କୋଭିଡ୍‌ ସତ୍ତ୍ବେ ପଶ୍ଚିମବଙ୍ଗ ସରକାର ଗଙ୍ଗାସାଗର ମେଳା କରିବେ

Advertisment
କୋଭିଡ୍‌ ସତ୍ତ୍ବେ ପଶ୍ଚିମବଙ୍ଗ ସରକାର ଗଙ୍ଗାସାଗର ମେଳା କରିବେ

West Bengal Tourism

ନୂଆଦିଲ୍ଲୀ:କୋଭିଡ୍‌-୧୯ ସତ୍ତ୍ବେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଆସନ୍ତା ବର୍ଷ ପ୍ରାରମ୍ଭରେ ଗଙ୍ଗାସାଗର ମେଳା ଆୟୋଜନ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗଙ୍ଗାସାଗର ମେଳା ପ୍ରତିବର୍ଷ ଜାନୁଆରି ମାସରେ ପଡ଼ିଥାଏ। ପବିତ୍ର ମକର ସଂକ୍ରାନ୍ତି ତିଥିରେ ଗଙ୍ଗାନଦୀ-ବଙ୍ଗୋପସାଗରର ସଂଗମସ୍ଥଳ ଗଙ୍ଗାସାଗର ଘାଟରେ ୪୦ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ବୁଡ଼ ପକାଇବେ ବୋଲି ଆକଳନ କରାଯାଉଛି। ଏଥିପାଇଁ ପ୍ରଥମ ପ୍ରସ୍ତୁତି ବୈଠକ ଗତ ଗୁରୁବାର ରାଜ୍ୟର ବିଭିନ୍ନ ବିଭାଗ ଏବଂ ପୁଲିସ୍‌ ଅଧିକାରୀଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଥିବା ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାପାଳ ପି ଉଲାଗନାଥନ୍‌ ସୂଚନା ଦେଇଛନ୍ତି। ରାଜ୍ୟରେ ଅଦ୍ୟାବଧି କରୋନାଭୂତାଣୁ ଦ୍ବାରା ଲକ୍ଷେ ୩୨ ହଜାରରୁ ଅଧିକ ଆକ୍ରାନ୍ତ ହେବା ସତ୍ତ୍ବେ ସରକାର ମେଳା ପରିଚାଳନା ପାଇଁ ମନ ବଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe