ପଶ୍ଚିମବଂଗ ହିଂସା: ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରୀୟ ତଦନ୍ତ ଟିମ୍‌

Advertisment
ପଶ୍ଚିମବଂଗ ହିଂସା: ରାଜ୍ୟପାଳଙ୍କୁ ଭେଟିଲେ କେନ୍ଦ୍ରୀୟ ତଦନ୍ତ ଟିମ୍‌

The Asian Age

କୋଲକାତା : ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତ ପାଇଁ ଆସିଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟର ୪ ଜଣିଆ ସ୍ବତନ୍ତ୍ର ଟିମ୍‌ ଆଜି ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଭେଟିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର ଜଣେ ଅତିରିକ୍ତ ସଚିବଙ୍କ ନେତୃତ୍ବରେ ଗଠିତ ଏହି ଟିମ୍‌ ଗୁରୁବାର ଆସି କୋଲକାତାରେ ପହଞ୍ଚିଥିଲେ। ଗତକାଲି ସନ୍ଧ୍ୟାରେ ରାଜ୍ୟ ବିଜେପି ନେତାମାନେ ଟିମ୍‌ ସଦସ୍ୟଙ୍କୁ ଭେଟିଥିଲେ।

ଶୁକ୍ରବାର ସକାଳେ କେନ୍ଦ୍ରୀୟ ତଦନ୍ତ ଟିମ୍‌ର ସଦସ୍ୟମାନେ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରି ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବାପରେ ଘଟୁଥିବା ହିଂସାକାଣ୍ଡ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟପାଳଙ୍କ ସହ ସାକ୍ଷାତ ପୂର୍ବରୁ କେନ୍ଦ୍ରୀୟ ଟିମ୍‌ ଗୁରୁବାର ନବାନ୍ନ ଯାଇ ରାଜ୍ୟ ମୁଖ୍ୟ ସଚିବ, ଗୃହ ସଚିବ ଏବଂ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ହିଂସାକାଣ୍ଡ ଘଟିଥିବା ଉତ୍ତର ୨୪ ପ୍ରଗଣା ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାକୁ ମଧ୍ୟ ଟିମ୍‌ ଯାଇ ପୀଡ଼ିତଙ୍କ ପରିବାର ସଦସ୍ୟ ତଥା ସ୍ଥାନୀୟ ଲୋକଙ୍କୁ ପଚରାଉଚରା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe