୧୬୬ ଗ୍ରୁପ୍‌-ଡି ବଦବୀ ପାଇଁ ୫ ଲକ୍ଷ ଦରଖାସ୍ତ; ବିହାର ମନ୍ତ୍ରୀ କହିଲେ- ସରକାର କ’ଣ କରି ପାରିବେ

Advertisment
୧୬୬ ଗ୍ରୁପ୍‌-ଡି ବଦବୀ ପାଇଁ ୫ ଲକ୍ଷ ଦରଖାସ୍ତ; ବିହାର ମନ୍ତ୍ରୀ କହିଲେ- ସରକାର କ’ଣ କରି ପାରିବେ

Image Source: Zee News

ପାଟନା: ୧୬୬ଟି ଗ୍ରୁପ୍‌-ଡି ପଦବୀ ପାଇଁ ୫ ଲକ୍ଷରୁ ଊର୍ଦ୍ଧ୍ୱ ଦରଖାସ୍ତ ଆସିଥିବା କଥାରେ ବିବାଦ ଚାଲିଥିବା ବେଳେ ବିହାର ମନ୍ତ୍ରୀ ଶ୍ରବଣ କୁମାର ଶୁକ୍ରବାର ଦିନ ଅତି ରୁକ୍ଷ ଭାଷାରେ କହିଛନ୍ତି, ଚାକିରି ପାଇଁ ଲୋକେ ଆବେଦନ କଲେ ସରକାର କ’ଣ କରିପାରିବେ?

ସେ ଗଣମାଧ୍ୟମକୁ କହିଛନ୍ତି: ଚାକିରି ପାଇଁ ଲୋକେ ନିଜ ଇଚ୍ଛାରେ ଦରଖାସ୍ତ ପକାଉଛନ୍ତି। ସରକାର କ’ଣ କରି ପାରିବ? କୌଣସି ନିର୍ଦ୍ଦିଷ୍ଟ ଚାକିରି ପାଇଁ ଦରଖାସ୍ତ କରିବାକୁ ସରକାର ସେମାନଙ୍କୁ କହି ନାହାନ୍ତି। ସରକାର କେବଳ ଏତିକି ଦେଖି ପାରିବ ଯେ ମେଧାବୀ ଦରଖାସ୍ତକାରୀମାନେ ମନୋନୀତ ହୋଇଛନ୍ତି କି, ନାହିଁ।

publive-image Image Source: Siasat

ଗ୍ରାମୀଣ ବିକାଶ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିବା କୁମାର ସ୍ୱୀକାର କରିଛନ୍ତି ଯେ ବିକାଶ ଗୋଟାଏ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ସମଗ୍ର ବିଶ୍ୱରେ ଚାଲିଥିବା ପ୍ରତିଦ୍ୱନ୍ଦ୍ୱିତାକୁ ସେ ଦାୟି କରିଛନ୍ତି।

ସେ କହିଛନ୍ତି, ସମଗ୍ର ବିଶ୍ୱ ପ୍ରତିଦ୍ୱନ୍ଦ୍ୱିତା ପର୍ଯ୍ୟାୟ ଦେଇ ଚାଲିଥିବାରୁ ଏହା ଚିନ୍ତାରକାରଣ ପାଲଟିଛି।

ବିହାର ବିଧାନସଭାରେ ୧୬୬ଟି ଗ୍ରୁପ୍‌-ଡି ପଦବୀ ପାଇଁ ପ୍ରାୟ ପାଞ୍ଚ ଲକ୍ଷ ସ୍ନାତକ, ସ୍ନାତକୋତ୍ତର, ଏମ୍‌ବିଏ ଏବଂ ଏମ୍‌ସିଏ ଡିଗ୍ରିଧାରୀମାନେ ଦରଖାସ୍ତ କରିଥିବାରୁ ରାଜ୍ୟର ବିଜେପି-ଜେଡି (ୟୁ) ନେତୃତ୍ୱାଧୀନ ସରକାରଙ୍କୁ କଂଗ୍ରେସ ସମେତ ବିରୋଧୀ ଦଳମାନେ ସମାଲୋଚନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe