ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ୍ ମିତ୍ରଙ୍କ ପରଲୋକ

Advertisment
ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ୍ ମିତ୍ରଙ୍କ ପରଲୋକ

Hindustan Times

କୋଲକାତା: ବରିଷ୍ଠ କଂଗ୍ରେସ ନେତା ତଥା ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ସୋମେନ ମିତ୍ରଙ୍କ ବୁଧବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। କୋଲକାତାର ଏକ ଘରୋଇ ହସ୍ପିଟାଲରେ ତାଙ୍କର କିଡ୍‌ନିଜନିତ ରୋଗର ଚିକିତ୍ସା ଚାଲିଥିବାବେଳେ ବୁଧବାର ରାତିରେ ତାଙ୍କର ହୃଦ୍‌ଘାତ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା। ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କର କୋଭିଡ୍‌-୧୯ ଟେଷ୍ଟ କରାଯାଇଥିଲା। ରିପୋର୍ଟ ନେଗେଟିଭ୍‌ ଆସିଥିଲା। ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୋମେନ୍‌ ମାତ୍ର ୨୬ ବର୍ଷ ବୟସରେ ପ୍ରଥମଥର ପାଇଁ ସିଆଲଦା ଆସନରେ ନିର୍ବାଚନ ଜିତି ବିଧାନସଭାର ସର୍ବକନିଷ୍ଠ ଯୁବ ବିଧାୟକ ହୋଇଥିଲେ। ୧୯୮୨ରୁ ୨୦୦୬ ପର୍ଯ୍ୟନ୍ତ ଲଗାତାର ସିଆଲଦା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe