କେନ୍ଦ୍ର ନିଷ୍ପତ୍ତି ମାନିବେନି ମମତା! ପଶ୍ଚିମବଙ୍ଗରେ ସେପ୍ଟେଟର ଶେଷ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ‘ଲକ୍‌ଡାଉନ୍‌’; ୩ ଦିନ ରହିବ ‘ସଟ୍‌ଡାଉନ୍‌’...

କେନ୍ଦ୍ର ନିଷ୍ପତ୍ତି ମାନିବେନି ମମତା! ପଶ୍ଚିମବଙ୍ଗରେ ସେପ୍ଟେଟର ଶେଷ ପର୍ଯ୍ୟନ୍ତ ବୃଦ୍ଧି ପାଇଲା ‘ଲକ୍‌ଡାଉନ୍‌’; ୩ ଦିନ ରହିବ ‘ସଟ୍‌ଡାଉନ୍‌’...

LiveMint

କୋଲକତା: କୋଭିଡ୍‌-୧୯ ବା ନୋଭେଲ କରୋନାଭାଇରସ୍‌ର ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ସେପ୍ଟେମ୍ବର ମାସ ୩୦ ତାରଖ ପର୍ଯ୍ୟନ୍ତ ସମଗ୍ର ପଶ୍ଚିିମବଙ୍ଗରେ ‘ଲକ୍‌ଡାଉନ’ ଜାରି ରହିବ ଏବଂ ୩ ଦିନ ପାଇଁ ପୂରା ରାଜ୍ୟ ‘ସଟ୍‌ଡାଉନ’ ରହିବ ବୋଲି ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ତେବେ, ସେପ୍ଟେଟର ୮ ତାରିଖରୁ ରାଜ୍ୟରେ ସୀମିତ ମେଟ୍ରୋ ରେଳ ସେବା ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା।

ପଶ୍ଚିମବଙ୍ଗ ସରକାରଙ୍କର ଗୃହ ବିଭାଗ ପକ୍ଷରୁ ଆଜି ଜାରି ଏକ ନିର୍ଦ୍ଦେଶନାମା ଅନୁଯାୟୀ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ- ବିଦ୍ୟାଳୟ, କଲେଜ, କୋଚିଂ ସେଣ୍ଟର ସେପ୍ଟେଟର ଶେଷ ପର୍ଯ୍ୟନ୍ତ ବନ୍ଦ ରହିବ। ସିନେମା ହଲ୍‌, ସୁଇମିଂ ପୁଲ୍‌ ଏବଂ ମନୋରଞ୍ଜନ ପାର୍କ ମଧ୍ୟ ବନ୍ଦ ରହିବା ସହ ସାଧାରଣ ସମାବେଶ ଆୟୋଜିତ ହୋଇପାରିବ ନାହିଁ। ସେପ୍ଟେଟର ୮ ରୁ ସୀମିତ ଢ଼ଙ୍ଗରେ ସମସ୍ତ ଆବଶ୍ୟକୀୟ କୋଭିଡ୍‌-୧୯ ନିୟମ ପାଳନ ପୂର୍ବକ ରାଜ୍ୟରେ ମେଟ୍ରୋ ରେଳ ସେବା ଆରମ୍ଭ ପାଇଁ ଅନୁମତି ମିଳିଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରେ ସେପ୍ଟେଟର ୭, ସେପ୍ଟେଟର ୧୧ ଏବଂ ସେପ୍ଟେଟର ୧୨ରେ ସମ୍ପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରାଯାଇଛି। ଏହି ସମୟରେ ଘରୋଇ କାର୍ଯ୍ୟାଳୟ, ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକ ବନ୍ଦ ରହିବ। ଏହି ସଟ୍‌ଡାଉନ ବା ସଂପୂର୍ଣ୍ଣ ଲକ୍‌ଡାଉନ୍‌ ସମୟରେ ସର୍ବସାଧାରଣ ଏବଂ ବେସରକାରୀ ପରିବହନ ବନ୍ଦ ରହିବ। ଏଥିସହ, ନିର୍ଦ୍ଦିଷ୍ଟ ଦିନରେ କୋଲକାତା ବିମାନବନ୍ଦରରୁ ବିମାନ ଚଳାଚଳକୁ ମଧ୍ୟ ସ୍ଥଗିତ ରଖାଯାଇଛି।

publive-image New Indian Express

ତେବେ, ଉଲ୍ଲେଖନୀୟ ହେଲା ଗତ ଅଗଷ୍ଟ ୨୯ ତାରିଖ, ଶନିବାର ଦିନ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇ କୁହାଯାଇଥିଲା ଯେ ଏଣିକି ସେପ୍ଟେମ୍ବର ମାସରୁ କୌଣସି ରାଜ୍ୟ ସରକାର ନିଜ ନିଜ ରାଜ୍ୟରେ ଲକ୍‌ଡାଉନ୍‌ ବା ସଟ୍‌ଡାଉନ ଘୋଷଣା କରିପାରିବେ ନାହିଁ। ଏଥିପାଇଁ କେନ୍ଦ୍ର ଠାରୁ ଅନୁମତି ନେବାକୁ ପଡ଼ିବ। କେନ୍ଦ୍ର ସରକାରଙ୍କର ଏହି ନିର୍ଦ୍ଦେଶନାମା ପରେ ହରିୟାଣା, ପଞ୍ଜାବ ପରି କେତେକ ରାଜ୍ୟ ଯେଉଁମାନେ କି ନିଜ ନିଜ ରାଜ୍ୟରେ ପୂର୍ବରୁ ସେପ୍ଟେମ୍ବର ମାସ ପାଇଁ ଲକ୍‌ଡାଉନ ଓ ସଟ୍‌ଡାଉନ ଘୋଷଣା କରି ଦେଇଥିଲେ ସେମାନେ ସେସବୁକୁ ପ୍ରତ୍ୟାହାର କରି ନେଇଥିଲେ। କିନ୍ତୁ ଏଥିରେ ବ୍ୟତିକ୍ରମ ସାଜିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ। କେନ୍ଦ୍ର ନିଷ୍ପତ୍ତିକୁ ଅଣଦେଖା କରି ସେପ୍ଟେମ୍ବର ମାସ ଆରମ୍ଭ ହେବାର ଦିନକ ପୂର୍ବରୁ ସେ ନିଜ ରାଜ୍ୟ ପାଇଁ ନିଜ ଇଚ୍ଛାରେ ଲକ୍‌ଡାଉନ୍‌ ଓ ସଟ୍‌ଡାଉନ ଘୋଷଣା କରିବା ଘଟଣା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe