Image Courtesy of Zee News
ମସ୍କୋ: ନିର୍ଦ୍ଦିଷ୍ଟ କେତେକ ପାଶ୍ଚାତ୍ୟ ରାଷ୍ଟ୍ର ଆନ୍ତର୍ଜାତିକ ଅର୍ଥନୈତିକ ବ୍ୟବସ୍ଥାକୁ ନଷ୍ଟ କରୁଥିବାରୁ ବିଶ୍ବ ଅର୍ଥନୀତିରେ ପରିବର୍ତ୍ତନ ଘଟୁଛି ବୋଲି ମଙ୍ଗଳବାର ଦିନ ରୁଷ୍ର ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ କହିଛନ୍ତି ବୋଲି ‘ସିନ୍ହୁଆ’ ନିଉଜ୍ ଏଜେନ୍ସି ରିପୋର୍ଟ କରିଛି।
ଅଷ୍ଟମ ‘ଇଷ୍ଟର୍ଣ୍ଣ ଇକୋନୋମିକ୍ ଫୋରମ୍’ର (ଇଇଏଫ୍) ପୂର୍ଣ୍ଣାଙ୍ଗ ଅଧିବେଶନରେ ଉଦ୍ବୋଧନ ଦେବା ବେଳେ ରାଷ୍ଟ୍ରପତି ପୁଟିନ୍ କହିଲେ, ବିଶ୍ବ ଅର୍ଥନୀତି କେମିତି ବଦଳି ଯାଇଛି ଆମେ ଜାଣନ୍ତି ଓ ଦେଖିପାରୁଛନ୍ତି ମଧ୍ୟ। କେତେକ ଦେଶ, ମୁଖ୍ୟତଃ ପାଶ୍ଚାତ୍ୟ ଦେଶ ସବୁ ନିଜେ ନିର୍ମାଣ କରିଥିବା ଅର୍ଥନୈତିକ, ବାଣିଜ୍ୟ ଓ ଆର୍ଥିକ ସମ୍ପର୍କ ନଷ୍ଟ କରୁଥିବାରୁ ସମ୍ପ୍ରତି ବୈଶ୍ବିକ ଅର୍ଥନୀତିରେ ପରିବର୍ତ୍ତନ ଘଟି ଚାଲିଛି।
Image Courtesy of Investing.comସେ ଆହୁରି ମଧ୍ୟ କହିଛନ୍ତି, କିନ୍ତୁ ଏହି ପରିପ୍ରେକ୍ଷୀରେ ସମ୍ପ୍ରସାରିତ ବାହ୍ୟ ଚାପର ବଶବର୍ତ୍ତୀ ନ ହେବାକୁ ସିଦ୍ଧାନ୍ତ ନେଇଥିବା ରାଷ୍ଟ୍ରମାନଙ୍କର ପ୍ରକୃତ ବ୍ୟବସାୟିକ ସହଯୋଗ ନଷ୍ଟ ହେଉନାହିଁ। ଉକ୍ତ ଦେଶ ସବୁ ନିଜ ନିଜର ସ୍ବାର୍ଥ ଉପରେ ଦୃଷ୍ଟି ରଖିଛନ୍ତି।
ରୁଷ୍ର ସୁଦୂର ପୂର୍ବାଞ୍ଚଳ ନଗରୀ ଭ୍ଲାଦିଭୋସ୍ତୋକ୍ରେ ରବିବାରଠାରୁ ଆରମ୍ଭ ହୋଇଥିବା ୪ଦିନିଆ ‘ଅଷ୍ଟମ ଇଇଏଫ୍’ର ଉଦ୍ଦେଶ୍ୟ ହେଉଛି ଏସିଆ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଅର୍ଥନୈତିକ ଓ ସାଂସ୍କୃତିକ ବିନିମୟ ପ୍ରଚାର ପ୍ରସାର କରିବା। ଏଥିରେ ବହୁସଂଖ୍ୟକ ଅଂଶଗ୍ରହଣକାରୀ ଯୋଗ ଦେଇଥିଲେ।
ଏହାର ଆୟୋଜକ ହେଉଛି ‘ରସ୍କଂଗ୍ରେସ୍ ଫାଉଣ୍ଡେସନ୍’। ‘ସହଯୋଗ, ଶାନ୍ତି ଓ ସମୃଦ୍ଧି ପଥେ’ ଭାବଧାରା ଉପରେ ପର୍ଯ୍ୟବେଶିତ ଏହି ଅଧିବେଶନରେ ରାଜନେତା, ବ୍ୟବସାୟିକ କାର୍ଯ୍ୟନିର୍ବାହୀ ଓ ସୁଦୂର ପ୍ରାଚ୍ୟ ବିକାଶ ଏବଂ ଆଞ୍ଚଳିକ ସହଯୋଗର ବିଶେଷଜ୍ଞମାନଙ୍କ ଆଲୋଚନା ପାଇଁ ଗୁରୁତ୍ବପୂର୍ଣ୍ଣ ସାମ୍ମୁଖ୍ୟ ଭାବେ କାର୍ଯ୍ୟ କରିଛି।
Follow Us