉତ୍ପାଦ (ଜିଡିପି)ରେ ମଧ୍ୟ ଆଶାତୀତ ବୃଦ୍ଧି ଘଟିଛି ବୋଲି କହିଛନ୍ତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ।


ଏତିକିରେ ଅଟକି ରହି ଯାଇନାହାନ୍ତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗ ‘ଶ୍ରେଷ୍ଠ’ ବେଙ୍ଗଲରେ ପରିଣତ ହୋଇ ପାରିଛି। ଦେଶର ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ପଶ୍ଚିମବଙ୍ଗର ଜିଡିପି ଅଭିବୃଦ୍ଧି ହାର ସର୍ବାଧିକ ରହିଥିବା ଦର୍ଶାଇ ଆଗାମୀ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ପଶ୍ଚିମବଙ୍ଗରେ ୧୦,୦୦୦ କୋଟିର ପୁଞ୍ଜି ନିବେଶ କରିବ ବୋଲି ଘୋଷଣା କରିଛନ୍ତି ରିଲାଏନ୍ସ ଅଧ୍ୟକ୍ଷ ମୁକେଶ ଅମ୍ବାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe