ପଶ୍ଚିମବଙ୍ଗ ମନ୍ତ୍ରୀ ସାଧନ ପାଣ୍ଡେଙ୍କ ଦେହାନ୍ତ; ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

Advertisment
ପଶ୍ଚିମବଙ୍ଗ ମନ୍ତ୍ରୀ ସାଧନ ପାଣ୍ଡେଙ୍କ ଦେହାନ୍ତ; ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ କ୍ୟାବିନେଟ ମନ୍ତ୍ରୀ ସାଧନ ପାଣ୍ଡେଙ୍କର ରବିବାର ସକାଳେ ମୁମ୍ବାଇରେ ଦେହାନ୍ତ ହୋଇ ଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି) ନେତାଙ୍କ ବିୟୋଗରେ ସମବେଦନା ଜଣାଇଛନ୍ତି।

ପଶ୍ଚିମବଙ୍ଗର କ୍ୟାବିନେଟ ମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ସାଧନ ପାଣ୍ଡେଙ୍କର ରବିବାର ସକାଳେ ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିଏମସି ନେତାଙ୍କ ବିୟୋଗରେ ସମବେଦନା ଜଣାଇଛନ୍ତି। ସେ ଟ୍ଵିିଟ୍‌ କରି କହିଛନ୍ତି, ଆମର ବରିଷ୍ଠ ସହକର୍ମୀ, ଦଳର ନେତା ତଥା କ୍ୟାବିନେଟ୍‌ ମନ୍ତ୍ରୀ ସାଧନ ପାଣ୍ଡେଙ୍କର ଆଜି ସକାଳେ ମୁମ୍ବାଇରେ ଦେହାନ୍ତ ହୋଇଯାଇଛି। ଦୀର୍ଘ ସମୟ ଧରି ତାଙ୍କ ସହ ମୋର ଅତ୍ୟନ୍ତ ସୁସଂପର୍କ ଥିଲା। ଏହି କ୍ଷତିରେ ଗଭୀର ଯନ୍ତ୍ରଣା ଅନୁଭବ କରୁଛି। ତାଙ୍କ ପରିବାର, ବନ୍ଧୁ, ଅନୁଗାମୀମାନଙ୍କ ପ୍ରତି ମୋର ହୃଦୟରୁ ସମବେଦନା ଜଣାଉଛି।

ଗତ ବର୍ଷ ଫୁସଫୁସ ସଂକ୍ରମଣରେ ଗୁରୁତର ପୀଡିତ ହୋଇ ୭୧ ବର୍ଷୀୟ ଭେଟେରାନ ତୃଣମୂଳ କଂଗ୍ରେସ ନେତା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତେବେ, ତାଙ୍କ ଅବସ୍ଥା ଖରାପ ହେବା ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ମୁମ୍ବାଇର ଏକ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଭେଣ୍ଟିଲେଟର ସହାୟତାରେ ରହିଥିବା ବେଳେ ଆଜି ସକାଳେ ତାଙ୍କର ପରଲୋକ ହୋଇଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe