ବିଧାନସଭାରେ ସଙ୍କଳ୍ପ ପାରିତ: ପଶ୍ଚିମବଙ୍ଗ ହେବ ‘ବାଂଲା’!

Advertisment
ବିଧାନସଭାରେ ସଙ୍କଳ୍ପ ପାରିତ: ପଶ୍ଚିମବଙ୍ଗ ହେବ ‘ବାଂଲା’!

କୋଲକାତା: ପଶ୍ଚିମ ବଙ୍ଗର ନାଁ ବଦଳି ହେବ ‘ବାଂଲା’। ଏ ସମ୍ପର୍କରେ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଛି। ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ପଶ୍ଚିମବଙ୍ଗର ନାମ ପଶ୍ଚିମବଙ୍ଗ ପରିବର୍ତ୍ତେ ‘ବାଂଲା’ ରଖିବା ପାଇଁ ଏକ ପ୍ରସ୍ତାବ ଆଜି ବିଧାନସଭାରେ ଆଗତ ହୋଇଥିଲା। । ଦେଶର ସମସ୍ତ ଭାଷାରେ ପଶ୍ଚିମବଙ୍ଗର ନାମ ‘ବାଂଲା’ ଲେଖିବା ପାଇଁ ଏହି ପ୍ରସ୍ତାବକୁ ଆଜି ପଶ୍ଚିମବଙ୍ଗ ବିଧାନସଭାରେ ଏକ ସଙ୍କଳ୍ପ ପାରିତ ହୋଇଛିି। ଯଦି କେନ୍ଦ୍ରର ଗୃହ ମନ୍ତ୍ରଣାଳୟ ଏହାକୁ ସବୁଜ ସଙ୍କେତ ଦିଅନ୍ତି ତେବେ ପଶ୍ଚିମବଙ୍ଗର ନାମ ‘ବାଂଲା’ ହେବ।
ସୂଚନାଯୋଗ୍ୟ ଯେ ୨୦୧୬ ମସିହା ଅଗଷ୍ଟ ୨୯ ତାରିଖ ଦିନ ପଶ୍ଚିମବଙ୍ଗ ବିଧାନସଭାରେ ଅନୁରୂପ ଏକ ସଙ୍କଳ୍ପ ପାରିତ ହୋଇତଇଲା। ଏଥିରେ ପଶ୍ଚିମବଙ୍ଗର ନାମ ଇଂରାଜୀରେ ‘ବେଙ୍ଗଲ’, ବଙ୍ଗଳାରେ ‘ବାଂଲା’ ଓ ହିନ୍ଦୀରେ ‘ବଙ୍ଗାଲ’ ପାଇଁ ପ୍ରସ୍ତାବ ଗୃହିତ ହୋଇଥିଲା। ମାତ୍ର ଗୃହ ମନ୍ତ୍ରଣାଳୟ ଏହି ସଙ୍କଳ୍ପ ବିଚାରଯୋଗ୍ୟ ନୁହେଁ କହି ଫେରାଇ ଦେଇଥିଲା। କାରଣ ଗୋଟିଏ ରାଜ୍ୟର ନାମ ତିନୋଟି ଭାଷାରେ ତିତିନି ପ୍ରକାର ହୋଇ ପାରିବ ନାହିଁ ବୋଲି ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଥିଲା। ଏ ପରିପ୍ରେକ୍ଷୀରେଏବେ ସବୁ ଭାଷାରେ ପଶ୍ଚିମବଙ୍ଗର ନାମ ବାଂଲା ହେବ ବୋଲି ଏକ ସଙ୍କଳ୍ପ ପଶ୍ଚିମବଙ୍ଗର ର ତୃଣମୁଳ ସରକାରଙ୍କ କ୍ୟାବିନେଟ୍‌ ୨୦୧୭ ମସିହା ସେପ୍ଟେମ୍ବର ମାସ ୮ ତାରିଖରେ ମଞ୍ଜୁୁର କରିଥିଲା। ଆଜି ଏ ସମ୍ପର୍କିତ ସଙ୍କଳ୍ପ ବିଧାନସଭାରେ ପାରିତ ହୋଇଛି। ଏବେ ଏହି ସଙ୍କଳ୍ପକୁ ଗୃହମନ୍ତ୍ରାଳୟ ନିକଟକୁ ପଠାଯିବ। ଏହା ଗୃହମନ୍ତ୍ରଣାଳୟର ମଞ୍ଜୁରି ପାଇଲେ ପଶ୍ଚିମବଙ୍ଗ ନାମ ବଦଳି ‘ବାଂଲା’ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe