Image Courtesy of Printerest
ଲଣ୍ଡନ୍: କ୍ୟାବିନେଟ୍ ମନ୍ତ୍ରୀମାନେ ଇସ୍ତଫା ଦେବାରୁ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ବୋରିସ୍ ଜନ୍ସନ୍ ରାଜି ହେବା ପରେ ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍ରେ ଥିବା ତାଙ୍କ ସରକାରୀ ବାସଭବନର ମୁଖ୍ୟ ମୂଷାମରା ବିରାଡ଼ି ‘ଲ୍ୟାରି’ ମଧ୍ୟ ଦେଶର ରାଜନୈତିକ ସଙ୍କଟ ବିଷୟରେ ନିଜ ମତ ଉପସ୍ଥାପନ କରିଥିଲା।
୫୪୨,୦୦୦ ଅନୁଗାମୀ ଥିବା ନିଜ ଟୁଇଟର୍ ଆକାଉଣ୍ଟ୍ରେ ଗୁରୁବାର ଦିନ ‘ଲ୍ୟାରି’ ବିରାଡ଼ି ଲେଖିଛି: ମୁଁ ବୋରିସ୍ ଜନ୍ସନ୍ଙ୍କ ନିଜସ୍ବ ବିରାଡ଼ି ନୁହେଁ। ସବୁ ପ୍ରଧାନମନ୍ତ୍ରୀଙ୍କ ଭଳି ସେ ବି ‘ଡାଉନିଙ୍ଗ୍ ଷ୍ଟ୍ରିଟ୍’ରେ ଜଣେ ଅସ୍ଥାୟୀ ବାସିନ୍ଦା ଭାବେ ରହିଥିଲେ। କିନ୍ତୁ, ମୁଁ ଏଠାରେ ଚିରସ୍ଥାୟୀ ହୋଇ ରହିଛି। ପରିଶେଷରେ ସେ ବିଦାୟ ନେଲେ, ମୁଁ ରହିଲି। ସତକଥା, ଏବେ ଭାରି ଅଡୁଆ ଲାଗୁଛି, କିନ୍ତୁ ସମୟକ୍ରମେ ଭଲ ଲାଗିବ।
Image Courtesy of Voxଆଉ ଏକ ଟୁଇଟ୍ରେ ‘ଲ୍ୟାରି’ ବିରାଡ଼ି କହିଛି, ସରକାରରେ ଏତେଗୁଡ଼ିଏ ଲୋକ ଥିଲେ ବୋଲି ଏ ସବୁ ଇସ୍ତଫା ପତ୍ର ଦର୍ଶାଉଛି। ଗତ ଦୁଇବର୍ଷ ହେବ ସେମାନେ କ’ଣ କରୁଥିଲେ ବୋଲି ଚିନ୍ତା କରି ଅଧିକାଂଶ ଭୋଟର୍ ବିସ୍ମିତ ହେବେ।
ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ଲାଗି ବୋରିସ୍ ଜନ୍ସନ୍ଙ୍କୁ କହିଥିବା ବ୍ରିଟିସ୍ ଟ୍ରେଜେରି ମୁଖ୍ୟ ନଦିମ୍ ଜହାୱି କରିଥିବା ଟୁଇଟ୍ ଉପରେ ବି ‘ଲ୍ୟାରି’ ବିରାଡ଼ି ପ୍ରତିକ୍ରିୟା ବ୍ୟକ୍ତ କରିଛି। ଟୁଇଟ୍ କରି ସେ କହିଛି, ପ୍ରାୟ ୩ ବର୍ଷ ଧରି ମତେ ବୋରିସ୍ ଜନ୍ସନ୍ଙ୍କ ନିକଟରେ ରହିବାକୁ ପଡ଼ିଲା। ଏ ବ୍ୟକ୍ତି (ନଦିମ୍) ଦିନକ ପାଇଁ ବୋରିସ୍ଙ୍କ ବାସଭବନ ପାଖରେ ଥିବା ଘରେ ରହି ତାଙ୍କୁ ଇସ୍ତଫା ଦେବା ପାଇଁ କହିଛନ୍ତି।
ସୂଚନାଯୋଗ୍ୟ, ଦୀର୍ଘ ୧୧ ବର୍ଷ ହେବ ‘ଲ୍ୟାରି’ ବିରାଡ଼ି ୧୦ ଡାଉନିଙ୍ଗ୍ ଷ୍ଟ୍ରିଟ୍ର କରିଡର୍ମାନଙ୍କରେ ବୁଲାବୁଲି କରି ସମୟ ଅତିବାହିତ କଲାଣି।
Follow Us