ବିଧାନସଭାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀଶ ଧନଖଡ ତାଙ୍କ ଫାଟକରେ ତାଲା ପଡ଼ିଥିବା ଦେଖି କହିଲେ ଏହି କଥା

Advertisment
ବିଧାନସଭାରେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀଶ ଧନଖଡ ତାଙ୍କ ଫାଟକରେ ତାଲା ପଡ଼ିଥିବା ଦେଖି କହିଲେ ଏହି କଥା

Image Source--aajtak

କୋଲକାତା:ପଶ୍ଚିମବଙ୍ଗରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ରାଜ୍ୟପାଳ ଜଗଦୀଶ ଧନଖଡଙ୍କ ମଧ୍ୟରେ ବିବାଦ ଥମିବାର ନାମ ନେଉନାହିଁ। ଆଜି ପୁଣି ଏକ ଅଜବ ପ୍ରକାରର ଘଟଣା ଦେଖିବାକୁ ମିଳିଛି। ପଶ୍ଚିମବଙ୍ଗ ବିଧାନସଭାର ବାଚସ୍ପତି ରାଜ୍ୟପାଳ ଜଗଦୀଶ ଧନଖଡଙ୍କୁ ମଧ୍ୟାହ୍ନ ଭୋଜନ ଲାଗି ନିମନ୍ତ୍ରଣ ଦେଇଥିଲେ। ଏହାକୁ ରକ୍ଷା କରି ସେ ଆଜି ସକାଳେ ବିଧାନସଭା ଉଦ୍ଦେଶ୍ୟରେ ବାହାରିଥିଲେ।


ସେ ଏଥିଲାଗି ଆଗରୁ ସୂଚନା ବି ଦେଇଥିଲେ। ମାତ୍ର ସେ ଫାଟକ ପାଖରେ ପହଞ୍ଚିବା ବେଳକୁ ଦେଖିଲେ ତାଙ୍କପାଇଁ ଉଦ୍ଦିଷ୍ଟ ୩ ନମ୍ବର ଗେଟରେ ତାଲା ପଡ଼ିଛି। ଏହାର ପ୍ରତିବାଦରେ ରାଜ୍ୟପାଳ ଜଗଦୀଶ ଧନଖଡ ସାଂକେତିକ ଧାରଣା ଦେଇଥିଲେ। ପରେ ଅବଶ୍ୟ ସେ ସାମ୍ବାଦିକମାନଙ୍କ ଲାଗି ଉଦ୍ଦିଷ୍ଟ ଫାଟକ ଦେଇ ବିଧାନସଭାକୁ ଯାଇଥିଲେ।

ଏହାକୁ ନେଇ ରାଜ୍ୟପାଳ ଜଗଦୀଶ ଧନଖଡ ଅସନ୍ତୋଷ ଜାହିର କରି ସାମ୍ବାଦିକମାନଙ୍କୁ କହିଥିଲେ ଯେ ଏଭଳି ଘଟଣା ଯୋଗୁଁ ତାଙ୍କୁ ଅପମାନିତ କରାଯାଉନାହିଁ ବରଂ ଗଣତନ୍ତ୍ର ପ୍ରତି ଅପମାନ ହେଉଛି। ରାଜ୍ୟପାଳ କହିଛନ୍ତି ଯେ, ବିଧାନସଭାର ଐତିହାସିକ ବିଲ୍ଡିଂ ଦେଖିବା ପାଇଁ ଆସିଥିଲେ। ଏହା ସେ ଲାଇବ୍ରେରୀ ମଧ୍ୟ ଯିବେ। ବିଧାନସଭା ଆସିବା ପାଇଁ ସେ ଲିଖିତ ଭାବରେ ସୂଚନା ଦେଇଥିଲେ।

ସମ୍ବିଧାନରେ ରାଜ୍ୟପାଳଙ୍କୁ ରାଜ୍ୟର ପ୍ରଥମ ନାଗରିକ ସ୍ଥାନ ଦିଆଯାଇଛି। ପଶ୍ଚିମବଙ୍ଗର ରାଜ୍ୟପାଳ ପ୍ରୋଟୋକଲ ଅନୁଯାୟୀ ରାଜ୍ୟପାଳ ବିଧାନସଭାରେ ୩ ନମ୍ବର ଗେଟ୍ ଦେଇ ପ୍ରବେଶ କରିବେ। ନଭେମ୍ଵର ୨୬ରେ ସମ୍ବିଧାନ ଦିବସରେ ମଧ୍ୟ ଏହି ଗେଟ୍ ଖୋଲାଥିଲା କିନ୍ତୁ ଆଜି ଏହି ଗେଟ୍ ବନ୍ଦ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe