Image Courtesy of Global Show News
ଲକ୍ଷ୍ନୌ: ଚଢ଼ଉ ପରେ ଅମ୍ବର (ତିମି ବାନ୍ତି) ଚୋରାଚାଲାଣ କରୁଥିବା ଗୋଟାଏ ଗ୍ୟାଙ୍ଗ୍ର ୪ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା କଥା ବୁଧବାର ଦିନ ଟୁଇଟ୍ କରି ‘ଉତ୍ତର ପ୍ରଦେଶ ପୋଲିସ୍ ସ୍ପେସାଲ୍ ଟାସ୍କ୍ ଫୋର୍ସ’ (ୟୁପିଏସଟିଏସଫ୍) ସୂଚନା ଦେଇଛି।
ଚଢ଼ଉ ସମୟରେ ‘ଏସ୍ଟିଏଫ୍’ ସେମାନଙ୍କ ନିକଟରୁ ୪.୧୨ କିଲୋଗ୍ରାମ ଅମ୍ବର ଉଦ୍ଧାର କରିଛି ଯାହାର ମୂଲ୍ୟ ୧୦ କୋଟି ଟଙ୍କା ହେବ। ‘ବନ୍ୟ ପ୍ରାଣୀ (ସଂରକ୍ଷଣ) ଆଇନ-୧୯୭୨’ରେ ଅତର ତିଆରି ପାଇଁ ଖୁବ୍ ଚାହିଦା ଥିବା ତିମି ବାନ୍ତି ବା ଅମ୍ବର ବିକ୍ରୟ ନିଷେଧ କରାଯାଇଛି।
‘ୟୁପିଏସ୍ଟିଏଫ୍’ ଟୁଇଟ୍ କରି ଲେଖିଛି: ‘ବନ୍ୟପ୍ରାଣୀ ସଂରକ୍ଷଣ ଆଇନ୍’ ଅନୁସାରେ ନିଷିଦ୍ଧ ଘୋଷିତ ଅମ୍ବର ଚୋରଚାଲାଣରେ ସମ୍ପୃକ୍ତ ଥିବା ଗୋଟାଏ ଗ୍ୟାଙ୍ଗ୍ର ୪ଜଣ ସଦସ୍ୟଙ୍କୁ ସେପ୍ଟେମ୍ବର ୫ ତାରିଖରେ ଲକ୍ଷ୍ନୌର ଗୋମତୀନଗର ଏକ୍ଷ୍ଟେନ୍ସନ୍ ଏରିଆ ଥାନା ଅଞ୍ଚଳରୁ ୧୦ କୋଟି ଟଙ୍କା ମୂଲ୍ୟର ୪.୧୨୦ କିଲୋ ଅମ୍ବର ସହିତ ଗିରଫ କରାଯାଇଛି।
ସୂଚନାଯୋଗ୍ୟ, ‘ସ୍ପର୍ମହ୍ବେ୍ଲ୍’ (ଦାନ୍ତ ଓ ବଡ଼ମୁଣ୍ଡ ଥିବା ତିମି) ଯେଉଁ ବାନ୍ତି କରେ ତାହାକୁ ‘ଧୂସର ଅମ୍ବର’ ଏବଂ ‘ଭାସମାନ ସ୍ବର୍ଣ୍ଣ’ କହନ୍ତି। ପ୍ରକୃତରେ ଏହା ‘ସ୍ପର୍ମହ୍ବେଲ୍’ର ହଜମକ୍ରିୟା ବା ‘ଅନ୍ତଃନଳୀରୁ ସୃଷ୍ଟି ହୋଇଥାଏ। ଦାମୀ ଅତର ତିଆରିରେ ଏହା ହେଉଛି ପ୍ରମୁଖ ଉପାଦାନ। ସୁନା ଅପେକ୍ଷା ଅଧିକ ମୂଲ୍ୟବାନ ହୋଇଥିବାରୁ ଏହି କଠିନ ତଥା ମହମ ପରି ଦିଶୁଥିବା ଦହନଶୀଳ ଉପାଦାନକୁ ଚୋରାଚାଲାଣ କରାଯାଇଥାଏ।
Image Courtesy of NDTVଅମ୍ବର ବିକ୍ରୟ କରି ଗିରଫ ହେବା ଘଟଣା ଭାରତରେ ନୂଆ କଥା ନୁହେଁ। ବେଆଇନ ଭାବେ ଅମ୍ବର ବିକ୍ରୟ କରିଥିବା ଅଭିଯୋଗରେ ଚଳିତ ବର୍ଷ ଅନେକ ଲୋକଙ୍କୁ ହାଜତକୁ ନିଆଯାଇଛି।
ଚଳିତ ବର୍ଷ ଜୁଲାଇ ମାସରେ କେରଳର ଦଳେ ମତ୍ସ୍ୟଜୀବୀ ୨୮ କୋଟି ଟଙ୍କା ମୂଲ୍ୟର ଅମ୍ବର ଠାବ କରିଥିଲେ। କିନ୍ତୁ, ସେମାନେ ତାହାକୁ ସରକାରୀ କର୍ତ୍ତୃପକ୍ଷଙ୍କୁ ଦେଇ ଦେଇଥିଲେ।
Follow Us