www.news18.com
ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିଠାରେ ଥିବା ଏକ ହୋଟେଲ୍ରେ ରହିବା ପରେ ଏକ ଭାରତୀୟ ପରିବାର ସେହି ହୋଟେଲ୍ ଭିତରୁ ଛୋଟମୋଟ ସାମଗ୍ରୀ ଚୋରାଇ ସାରା ଦେଶର ମୁଣ୍ଡ ତଳକୁ କରି ଦେଇଛନ୍ତି। ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ କି ଦମ୍ପତି ଚୋରି କରିଥିବା ସାମଗ୍ରୀଗୁଡ଼ିକୁ ଗୋଟି ଗୋଟି କରି ଦେଖିବାକୁ ମିଳୁଛି। ସେମାନେ ହୋଟେଲ୍ ରୁମ୍ ଓ ବାଥରୁମ୍ ଭିତରୁ ସାମ୍ପୋ, କଣ୍ଡିସନର, ଚପଲ ଓ ହ୍ୟାଙ୍ଗର ଆଦି ଚୋରାଇଥିବା ଭିଡିଓରେ ଦେଖିବାକୁ ମିଳିଛି। ଦମ୍ପତିଙ୍କର ଏପରି ନିଚ କାମରେ ବହୁ ଭାରତୀୟ କମେଣ୍ଟରେ ଛିଛାକାର କରିବା ସହ ଦମ୍ପତିଙ୍କୁ କଡ଼ାରୁ କଡ଼ା ଦଣ୍ଡ ଦେବାକୁ ପରାମର୍ଶ ଦେଇଛନ୍ତି। ଏପରି ଲୋକଙ୍କ ପାଇଁ ଭାରତୀୟମାନେ ବାହାର ଦେଶକୁ ଗଲେ ସେମାନଙ୍କୁ ସମ୍ମାନ ମିଳୁନାହିଁ ବୋଲି କିଛି ବ୍ୟବହାରକାରୀ ମତ ରଖି ଚିନ୍ତା ପ୍ରକଟ କରିଛନ୍ତି।
ଭିଡିଓରେ ଶୁଣିବାକୁ ମିିଳିଛି ଯେ ତାଙ୍କ ବ୍ୟାଗ୍ରୁ ହୋଟଲ୍ର ସାମଗ୍ରୀ ବାହାରିବା ପରେ ହୋଟେଲ୍ ମ୍ୟାନେଜର୍ ଚୋର ପତି-ପତ୍ନୀଙ୍କୁ ପୁଲିସ୍ରେ ଦେବା କଥା କହୁଛନ୍ତି। ସେହି ସମୟରେ ଅଭିଯୁକ୍ତା ମହିଳା ତାହାକୁ ପ୍ରତିବାଦ କରି ଜରିମାନା ଦେଇ ସମାଧାନ କରିବାକୁ କହୁଛନ୍ତି। ମହିଳାଙ୍କ ପତି ମଧ୍ୟ ଟଙ୍କା ଦେଇ ସମାଧାନ କରିବାକୁ ନିବେଦନ କରୁଥିବା ଭିଡିଓରେ ଦେଖିବାକୁ ମିଳିଛି।
Follow Us