କରୋନାରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗରେ ପ୍ରାଣ ହରାଇଲେ ଆଉଜଣେ ଡାକ୍ତର

Advertisment

ପଶ୍ଚିମବଙ୍ଗରେ ୨ ଡାକ୍ତରଙ୍କ ପ୍ରାଣ ନେଲା କୋଭିଡ୍‌-୧୯

ପଶ୍ଚିମବଙ୍ଗରେ ୨ ଡାକ୍ତରଙ୍କ ପ୍ରାଣ ନେଲା କୋଭିଡ୍‌-୧୯

କରୋନାରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗରେ ପ୍ରାଣ ହରାଇଲେ ଆଉଜଣେ ଡାକ୍ତର

କୋଲକାତା: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ପଶ୍ଚିମବଙ୍ଗରେ ଆଉଜଣେ ଡାକ୍ତର ପ୍ରାଣ ହରାଇଛନ୍ତି। ଏହି ଘଟଣା ପୂର୍ବରୁ ଆଉ ଜଣେ ଡାକ୍ତର ମଧ୍ୟ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ଏହି ଡାକ୍ତରଙ୍କ ନାମ ଶିଶିର କୁମାର ମଣ୍ଡଲ। ଡାକ୍ତର ମଣ୍ଡଲ ଜଣେ ଅସ୍ଥିଶଲ୍ୟ ବିଶେଷଜ୍ଞ ଥିଲେ।
କରୋନା ବା କୋଭିଡ୍‌-୧୯ରେ ଆକ୍ରାନ୍ତ ହେବା ପରେ ଗତ ୧୫ ଦିନ ତଳେ କୋଲକତାର ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଅବସ୍ଥାରେ ଆଜି ସକାଳେ ଡାକ୍ତର ମଣ୍ଡଲଙ୍କର ମୃତ୍ୟୁ ଘଟିଛି।
ଉଲ୍ଲେଖଯୋଗ୍ୟ, ଏହି ଘଟଣା ପୂର୍ବରୁ ପଶ୍ଚିମବଙ୍ଗରେ ବିପ୍ଲବ କାନ୍ତି ଦାସଗୁପ୍ତ ନାମକ ଅନ୍ୟଜଣେ ଡାକ୍ତର ମଧ୍ୟ କରୋନା ବା କୋଭିଡ୍‌-୧୯ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଫଳରେ ଏବେ ଡାକ୍ତର ମଣ୍ଡଳଙ୍କ ମୃତ୍ୟୁପରେ ପଶ୍ଚିମବଙ୍ଗରେ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଙ୍କ ମୃତ୍ୟୁବରଣ କରିବା ଘଟଣା ଦୁଇରେ ପହଞ୍ଚିଛି।
ଅନ୍ୟପକ୍ଷରେ କରୋନା ମୁକାବିଲା କ୍ଷେତ୍ରରେ ପଶ୍ଚିମବଙ୍ଗର ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ତୃଣମୂଳ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି ହୋଇଛନ୍ତି ବୋଲି କେନ୍ଦ୍ରର ମନ୍ତ୍ରୀଗୋଷ୍ଠୀ କମିଟି ପଶ୍ଚିମବଙ୍ଗ ଗସ୍ତକରି ରିପୋର୍ଟ ଦେବାପରେ ଏହାକୁ କେନ୍ଦ୍ର କରି ଏବେ ମମତା ବାନାର୍ଜୀ ଓ କେନ୍ଦ୍ର ସରକାର ମୁହାଁମୁହିଁ ହୋଇଛନ୍ତି। ଏପରିସ୍ଥିତିରେ କରୋନାରେ ଆକ୍ରାନ୍ତ ହୋଇ ଡାକ୍ତର ମଣ୍ଡଳ ମ୍ୟତ୍ୟୁବରଣ କରିବା ଘଟଣାକୁ ନେଇ ଅଧିକ ବିବାଦ ମଧ୍ୟକୁ ଠେଲି ହୋଇଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe