ମମତା ବାନାର୍ଜୀ ସରକାର ଆମକୁ ଧୋକା ଦେଇଛନ୍ତି: ମୌଲାନା

Advertisment
ମମତା ବାନାର୍ଜୀ ସରକାର ଆମକୁ ଧୋକା ଦେଇଛନ୍ତି: ମୌଲାନା

Image Courtesy: Jagaran

କୋଲକାତା: ବୀରଭୂମି ହିଂସା ପରେ ପଶ୍ଚିମବଙ୍ଗର ମଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସବୁଆଡୁ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। ବୀରଭୂମି ହିଂସା ନେଇ ବିଜେପି, କଂଗ୍ରେସ ଓ ବାମପନ୍ଥୀ ଦଳ ତ ମମତା ବାନାର୍ଜୀଙ୍କ ବିରୋଧରେ ଥିଲେ ଏବେ ମୁସଲମାନମାନଙ୍କ ଏକ ଅଂଶ ବି ମମତାଙ୍କ ବିରୋଧୀ ହୋଇଥିବା ଜଣା ପଡୁଛି।
ଖବର ଅନୁସାରେ ଫୁରଫୁରା ଶରିଫର ପୀରଜାଦା ନବଜୋତ ସିଦ୍ଦିକି ଏକ ମିଡିଆକୁ କହିଛନ୍ତି, ପଶ୍ଚିମବଙ୍ଗରେ ମୁସଲମାନ ବିପଦରେ ଅଛନ୍ତି। ରାଜ୍ୟର ମୁସଲମାନମାନଙ୍କୁ ଏବେ ପଶ୍ଚମିବଙ୍ଗର ପୁଲିସ ଉପରେ ଭରସା ନାହିଁ।

ମମତା ସରକାରଙ୍କ କାର୍ଯ୍ୟକାଳ ଉପରେ ପ୍ରଶ୍ନ ସୃଷ୍ଟି କରି ସିଦ୍ଦିକି କହିଛନ୍ତି, ମମତା ବାନାର୍ଜୀ ତୃତୀୟ ଥର ଶାସନକୁ ଆସିଛନ୍ତି ଓ ଆମେ ସମସ୍ତେ ବିପଦରେ ଅଛୁ। ଆମେ କେବେ ଭାବି ନଥିଲୁ ଯେ ଆମେ ବିପଦରେ ଆସିଯିବୁ। ମଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆମର ବ୍ୟବହାର କରି ଆମକୁ ଓଳିଆ ଗଦାରେ ପକାଇ ଦେଲେ। ମମତା ବାନାର୍ଜୀ ନିର୍ବାଚନ ପୂର୍ବରୁ ମୁସଲିମ ଯୁବକମାନଙ୍କୁ ସରକାରୀ ଚାକିରି ଦେବା ପାଇଁ କହିଥିଲେ ଯାହାକୁ ସେ ଆଜି ପର୍ଯ୍ୟନ୍ତ ପୂରଣ କରିନାହାନ୍ତି।

ମୌଲାନା ଆସାନସୋଲର ଜନତାମାନଙ୍କୁ ନିବେଦନ କରିଛନ୍ତି ସେମାନେ ମମତା ବାନାର୍ଜୀଙ୍କ ପ୍ରାର୍ଥୀ ଶତ୍ରୁଘ୍ନ ସିନ୍ହାଙ୍କୁ ଭୋଟ ନ ଦିଅନ୍ତୁ। ସେ ପୁଣି କହିଥିଲେ ଦିଦି ଆମ ପାଇଁ ସୁରକ୍ଷିତ ନୁହିଁନ୍ତି। ବିଜେପି ଆମକୁ ଭଲପାଏ ନାହିଁ କିନ୍ତୁ ଆମେ ବିଜେପିକୁ ଭଲ ପାଉ। ମମତା ବାନାର୍ଜୀ ଆମ ସମାଜ ସହିତ ଧୋକା କରିଛନ୍ତି ବୋଲି ସିଦ୍ଦିକି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe