ପଶ୍ଚିମବଙ୍ଗ ଉପନିର୍ବାଚନ: ଭବାନୀପୁରରେ ମମତାଙ୍କ ବଡ଼ ବିଜୟ

Advertisment

୫୮ ହଜାର ଭୋଟ୍‌ରେ ପ୍ରିୟଙ୍କାଙ୍କୁ ହରାଇଲେ, ୩ଟି ଯାକ ଆସନରେ ତୃଣମୂଳ ବିଜୟୀ

୫୮ ହଜାର ଭୋଟ୍‌ରେ ପ୍ରିୟଙ୍କାଙ୍କୁ ହରାଇଲେ, ୩ଟି ଯାକ ଆସନରେ ତୃଣମୂଳ ବିଜୟୀ

ପଶ୍ଚିମବଙ୍ଗ ଉପନିର୍ବାଚନ: ଭବାନୀପୁରରେ ମମତାଙ୍କ ବଡ଼ ବିଜୟ

କୋଲକାତା: ପଶ୍ଚିମବଙ୍ଗରେ ଭବାନୀପୁର ସମେତ ଜଙ୍ଗିପୁର ଓ ସାମଶେରଗଞ୍ଜରେ ହୋଇଥିବା ଉପନିର୍ବାଚନରେ ତୃଣମୂଳ କଂଗ୍ରେସ ବିଜୟୀ ହୋଇଛି। ଭବାନୀପୁର ଆସନରେ ତୃଣମୂଳ ସୁପ୍ରିମୋ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ଼ ବିଜୟ ହୋଇଛି। ସେ ୫୮,୮୩୨ ହଜାର ଭୋଟ୍‌ରେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବରେୱାଲଙ୍କୁ ହରାଇଛନ୍ତି। ମମତା ମୋଟ ୮୪,୭୦୯ ଭୋଟ୍‌ ପାଇଥିବା ବେଳେ ତାଙ୍କର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବରେୱାଲଙ୍କୁ ୨୬,୩୨୦ ଭୋଟ୍‌ ମିଳିଛି। ଜଙ୍ଗିପୁର ଆସନରେ ତୃଣମୂଳ ପ୍ରାର୍ଥୀ ଜାକିର ହୁସେନ୍‌ ୯୨,୨୩୨ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିବା ବେଳେ ସାମଶେରଗଞ୍ଜ ଆସନରେ ଟିଏମ୍‌ସି ପ୍ରାର୍ଥୀ ଅମିରୁଲ ଇସ୍‌ଲାମ ୨୬,୧୧୧ ଭୋଟ୍‌ରେ ବିଜୟୀ ହୋଇଛନ୍ତି।

ଗତ ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନନ୍ଦିଗ୍ରାମ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ଖୁବ୍‌ କମ୍‌ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଥିଲେ। ତେବେ ଲଗାତାର ତୃତୀୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ମମତା। ତାଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାର ଥିଲା। ଭବାନୀପୁର ବିଧାନସଭା ଉପନିର୍ବାଚନରେ ତାଙ୍କର ବିଜୟ ବିଭିନ୍ନ ଦୃଷ୍ଟିରୁ ମହତ୍ତ୍ବ ରଖୁଛି। ରାଜ୍ୟ ରାଜନୀତି ସହ ଜାତୀୟ ରାଜନୀତିରେ ମଧ୍ୟ ଏହାର ପ୍ରଭାବ ରହିଛି।

ନନ୍ଦିଗ୍ରାମ ପରାଜୟ ଦୁଃଖକୁ ଭୁଲାଇଦେଲା: ମମତା
ଭବାନୀପୁର ଆସନରେ ବଡ଼ ବିଜୟ ହାସଲ ନନ୍ଦିଗ୍ରାମରେ ହାରିଥିବା ଦୁଃଖକୁ ଭୁଲାଇ ଦେଲା। ଆଜି ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକଥା କହିଛନ୍ତି। ସେ ଭବାନୀପୁର ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ରାଜ୍ୟବାସୀଙ୍କ ସ୍ନେହ, ଶ୍ରଦ୍ଧାକୁ ସମ୍ମାନ ଜଣାଇ ସେବା କରିବେ ବୋଲି ମମତା କହିଛନ୍ତି। ସବୁ ୱାର୍ଡରେ ତାଙ୍କର ବିଜୟ ହେବା ଉଲ୍ଲେଖନୀୟ ଥିଲା ଏବଂ ଏହା ତାଙ୍କୁ ସନ୍ତୋଷ ଦେଇଛି ବୋଲି ମମତା କହିଛନ୍ତି।
ହାରିବା ସତ୍ତ୍ବେ ମୁଁ ‘ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌’: ପ୍ରିୟଙ୍କା
‘ଭବାନୀପୁର ଆସନରେ ତୃଣମୂଳ ପ୍ରାର୍ଥୀ ମମତା ବାନାର୍ଜୀଙ୍କ ବଡ଼ ବିଜୟ ହୋଇଥାଇପାରେ। ହେଲେ ଏହି ଖେଳର ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ହେଉଛି ମୁଁ। କାରଣ ମମତାଙ୍କ ଗଡ଼ରେ ନିର୍ବାଚନ ଲଢ଼ି ୨୫ ହଜାରରୁ ଅଧିକ ଭୋଟ୍‌ ପାଇଛି। ଖୁସିରେ ‌ପରାଜୟକୁ ସ୍ବୀକାର କରୁଛି। ଦିଦିଙ୍କୁ ଶୁଭକାମନା ଜଣାଉଛି ଏବଂ ନିଜର ବାର୍ତ୍ତା ତାଙ୍କ ନିକଟରେ ପହଞ୍ଚାଇ ଦେଇଛି ବୋଲି ବିପୁଳ ଭୋଟ୍‌ରେ ପରାଜିତ ହୋଇଥିବା ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବରେୱାଲ ଏକଥା କହିଛନ୍ତି। ତୃଣମୂଳ ଏବଂ ମମତାଙ୍କ ସ୍ଲୋଗାନ ‘ଖେଲା ହୋବେ’କୁ କଟାକ୍ଷ କରି ପ୍ରିୟଙ୍କା ଏଭଳି ମନ୍ତବ୍ୟ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe