ପଶ୍ଚିମବଙ୍ଗ: ସଂଖ୍ୟାଲଘୁ ବହୁଳ ସରକାରୀ ସ୍କୁଲରେ ହେବ ସ୍ବତନ୍ତ୍ର ମଧ୍ୟାହ୍ଣ ଭୋଜନ ହଲ, ମମତାଙ୍କୁ ଟାର୍ଗେଟ କଲା ବିଜେପି

ପଶ୍ଚିମବଙ୍ଗ: ସଂଖ୍ୟାଲଘୁ ବହୁଳ ସରକାରୀ ସ୍କୁଲରେ ହେବ ସ୍ବତନ୍ତ୍ର ମଧ୍ୟାହ୍ଣ ଭୋଜନ ହଲ, ମମତାଙ୍କୁ ଟାର୍ଗେଟ କଲା ବିଜେପି

କୋଲକାତା: ପଶ୍ଚିମବଙ୍ଗ ସରକାର ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ସ୍ବତନ୍ତ୍ର ମଧ୍ୟାହ୍ଣ ଭୋଜନ ହଲ ନିର୍ମାଣ କରନ୍ତୁ। ଏହି ଆଦେଶ ରାଜ୍ୟର ସରକାରୀ ବିଦ୍ୟାଳୟଗୁଡ଼ିକରେ ଲାଗୁ ହେବ। ଯେଉଁ ସରକାରୀ ସ୍କୁଲରେ ୭୦ ପ୍ରତିଶତ ଅଥବା ଏଥିରୁ ଅଧିକ ସଂଖ୍ୟାରେ ସଂଖ୍ୟାଲଘୁ ଛାତ୍ର ଥିବେ, ସେଠାରେ ଏହି ବ୍ୟବସ୍ଥା କରିବାକୁ ମମତା ସରକାର ଆଦେଶ ଦେଇଛି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ଭାରତୀୟ ଜନତା ପାର୍ଟି ତୀବ୍ର ବିରୋଧ କରିଛି। ଏହି ନିଷ୍ପତ୍ତିକୁ ନେଇ ବିଜେପି ମମତାଙ୍କୁ ଟାର୍ଗେଟ କରିଛି।

ପଶ୍ଚିମବଙ୍ଗର କୁଚବିହାର ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ପକ୍ଷରୁ ଜାରି ଆଦେଶରେ କୁହାଯାଇଛି କି ସମସ୍ତ ସରକାରୀ ଓ ସରକାରୀ ସହାୟତା ପ୍ରାପ୍ତ ସ୍କୁଲ, ଯେଉଁଠାରେ ୭୦ ପ୍ରତିଶତ ସଂଖ୍ୟାଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀ ଅଛନ୍ତି, ସେହି ସ୍କୁଲଗୁଡ଼ିକରେ ମଧ୍ୟାହ୍ଣ ଭୋଜନ ପାଇଁ ଅଲଗା ଭୋଜନ ପାଇଁ ହଲ ପ୍ରସ୍ତୁତ ହେଉ। ଏଥି ପାଇଁ ପ୍ରସ୍ତାବ ପଠାଇବାକୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe