ପଶ୍ଚିମବଙ୍ଗ ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି ପରିବାର ଲୋକଙ୍କ ଅଭିଯୋଗ

Advertisment
ପଶ୍ଚିମବଙ୍ଗ ବିଧାୟକଙ୍କ ଝୁଲନ୍ତା ଶବ ଉଦ୍ଧାର, ହତ୍ୟା କରି ଝୁଲାଇ ଦିଆଯାଇଛି ବୋଲି ପରିବାର ଲୋକଙ୍କ ଅଭିଯୋଗ

କୋଲ୍‌କାତା: ସୋମବାର ସକାଳେ ପଶ୍ଚିମବଙ୍ଗର ଉତ୍ତର ଦିନାଜପୁର ଜିଲ୍ଲା ଅନ୍ତର୍ଗତ ହେମତାବାଦର ବିଜେପି ବିଧାୟକ ଦେବେନ୍ଦ୍ର ନାଥ ରାୟଙ୍କ ଶବ ଝୁଲନ୍ତା ଅବସ୍ଥାରେ ତାଙ୍କ ଗାଁ ବିନ୍ଦାଲରେ ଥିବା ଘର ନିକଟରେ ଦେଖିବାକୁ ମିଳିଥିଲା।

ବିଧାୟକ ରାୟଙ୍କ ପରିବାର ଲୋକେ ଦାବି କରିଛନ୍ତି ଯେ, ତାଙ୍କୁ ହତ୍ୟା କରାଯିବା ପରେ ଝୁଲାଇ ଦିଆଯାଇଛି। ସ୍ଥାନୀୟ ଲୋକେ ମଧ୍ୟ ଦାବି କରିଛନ୍ତି ଯେ, ବିଜେପି ବିଧାୟକଙ୍କୁ ହତ୍ୟା କରି ଟାଙ୍ଗି ଦିଆଯାଇଛି। କିନ୍ତୁ, ପୁଲିସ କହିଛି ଯେ, ଶବ ବ୍ୟବଚ୍ଛେଦ ହେବା ପରେ ଯାଇ ମୃତ୍ୟୁର କାରଣ ଜଣାପଡ଼ିବ। ବ୍ୟବଚ୍ଛେଦ ନିମନ୍ତେ ତାଙ୍କ ଶବକୁ ରାଇଗଞ୍ଜ୍ ଡାକ୍ତରଖାନାକୁ ପଠାଯାଇଛି।

publive-image Image Courtesy of ABP Live

ଟୁଇଟ୍ କରି ପଶ୍ଚିମବଙ୍ଗ ବିଜେପି କହିଛି, ଉତ୍ତର ଦିନାଜପୁରର ସଂରକ୍ଷିତ ଆସନ ହେମତାବାଦର ବିଜେପି ବିଧାୟକ ଶ୍ରୀ ଦେବେନ୍ଦ୍ରନାଥ ରାୟଙ୍କ ଶବ ବିନ୍ଦାଲ ଗାଁରେ ଥିବା ତାଙ୍କ ଘର ନିକଟରେ ଝୁଲିଥିବା ଅବସ୍ଥାରେ ମିଳିଛି। ଲୋକେ ସ୍ପଷ୍ଟ ଭାବେ କହୁଛନ୍ତି ଯେ, ପ୍ରଥମେ ତାଙ୍କୁ ହତ୍ୟା କରାଯାଇ ପରେ ଟାଙ୍ଗି ଦିଆଯାଇଛି। ତାଙ୍କ ଅପରାଧ କ’ଣ? ୨୦୧୯ରେ ସେ ବିଜେପିରେ ଯୋଗ ଦେଇଥିଲେ।

publive-image Image Courtesy of Free Press Journal

ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ବିଜେପି ନେତା ନେତା ରାହୁଳ ସିହ୍ନା ରୟଙ୍କ ହତ୍ୟା‌ରେ ତୃଣମୂଳ କଂଗ୍ରେସ ସମ୍ପୃକ୍ତ ଥିବା କଥା ଦୋଷାରୋପ କରିଛନ୍ତି।

ପୂର୍ବରୁ ସିପିଆଇ(ଏମ୍) ବିଧାୟକ ଥିବା ରାୟ ଦଳ ବଦଳ କରି ୨୦୧୯ରେ ବିଜେପିରେ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe