ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟ ୪ର୍ଥ ଦିନରେ; ଚିକିତ୍ସା ଅଭାବରୁ ମୃତ ନବଜାତକକୁ ଧରି କ୍ରନ୍ଦନରତ ପିତାର ଫଟୋ ଦେଖି ପୂରା ଦେଶ ତଟସ୍ଥ

Advertisment
ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟ ୪ର୍ଥ ଦିନରେ; ଚିକିତ୍ସା ଅଭାବରୁ ମୃତ ନବଜାତକକୁ ଧରି କ୍ରନ୍ଦନରତ ପିତାର ଫଟୋ ଦେଖି ପୂରା ଦେଶ ତଟସ୍ଥ

India Today

କୋଲକାତା: ପଶ୍ଚିମବଙ୍ଗର ଡାକ୍ତରମାନେ ଆରମ୍ଭ କରିଥିବା ଧର୍ମଘଟ ଆଜି ୪ର୍ଥ ଦିନରେ ପହଞ୍ଚିଥିବା ବେଳେ ରାଜ୍ୟରେ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି। ଡାକ୍ତରମାନଙ୍କର ଧର୍ମଘଟ ପରିପ୍ରେକ୍ଷୀରେ ଚିକିତ୍ସା ସୁବିଧାରୁ ବଞ୍ଚିତ ହୋଇ ରୋଗୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି। ସଙ୍ଗୀନ୍‌ ଅବସ୍ଥାରେ ଚିକିତ୍ସାଧୀନ ଥିବା ରୋଗୀମାନେ ଏବେ ସେମାନଙ୍କ ଜୀବନକୁ ଈଶ୍ୱରଙ୍କ ଭରସାରେ ଛାଡ଼ି ଦେଇଛନ୍ତି।

ଏହି ପରିପ୍ରେକ୍ଷୀରେ ଆଜି ପଶ୍ଚିମବଙ୍ଗରେ ଜଣେ ନବଜାତ ଶିଶୁ ଚିକିତ୍ସା ଅବହେଳା କାରଣୁରୁ ମୁତ୍ୟୁବରଣ କରିବା ପରେ ତା’ର ପିତା ମୃତ ନବଜାତକର ଶରୀରକୁ ଧରି ଆକୁଳ କ୍ରନ୍ଦନ କରୁଥିବାର ଫଟୋ ପଶ୍ଚିମବଙ୍ଗର ଏକ ପ୍ରମୁଖ ଗଣମାଧ୍ୟମ ଆନନ୍ଦବଜାର ପତ୍ରକାରେ ପ୍ରକାଶିତ ହୋଇ ଭାଇରାଲ ହେବାପରେ ଡାକ୍ତରଙ୍କ ଧର୍ମଘଟକୁ କେନ୍ଦ୍ର କରି ଦେଶବ୍ୟାପି ପ୍ରତିକ୍ରିୟା ଓ ଆଲୋଡ଼ନ ସୃଷ୍ଟି ହୋଇଛି।

publive-image ANI

ଅନ୍ୟପକ୍ଷରେ ପଶ୍ଚିମବଙ୍ଗର ଡାକ୍ତରମାନଙ୍କର ଏହି ଧର୍ମଘଟ ଆଜି ଚତୁର୍ଥ ଦିନରେ ପହଞ୍ଚିଥିବା ବେଳେ, ଧର୍ମଘଟରତ ଡାକ୍ତରମାନେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଠାରୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା ଦାବି କରି ଆଜି ବି ଧାରଣାରେ ବସି ରହିଛନ୍ତି। ପଶ୍ଚିମବଙ୍ଗ ଡାକ୍ତରଙ୍କ ଧର୍ମଘଟ ପରିପ୍ରେକ୍ଷୀରେ ରାଜ୍ୟର ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ରୂପେ ଉଜୁଡ଼ି ଯାଇଥିବା ବେଳେ ପଶ୍ଚିମବଙ୍ଗ ଡାକ୍ତରଙ୍କୁ ସମର୍ଥନ ଜଣାଇ ଦେଶର ଅନ୍ୟ ବହୁ ରାଜ୍ୟର ଡାକ୍ତରମାନେ ମଧ୍ୟ ଧର୍ମଘଟକୁ ଓହ୍ଲାଇ ଥିବାର ଖବର ଶୁଣିବାକୁ ମିଳିଛି। ତେବେ, ଧର୍ମଘଟରତ ଡାକ୍ତରମାନଙ୍କ ସହ ଆପୋଷ ଆଲୋଚନା କରି ସମସ୍ୟାର ସମାଧାନ ଦିଗରେ ଉଭୟ ପଶ୍ଚିମବଙ୍ଗ ଓ କେନ୍ଦ୍ର ସରକାର କୌଣସି ପ୍ରକାରର ଉଦ୍ଦ୍ୟମ କରିବା ପରିବର୍ତ୍ତେ ନିଜ ନିଜ ଜିଦ୍‌ରେ ଅଟଳ ରହିଥିବାରୁ ସାଧାରଣରେ ଏହାକୁ କେନ୍ଦ୍ରକରି ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏବଂ ନେଡ଼ିଗୁଡ଼ କହୁଣିକୁ ବୋହିବା ପୂର୍ବରୁ କେନ୍ଦ୍ର ସରକାର ତୁରନ୍ତ ଏଥିରେ ହସ୍ତକ୍ଷେପ କରି ସମସ୍ୟାର ସମାଧାନ କରିବା ପାଇଁ ସବୁ ମହଲରୁ ଦାବୀ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe