Image Courtesy of Duniadari
ନୂଆଦିଲ୍ଲୀ: ରିୟା ଚକ୍ରବର୍ତ୍ତୀଙ୍କୁ ଜାମିନ ମନା ହେବାରୁ ସମ୍ପ୍ରତି ସେ ମୁମ୍ବାଇର ବାଇକୁଲା ଜେଲ୍ରେ ରହିବେ। ଅଭିନେତ୍ରୀ ରିୟା ଏବଂ ‘ନାକ୍ରୋଟିକ୍ କଣ୍ଟ୍ରୋଲ୍ ବ୍ୟୁରୋ’ର (ଏନ୍ସିବି) ଯୁକ୍ତି ଶୁଣିବା ପରେ ଅଦାଲତ ଜାମିନ ନାମଞ୍ଜୁର କରିଥିଲେ।
ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରି ପରେ ମଙ୍ଗଳବାର ଦିନ ‘ଏନ୍ସିବି’ କହିଥିଲା ଯେ, ରିୟାଙ୍କୁ ତିନି ଦିନ କାଳ ପଚରା ଉଚୁରା କରି ସେମାନେ ସନ୍ତୁଷ୍ଟ ଏବଂ ତାଙ୍କୁ ହାଜତରେ ରଖାଯିବ ନାହିଁ। ଦୁଇ ଦିନ ପରେ ଗୁରୁବାର ଦିନ ‘ଏନ୍ସିବି’ ଦୃଢ଼ ଯୁକ୍ତିବାଢ଼ି କହିଲା ଯେ, ରିୟା ଚ୍ରକବର୍ତ୍ତୀ ଜେଲ୍ରେ ରହିବା ଉଚିତ। ତାଙ୍କୁ ଜାମିନ ଦିଆଯିବା ଅନୁଚିତ।
ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ରିୟାଙ୍କୁ ତାଙ୍କୁ ହାଜତକୁ ନେଇଥିଲେ ତାଙ୍କର ସ୍ବୀକାରୋକ୍ତି ଦୁର୍ବଳ ହୋଇପାରେ ବୋଲି ‘ଏନ୍ସିବି’ର ମନେହୋଇଥିଲା। ଅଦାଲତରେ ଗତକାଲି ‘ଏନ୍ସିବି’ କହିଥିଲା କି, ରିୟାଙ୍କ ସ୍ବକାରୋକ୍ତି ସ୍ବତ୍ତଃସ୍ଫୂର୍ତ୍ତ। ସ୍ବୀକାରୋକ୍ତି ବେଳେ ସେ ହାଜତରେ ନ ଥିଲେ। ଯଦି ସେ ‘ଏନ୍ସିବି’ ହାଜତରେ ଥାଆନ୍ତେ ଏହି ଯୁକ୍ତି ସେତେ ବଳିଷ୍ଠ ହୋଇ ନ ଥାଆନ୍ତା। ତାଙ୍କ ସ୍ବୀକାରୋକ୍ତି ଉପରେ ତାଙ୍କ ଓକିଲ ସନ୍ଦେହ ପ୍ରକାଶ କରିଥାଆନ୍ତେ। କିନ୍ତୁ, ତଥାପି ରିୟାଙ୍କ ଓକିଲ କହୁଛନ୍ତି କି, ପ୍ରତି ଦିନ ଆଠ ଘଣ୍ଟା ଧରି ତାଙ୍କୁ ପ୍ରଶ୍ନ ପଚାରି ସ୍ବୀକାରୋକ୍ତି ଆଦାୟ କରିବା ହାଜତରେ ପଚରାଉଚୁରା କରିବା ସହ ସମାନ।
Image Courtesy of The Indian Expressସେ ଯାହାହେଉ, ରିୟାଙ୍କ ଜାମିନ ଖାରଜ କରାଇବା ଲାଗି ‘ଏନ୍ସିବି’ ଏଭଳି ଯୁକ୍ତି ସବୁ ଉପସ୍ଥାପନ କରିଥିଲା।
ପ୍ରେମିକ ସୁଶାନ୍ତ ସିଂହ ରାଜପୁତ ବ୍ୟବହାର କରୁଥିବା ନିଶା ସମ୍ବନ୍ଧରେ ରିୟା ଉତ୍ତମରୂପେ ଜାଣିଥିଲେ ଓ ତାହା ଯୋଗାଡ଼ କରି ସେ ଅପରାଧର ଅଂଶବିଶେଷ ପାଲଟିଥିଲେ।
ଅବୈଧ ନିଶାଔଷଧ ଚାଲାଣରେ ଦେୟ ପୈଠ ନିମନ୍ତେ ରିୟା ତାଙ୍କର କ୍ରେଡିଟ୍ କାର୍ଡ ଓ ଅନ୍ୟାନ୍ୟ ପେମେଣ୍ଟ୍ ପଦ୍ଧତି ଉପଯୋଗ କରୁଥିଲେ।
ପଚରାଉଚୁରା ବେଳେ ନିଜର ସମ୍ପୃକ୍ତି କଥା ସେ ସ୍ବେଚ୍ଛାରେ ସ୍ବୀକାର କରିଥିବାରୁ ତାହା ଅଦାଲତରେ ଗ୍ରହଣଯୋଗ୍ୟ।
ବ୍ୟକ୍ତିଗତ ବ୍ୟବହାର ନିମନ୍ତେ ନୁହେଁ ଅନ୍ୟ ବ୍ୟକ୍ତିଙ୍କୁ ଯୋଗାଇବାକୁ ରିୟା ଚକ୍ରବର୍ତ୍ତୀ ନିଶା ଔଷଧ ଲାଗି ଅର୍ଥ ପୈଠ କରୁଥିଲେ।
‘ନେକ୍ରୋଟିକ୍ସ୍ ଡ୍ରଗ୍ସ୍ ଆଣ୍ଡ୍ ସାଇକୋଟ୍ରପିକ୍ ସବ୍ଷ୍ଟାନ୍ସ୍ (ଏନ୍ଡିପିଏସ୍ ଆକ୍ଟ୍) ପ୍ରଣିଧାନଯୋଗ୍ୟ ହୋଇଥିବାରୁ ରିୟା ଆଇନର ପଞ୍ଝାରୁ ଖସି ପାରିବେ ନାହିଁ।
ଜାମିନରେ ଗଲେ ସେ ପ୍ରମାଣ ଜାଲିଆତି କରିବା ସହ ସମାଜରେ ନିଜର ସ୍ଥିତି ଓ ଅର୍ଥବଳ ଯୋଗେ ସାକ୍ଷୀଙ୍କୁ ପ୍ରଭାବିତ କରିବାକୁ ଉଦ୍ୟମ କରିପାରନ୍ତି।
ରିୟା କିନ୍ତୁ, ଅଦାଲତରେ ନିଜ ସ୍ବୀକାରୋକ୍ତିକୁ ଅସ୍ବୀକାର କରିବା ସହ କହିଥିଲେ କି, ଚାପ ପକାଇ ତାଙ୍କୁ ଏଭଳି ସ୍ବୀକାରୋକ୍ତି ଦେବାକୁ ବାଧ୍ୟ କରାଯାଇଥିଲା। ଜାମିନ ଆବେଦନରେ ସେ ଉଲ୍ଲେଖ କରିଥିଲେ ଯେ, ସେ କୌଣସି ଅପରାଧ କରିନାହାନ୍ତି। ମିଛରେ ତାଙ୍କୁ ଏହି ମାମଲାରେ ଜଡ଼ିତ କରାଯାଇଛି। ତାଙ୍କ ଗିରଫଦାରି ମଧ୍ୟ ପରୱାନାବିହୀନ ଏବଂ ଅଯର୍ଥାର୍ଥ। ତାଙ୍କର ସ୍ବାଧୀନତା ଉପରେ ଅକସ୍ମାତ କଟକଣା ଲାଗୁ କରାଯାଇଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପଚରାଉଚୁରା ସମୟରେ ତାଙ୍କୁ ଓକିଲଙ୍କ ସହ ପରାମର୍ଶ କରିବାକୁ ସୁଯୋଗ ଦିଆଯାଇ ନ ଥିଲା। ଏକାଧିକ ପୁରୁଷ ଅଧିକାରୀ ଏକାଥରକେ ଆଠଘଣ୍ଟା ଯାଏଁ ପଚରାଉଚୁରା କରିଥିଲେ।
Follow Us