ANI
କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ୍ ଧାନକର ଆଜି (ସୋମବାର) ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଦବପୁର ବିଶ୍ୱବିଦ୍ୟାଳୟକୁ ଯାଇଥିବା ବେଳେ ସେଠାରେ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଓ ଜାତୀୟ ନାଗରିକ ପଞ୍ଜିକା (ଏନ୍ଆର୍ସି)କୁ ବିରୋଧ କରୁଥିବା ଛାତ୍ରଛାତ୍ରୀଙ୍କର ଆକ୍ରୋଶର ଶିକାର ହୋଇଛନ୍ତି। ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ତାଙ୍କୁ ଘେରିଯାଇ କଳାପତାକା ପ୍ରଦର୍ଶନ କରିବା ସହ ‘ଗୋ-ବ୍ୟାକ୍’, ‘ଗୋ- ବ୍ୟାକ୍’ ନାରାବାଜି କରିଥିଲେ।
Hindustanହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଆଜି ଯାଦବପୁର ବିଶ୍ୱବିଦ୍ୟାଳୟରେ ଆୟୋଜିତ ହେଉଥିବା କୁଳପତିମାନଙ୍କର ଏକ ବୈଠକରେ ଯୋଗଦେବାକୁ ଯାଇଥିବା ବେଳେ ରାଜ୍ୟପାଳ ଜଗଦୀପ୍ ଧାନକର ଛାତ୍ର ଆକ୍ରୋଶର ସମ୍ମୁଖୀନ ହୋଇଥିଲେ। ରାଜ୍ୟପାଳ ଧାନକର ବିଶ୍ୱବିଦ୍ୟାଳୟ ମଧ୍ୟରେ ପହଞ୍ଚିବା ମାତ୍ରେ ଉତ୍ୟକ୍ତ ଛାତ୍ରଛାତ୍ରୀମାନେ ତାଙ୍କୁ ଘେରିଯାଇ କଳାପତାକା ପ୍ରଦର୍ଶନ କରିବା ସହ ‘ଗୋ-ବ୍ୟାକ୍’, ‘ଗୋ- ବ୍ୟାକ୍’ ନାରାବାଜି ଲଗାଇ ତାଙ୍କୁ ଦୀର୍ଘ ୪୫ ମିନିଟ କାଳ ସେମାନଙ୍କ ଘେରାବନ୍ଦୀ ମଧ୍ୟରେ ରଖି ଦେଇଥିଲେ। ପରେ ରାଜ୍ୟପାଳଙ୍କ ସୁରକ୍ଷା କର୍ମୀମାନେ ଗଳଦ୍ଘର୍ମ ହୋଇ ତାଙ୍କୁ ଉତ୍ୟକ୍ତ ଛାତ୍ରଛାତ୍ରୀମାନଙ୍କ ଗହଣରୁ ଉଦ୍ଧାର କରି ସଭାସ୍ଥଳକୁ ନେଇଥିଲେ।
ଏ ଘଟଣା ସଂପର୍କରେ ଯାଦବପୁର ବିଶ୍ୱବିଦ୍ୟାଳୟ ଛାତ୍ରସଂସଦର ନେତାମାନେ କହିଛନ୍ତି ଯେ କୁଳାଧାପତି ଭାବେ ରାଜ୍ୟପାଳ ବିଶ୍ୱବିଦ୍ୟାଳୟର ସ୍ୱାୟତ୍ତତା ଉପରେ ହସ୍ତକ୍ଷେପ କରିବା ସହ ବିଶ୍ୱବିଦ୍ୟାଳୟର ସ୍ୱାଧୀନତା ଉପରେ ହସ୍ତକ୍ଷେପ କରୁଥିବାରୁ ଆମେ ବିକ୍ଷୋଭ ପ୍ରଦର୍ଶନ କରିଥିଲୁ।
Follow Us