ପଶ୍ଚିମବଙ୍ଗ ରାଜନୈତିକ ହିଂସା: ବିଜେପି କର୍ମୀଙ୍କୁ ହତ୍ୟା ପରେ ଉତ୍ତେଜନା

Advertisment

ନନ୍ଦିଗ୍ରାମରେ ସୁରକ୍ଷା କଡ଼ାକଡ଼ି

ନନ୍ଦିଗ୍ରାମରେ ସୁରକ୍ଷା କଡ଼ାକଡ଼ି

ପଶ୍ଚିମବଙ୍ଗ ରାଜନୈତିକ ହିଂସା: ବିଜେପି କର୍ମୀଙ୍କୁ ହତ୍ୟା ପରେ ଉତ୍ତେଜନା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନନ୍ଦିଗ୍ରାମରେ ଆଜି ଜଣେ ମହିଳା ବିଜେପି କର୍ମୀଙ୍କୁ ହତ୍ୟା ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି। ମୃତ ବିଜେପି କର୍ମୀଙ୍କ ନାଁ ରଥିରାଣୀ ଅରି ଏବଂ ତାଙ୍କ ବୟସ ୩୮। ଏହି ହତ୍ୟା ପଛରେ ଟିଏମ୍‌ସିର ହାତ ଅଛି ବୋଲି ବିଜେପି କର୍ମୀମାନେ ଦାବି କରିଛନ୍ତି ଏବଂ ସେମାନେ ରାସ୍ତା ଅବରୋଧ କରି ଏହି ଘଟଣାର ତୀବ୍ର ପ୍ରତିବାଦ କରିଛନ୍ତି। କେତେକ ସ୍ଥାନରେ ଉତ୍ତ୍ୟକ୍ତ ଲୋକେ ନିଆଁ ଲଗାଇ ଦେଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ, ବିଜେପି କର୍ମୀ ଅରି ଏବଂ ଅନ୍ୟମାନଙ୍କୁ ଗତକାଲି ବିଳମ୍ବିତ ରାତିରେ କିଛି ଅଜଣା ବ୍ୟକ୍ତି ଆସି ଆକ୍ରମଣ କରିଥିଲେ।

ଫଳରେ ଅରିଙ୍କର ମୃତ୍ୟୁ ହୋଇଛି ଏବଂ ଅନ୍ୟମାନେ ଆହତ ହୋଇଛନ୍ତି। ବିଜେପିର ଜିଲ୍ଲା ସାଧାରଣ ସଚିବ ମେଘନାଦ ପୌଲ୍‌ କହିଛନ୍ତି, ଅରି ଏବଂ ଅନ୍ୟ କର୍ମୀମାନଙ୍କୁ ଗତ ରାତିରେ ଏକ ସ୍ଥାନୀୟ ଭୋଟିଂ ବୁଥ୍‌ ଦାୟିତ୍ବ ଦିଆଯାଇଥିଲା। କିନ୍ତୁ ଟିଏମ୍‌ସି ସମର୍ଥିତ ଗୁଣ୍ଡାମାନେ ତାଙ୍କୁ ଅତି ନୃଶଂସ ହତ୍ୟା କରିଛନ୍ତି। ଅନ୍ୟ ୭ ଜଣ ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ଅଛି। ମହିଳା ବିଜେପି କର୍ମୀଙ୍କ ହତ୍ୟା ଘଟଣାରେ ତଦନ୍ତ ଚାଲିଛି ବୋଲି ଜଣେ ବରିଷ୍ଠ ଜିଲ୍ଲା ପୁଲିସ ଅଫିସର କହିଛନ୍ତି। ଉଲ୍ଲେଖଯୋଗ୍ୟ, ନନ୍ଦିଗ୍ରାମ ବିଧାନସଭା ନିର୍ବାଚନମଣ୍ଡଳୀ ହେଉଛି ତମଲୁକ ଲୋକସଭା ଆସନର ଏକ ଅଂଶ। ଆସନ୍ତା ଶନିବାର ଦିନ ଏହି ଆସନରେ ଭୋଟ୍‌ ଅଛି। ନନ୍ଦିଗ୍ରାମରେ ଏବେ ତୀବ୍ର ଉତ୍ତେଜନା ଲାଗି ରହିଥିବାରୁ ସୁରକ୍ଷା କଡ଼ାକଡ଼ି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe