ମହିଳାଙ୍କୁ ନେଇ ନିଜ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ଦେଲେ ମମତା ବାନାର୍ଜୀ: କହିଲେ, ମିଡ଼ିଆ ମୋ କଥାକୁ...

New Project (4)

କୋଲକାତା: ରାତିରେ ମହିଳାମାନେ ଘରୁ ନବାହାରିବା ନେଇ ମମତା ବାନାର୍ଜୀଙ୍କ ମନ୍ତବ୍ୟ ପ୍ରସଙ୍ଗ । ବିବାଦୀୟ ବୟାନ ପାଇଁ ଚାରିଆଡୁ ସମାଲୋଚନା ହେବା ପରେ ନିଜ ମନ୍ତବ୍ୟ ଉପରେ ପୁନଶ୍ଚ ସ୍ପଷ୍ଟୀକରଣ ଦେଲେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । କହିଲେ ଗଣମାଧ୍ୟମ ମୋ କଥାକୁ ବିକୃତ କରିଛି । ମିଡିଆ ଉପରେ ଦୋଷ ଲଦି ମମତା କହିଛନ୍ତି- ତୁମେ ମୋତେ ପ୍ରଶ୍ନ ପଚାର, ମୁଁ ଉତ୍ତର ଦିଏ ଏବଂ ତାପରେ ତୁମେ ତାହାକୁ ବିକୃତ କରି ଦେଖାଅ । ଏଭଳି ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ ବୋଲି ମମତା କହିଛନ୍ତି

ତେବେ ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ ଆଜି ଦାୟିତ୍ବହୀନ ମନ୍ତବ୍ୟ ଏବଂ ରାତିରେ ଝିଅଙ୍କ ବାହାରକୁ ବାହାରିବା ନେଇ ଅଜବ ଯୁକ୍ତି ବାଢିଥିଲେ । ଯାହା ପରେ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଛି । ମମତା କହିଥିଲେ- ରାତି ୧୨ଟା ୩୦ ପରେ ମେଡିକାଲ ଛାତ୍ରୀ ଜଣକ କାହିଁକି ବାହାରକୁ ବାହାରିଥିଲେ । ସେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ । ଏହି ଘଟଣା ପାଇଁ ଦାୟୀ କିଏ ବୋଲି ମମତା ପ୍ରଶ୍ନ କରିଥିଲେ । ଘରୋଇ ମେଡିକାଲ କଲେଜ ଗୁଡ଼ିକ ନିଜ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ । ଆଉ ରାତିରେ ସେମାନଙ୍କୁ ବାହାରକୁ ବାହାରିବାକୁ ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।  ଆଉ ମମତାଙ୍କ ମନ୍ତବ୍ୟ ପରେ ତାଙ୍କୁ ସବୁ ଆଡ଼ୁ ସମାଲୋଚନା କରାଯିବା ସହ ତାଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe