ପଶ୍ଚିମ ରାଷ୍ଟ୍ରମାନେ ତାଲିବାନକୁ ସ୍ବୀକୃତି ଦେବେ ନାହିଁ

Advertisment
ପଶ୍ଚିମ ରାଷ୍ଟ୍ରମାନେ ତାଲିବାନକୁ ସ୍ବୀକୃତି ଦେବେ ନାହିଁ

କାବୁଲ : ଆଫଗାନିସ୍ତାନରେ ତାଲିବାନର ସରକାର ଗଠନ ପ୍ରକ୍ରିୟା ଚୂଡ଼ାନ୍ତ ରୂପ ନେଇଥିବା ବେଳେ ଏହି ସରକାରକୁ ୟୁରୋପୀୟ ସଂଘ, ବ୍ରିଟେନ ଏବଂ ଆମେରିକା ସମର୍ଥନ କରିବେ ନାହିଁ ବୋଲି ଆଜି ସ୍ପଷ୍ଟ ହୋଇଛି। ଆମେରିକା ପୂର୍ବରୁ ତାଲିବାନ ସରକାରକୁ ସ୍ବୀକୃତି ଦେବନାହିଁ ବୋଲି ଘୋଷଣା କରିଥିବା ବେଳେ ଆଜି ୟୁରୋପୀୟ ସଂଘ ଏବଂ ବ୍ରିଟେନ୍‌ ମଧ୍ୟ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ଏବଂ ତାଲିବାନ ସରକାରକୁ ସ୍ବୀକୃତି ମିଳିବ ନାହିଁ ବୋଲି କହିଛନ୍ତି।

ୟୁରୋପୀୟ କମିସନ ସଭାପତି ଉର୍‌ସୁଲା ଲେୟନ କହିଛନ୍ତି ଯେ କୌଣସି ଆତଙ୍କବାଦୀ ଗୋଷ୍ଠୀର ସରକାରକୁ ୟୁରୋପୀୟ ସଂଘ ଆନୁଷ୍ଠାନିକ ସ୍ବୀକୃତି ଦେବନାହିଁ। ବ୍ରିଟେନର ବିଦେଶ ସଚିବ ଡୋମିନିକ ରାବ୍‌ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଅନେକ ବ୍ରିଟେନ ନାଗରିକ ଆଫଗାନିସ୍ତାନରୁ ଉଦ୍ଧାର ହୋଇନାହାନ୍ତି ଏବଂ ସେମାନଙ୍କ ଉଦ୍ଧାର ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ତାଲିବାନ ସହଯୋଗ କରିବା ଜରୁରୀ। ତାଲିବାନ ସରକାର ସହ ଆଲୋଚନା ପାଇଁ ରାସ୍ତା ଖୋଲା ରହିବ କିନ୍ତୁ ସରକାରକୁ ସମର୍ଥନ ଦିଆଯିବ ନାହିଁ ବୋଲି ସେ କହିଛନ୍ତି। ଆଜି ରାବ୍‌ ବ୍ରିଟେନ୍‌ ନାଗରିକଙ୍କ ଉଦ୍ଧାର ପ୍ରକ୍ରିୟା ବାବଦରେ ଆଲୋଚନା ପାଇଁ ପାକିସ୍ତାନ ଗସ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe