ପଶ୍ଚିମବଙ୍ଗ ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ମମତା

Advertisment
ପଶ୍ଚିମବଙ୍ଗ ଉପନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ମମତା

କୋଲକାତା : ଆଗାମୀ ୩୦ ତାରିଖରେ ହେବାକୁ ଥିବା ଭବାନୀପୁର ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା‌ ବାନାର୍ଜୀ ଶୁକ୍ରବାର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଲିପୁରଠାରେ ରାଜ୍ୟର କେତେକ ମନ୍ତ୍ରୀ ଏବଂ ତୃଣମୂଳ କଂଗ୍ରେସର ବରିଷ୍ଠ ନେତାମାନଙ୍କ ସହ ମମତା ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଭବାନୀପୁର ଆସନରେ ହେଉଥିବା ଉପନିର୍ବାଚନରେ ମମତା ବିଜେପିର ପ୍ରିୟଙ୍କା ତିବରେୱାଲ ଏବଂ ବାମମୋର୍ଚ୍ଚାର ଶ୍ରୀଜୀବ ବିଶ୍ବାସଙ୍କୁ ଟକ୍କର ଦେବେ। ଅକ୍ଟୋବର ୩ ତାରିଖରେ ନିର୍ବାଚନ ଫଳାଫଳ ଘୋଷଣା ହେବ।

ମମତା ପ୍ରାର୍ଥିପତ୍ର ଦାଖଲ କରିବା ମାତ୍ରେ ତୃଣମୂଳ କାର୍ଯ୍ୟକର୍ତ୍ତାମାନେ ‘ଖେଲା ହୋବେ’ ସ୍ଲୋଗାନ ଦେଇଥିଲେ। ବିଧାନସଭା ନିର୍ବାଚନ ସମୟରେ ଖେଲା ହୋବେ ସ୍ଲୋଗାନ ବେଶ୍ ଚର୍ଚ୍ଚାରେ ରହିଥିଲେ। ବିଧାନସଭା ନିର୍ବାଚନରେ ଟିଏମ୍‌ସି ହ୍ୟାଟ୍ରିକ ବିଜୟ ହାସଲ କରିଥିଲେ ହେଁ ନିଜେ ମମତା ନନ୍ଦୀଗ୍ରାମ ଆସନରେ ପରାଜିତ ହୋଇଥିଲେ। ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ହେଲେ ମମତାଙ୍କୁ ଉପନିର୍ବାଚନରେ ବିଜୟ ହାସଲ କରିବାକୁ ହେବ। ଭବାନୀପୁର ମମତାଙ୍କ ଗୃହ କ୍ଷେତ୍ର ଏବଂ ୨୦୧୧ ଓ ୨୦୧୬ରେ ଏହି ଆସନରୁ ସେ ବିଜୟୀ ହୋଇଥିଲେ। ହେଲେ ଚଳିତ ବର୍ଷ ଏପ୍ରିଲ-ମେରେ ହୋଇଥିବା ବିଧାନସଭା ନିର୍ବାଚନରେ ଭବାନୀପୁର ଛାଡ଼ି ନନ୍ଦୀଗ୍ରାମ ଆସନରୁ ପ୍ରାର୍ଥୀ ହୋଇ ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କଠାରୁ ପରାସ୍ତ ହୋଇଥିଲେ। ରାଜ୍ୟ କୃଷିମନ୍ତ୍ରୀ ଶୋଭନଦେବ ଚାଟାର୍ଜୀ ମୁଖ୍ୟମନ୍ତ୍ରୀ ପାଇଁ ଭବାନୀପୁର ଆସନ ଛାଡ଼ିବାକୁ ମେ ମାସରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଏହି ଆସନରେ ଉପନିର୍ବାଚନ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe