ବାହାନଗା ରେଳ ଦୁର୍ଘଟଣା: ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗର ପ୍ୟାକେଜ୍‌ ଅଧିକ

Advertisment
ବାହାନଗା ରେଳ ଦୁର୍ଘଟଣା: ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗର ପ୍ୟାକେଜ୍‌ ଅଧିକ

ନୂଆଦିଲ୍ଲୀ : ବାହାନଗା ରେଳ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ଅଛନ୍ତି ମୁଖ୍ୟତଃ ଓଡ଼ିଶା, ବିହାର, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଓ ତାମିଲନାଡ଼ୁ ଯାତ୍ରୀ। ଓଡ଼ିଶା, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ମୃତାହତଙ୍କ ପାଇଁ ସହାୟତା ‌ପ୍ୟାକେଜ ଘୋଷଣା କରାଯାଇଥିବା ବେଳେ ବିହାର ଓ ଝାଡ଼ଖଣ୍ଡ କୌଣସି ପ୍ରକାର ଆର୍ଥିକ ସହାୟତା ଘୋଷଣା କରିନାହାନ୍ତି। ଓଡ଼ିଶା ସରକାରଙ୍କ ପକ୍ଷରୁ ମୃତକଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ଗୁରୁତର ଆ‌ହତମାନଙ୍କ ପାଇଁ ଏକ ଲକ୍ଷ ଟଙ୍କା ଘୋଷଣା କରାଯାଇଛି। ପ୍ୟା‌କେଜ୍‌ ଦୃଷ୍ଟିରୁ ଓଡ଼ିଶା ଅପେକ୍ଷା ପଶ୍ଚିମବଙ୍ଗ ଅଧିକ ଘୋଷଣା କରିଛି।

ପଶ୍ଚିମବଙ୍ଗ ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଓ ପରିବାର ଜଣେ ସଦସ୍ୟଙ୍କୁ ସ୍ବତନ୍ତ୍ର ହୋମଗାର୍ଡରେ ଚାକିରି ଘୋଷଣା କରିଛି। ଏହା ବାଦ୍‌ ମୃତକଙ୍କ ପରିବାର ଚଳିତ ମାସରେ ୧୦ ହଜାର ଟଙ୍କା ଓ ଆସନ୍ତା ମାସରୁ ଛଅ ମାସ ପର୍ଯ୍ୟନ୍ତ ୨ ହଜାର ଟଙ୍କା ଲେଖାଏଁ ସହାୟତା ଛଅ ମାସ ପର୍ଯ୍ୟନ୍ତ ମାଗଣା ରାସନ ମଧ୍ୟ ପାଇବେ। ଯେଉଁ ଯାତ୍ରୀ ଦୁର୍ଘଟଣାରେ ସଂପୂର୍ଣ୍ଣ ରୂପେ ପଙ୍ଗୁ ହୋଇଯାଇଛନ୍ତି, ମୃତକମାନଙ୍କ କ୍ଷେତ୍ରରେ ଯେଉଁ ସବୁ ଘୋଷଣା କରାଯାଇଛି ସେମାନଙ୍କ କ୍ଷେତ୍ରରେ ତାହା ମଧ୍ୟ ଲାଗୁ ହେବ। ସେହିଭଳି ଯେଉଁମାନେ ଗୁରୁତର ଆହତ ହୋଇଛନ୍ତି, ସେମାନଙ୍କୁ ବର୍ତ୍ତମାନ ଏକ ଲକ୍ଷ ଟଙ୍କା ଏବଂ ଆସନ୍ତା ଛଅ ମାସ ପର୍ଯ୍ୟନ୍ତ ମାସିକ ୨୦୦୦ ଟଙ୍କା ସହ ମାଗଣା ରାସନ ପ୍ରଦାନ କରାଯିବ। ଯେଉଁ ଯାତ୍ରୀ ସାମାନ୍ୟ ଆହତ ଆହତ ହୋଇଛନ୍ତି ସେମାନଙ୍କୁ ବର୍ତ୍ତମାନ ୫୦ ହଜାର ଟଙ୍କା ଏବଂ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ମାସିକ ୨ ହଜାର ଟଙ୍କା ଓ ମାଗଣା ରାସନ ଯୋଗାଇ ଦିଆଯିବ। ପ୍ରବାସୀ ଶ୍ରମିକ ଯାତ୍ରୀଙ୍କୁ ବର୍ତ୍ତମାନ ୧୦ ହଜାର ଟଙ୍କା ଓ ଆସନ୍ତା ତିନି ମାସ ପର୍ଯ୍ୟନ୍ତ ମାସିକ ୨ ହଜାର ଟଙ୍କା ସହିତ ମାଗଣା ରାସନ ମିଳିବ।

ତାମିଲନାଡ଼ୁ ସରକାର ଦୁର୍ଘଟଣାରେ ମୃତକମାନଙ୍କ ପରିବାର ପାଇଁ ୫ ଲକ୍ଷ ଟଙ୍କା ଓ ଆହତମାନଙ୍କ ପାଇଁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା ହୋଇଛି। ଏହା ବାଦ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ମୃତକମାନଙ୍କ ପରିବାରକୁ ୨ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଏବଂ ରେଳ ମନ୍ତ୍ରାଳୟ ପକ୍ଷରୁ ମୃତକଙ୍କୁ ୧୦ ଲକ୍ଷ , ଗୁରୁତର ଯାତ୍ରୀମାନଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ରାଶି ଘୋଷଣା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe