ପଶ୍ଚିମବଙ୍ଗ ବନ୍ୟା: ଜେଏମ୍‌ଏମ୍‌ ସହ ମମତାଙ୍କ ବିବାଦ ତୀବ୍ର

Advertisment

ପଶ୍ଚିମବଙ୍ଗ ବନ୍ୟା ସଙ୍କଟ ଯୋଗୁଁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଝାଡ଼ଖଣ୍ଡ ସହ ବିବାଦ ବଢ଼ିଛି।  ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଦାମୋଦର ଭ୍ୟାଲି କର୍ପୋରେସନ୍‌ (ଡିଭିସି) ଗତ ୩ ଦିନ ମଧ୍ୟରେ ୫ ଲକ୍ଷ କ୍ୟୁସେକ୍‌ ଜଳ ଛାଡ଼ିଛି।

ପଶ୍ଚିମବଙ୍ଗ ବନ୍ୟା ସଙ୍କଟ ଯୋଗୁଁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଝାଡ଼ଖଣ୍ଡ ସହ ବିବାଦ ବଢ଼ିଛି।  ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଦାମୋଦର ଭ୍ୟାଲି କର୍ପୋରେସନ୍‌ (ଡିଭିସି) ଗତ ୩ ଦିନ ମଧ୍ୟରେ ୫ ଲକ୍ଷ କ୍ୟୁସେକ୍‌ ଜଳ ଛାଡ଼ିଛି।

fhkhfkhhfu

କୋଲକାତା: ପଶ୍ଚିମବଙ୍ଗ ବନ୍ୟା ସଙ୍କଟ ଯୋଗୁଁ  ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଝାଡ଼ଖଣ୍ଡ ସହ ବିବାଦ ବଢ଼ିଛି।  ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ ଦାମୋଦର ଭ୍ୟାଲି କର୍ପୋରେସନ୍‌ (ଡିଭିସି) ଗତ ୩ ଦିନ ମଧ୍ୟରେ ୫ ଲକ୍ଷ କ୍ୟୁସେକ୍‌ ଜଳ ଛାଡ଼ିଛି। ଏହା ଫଳରେ ଦକ୍ଷିଣ ବଙ୍ଗର ୧୧ ଜିଲ୍ଲା ଜଳମଗ୍ନ ହୋଇଯାଇଛି।  ମମତା କହିଛନ୍ତି, ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଏବଂ ଇଣ୍ଡି ମେଣ୍ଟ ‌ସହଯୋଗୀ ହେମନ୍ତ ସୋରେନଙ୍କୁ ଏନେଇ ଅନୁରୋଧ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ମମତା ଡିଭିସିକୁ କଡ଼ା ସମାଲୋଚନା କରିଛନ୍ତି। ଉଭୟ ରାଜ୍ୟ‌ରେ ପରିଚାଳିତ ଏହି ଡିଭିସିର କୁପରିଚାଳନା ପାଇଁ ପଶ୍ଚିମବଙ୍ଗର ୧୧ଟି ଜିଲ୍ଲା ଜଳମଗ୍ନ ହୋଇଥିବା ମମତା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ପଶ୍ଚିମବଙ୍ଗ‌ରେ ଏବେ ଯେଉଁ ବନ୍ୟା ହୋଇଛି ତାହା ମାନବକୃତ। ମମତା ଏଥିପାଇଁ ଝାଡ଼ଖଣ୍ଡ ସହ ରାଜ୍ୟର ସ୍ଥଳ ସୀମାକୁ ବନ୍ଦ କରିଦେଇଛନ୍ତି।  ଉକ୍ତ ଘଟଣା ପରେ ଝାଡ଼ଖଣ୍ଡରେ ଶାସକ ଜେଏମ୍‌ଏମ୍‌ (ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା)  ପଶ୍ଚିମବଙ୍ଗକୁ  ଟ୍ରକ୍‌  ଯାତାୟତ ଉପରେ ରୋକ୍‌ ଲଗାଇଦେବ ବୋଲି ଧମକ ଦେଇଛି।  ଅନ୍ୟପକ୍ଷେ ଝାଡ଼ଖଣ୍ଡ ସରକାର ଦାବି କରିଛନ୍ତି ଯେ ଯଦି ଜଳଭଣ୍ଡାରରୁ  ପାଣି ଛଡ଼ାଯାଇନଥାନ୍ତା ତେବେ ଏହା ଉଭୟ ରାଜ୍ୟରେ ବ୍ୟାପକ ବନ୍ୟା ସ୍ଥିତି ସୃଷ୍ଟି କରିଥାନ୍ତା।  ଝାଡ଼ଖଣ୍ଡରେ ଗତ କିଛି ଦିନ ଧରି ଲଗାଣ ବର୍ଷା ହେଉଥିବାରୁ ପ୍ରମୁଖ ଡ୍ୟାମ୍‌ର ଜଳସ୍ତର ଲଗାତାର ବଢ଼ୁଛି। ଫଳରେ  ୩.୩୯ ଲକ୍ଷରୁ ଅଧିକ ଜଳ ନଦୀକୁ ଛଡ଼ାଯିବା ଦ୍ବାରା ପଶ୍ଚିମବଙ୍ଗରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe