ପୁସ୍ତକ ନିଷିଦ୍ଧ ପରେ ରାଜୀବଙ୍କୁ କ’ଣ ଲେଖିଥିଲେ ରୁଶଦି?

ବହି ନିଷିଦ୍ଧ ନିଷ୍ପତ୍ତି ଠିକ ଥିଲା: ନଟବର ସିଂହ

ପୁସ୍ତକ ନିଷିଦ୍ଧ ପରେ ରାଜୀବଙ୍କୁ କ’ଣ ଲେଖିଥିଲେ ରୁଶଦି?

The Indian Express

ନୂଆଦିଲ୍ଲୀ: ବିଶିଷ୍ଟ ଲେଖକ ସଲମାନ ରୁଶ୍‌ଦିଙ୍କ ବିବାଦୀୟ ପୁସ୍ତକକୁ ରାଜୀବ ଗାନ୍ଧି ସରକାର ନିଷିଦ୍ଧ କରିଥିଲେ। ଏହାପରେ ଲେଖକ ରୁଶଦି ରାଜୀବ ଗାନ୍ଧିଙ୍କ ନିକଟକୁ ‌କଡ଼ା ଭାଷାରେ ଏକ ଚିଠି ଲେଖିଥିଲେ। ସେହି ଚିଠିର କିଛି ଅଂଶ ନ୍ୟୁୟର୍କ ଟାଇମ୍ସରେ ୧୯୮୮ ଅକ୍ଟୋବର ୧୯ରେ ପ୍ରକାଶ ପାଇଥିଲା। ତାହାର ଶୀର୍ଷକ ଥିଲା ଇଣ୍ଡିଆ ବ୍ୟାନ୍‌ସ ଏ ବୁକ୍ ଫର୍‌ ଇଟ୍‌ସ ଓନ୍ ଗୁଡ୍‌’। ରାଜୀବ ସରକାରଙ୍କ ନିଷ୍ପତ୍ତିକୁ ନେଇ ରୁଶଦି ସେହି ଚିଠିରେ ‌କ୍ଷୋଭ ପ୍ରକାଶ କରିଥିଲେ। ସାଂସଦ ସୟେଦ ଶାହବୁଦ୍ଦିନ, ଖୁର୍ସିଦ ଆଲମ ଖାନଙ୍କ ସମେତ ଆଉ କେତେଜଣ ମୁସଲିମ ରାଜନେତାଙ୍କ ଦାବି ପରେ ସରକାର ଏପ୍ରକାର ନିଷ୍ପତ୍ତି ନେଇଛନ୍ତି। ଏପରିକି ସେହି ମୁସଲିମ ନେତାଙ୍କୁ ସେ ଉଗ୍ରବାଦୀ ଓ ମୌଳବାଦୀ ବୋଲି କହିବାକୁ ପଛାଇବେ ନାହିଁ ବୋଲି ଲେଖିଥିଲେ। ଯେଉଁମାନେ ମୋତେ ଓ ମୋ ବହିକୁ ସମାଲୋଚନା କରିଛନ୍ତି ସେମାନଙ୍କର ସେହି ବହି ପଢ଼ିବା ଆବଶ୍ୟକ ନାହିଁ। ସରକାରଙ୍କ ନିଷ୍ପତ୍ତି ତାଙ୍କୁ ଗଭୀର ଭାବେ ବ୍ୟଥିତ କରିଛି ବୋଲି ସେ କହିଥିଲେ।

ଆଗୁଆ ସତର୍କତାମୂଳକ ପଦକ୍ଷେପ ଭାବେ ଦ ସାଟାନିକ ଭର୍ସେସ ପୁସ୍ତକକୁ ନିଷିଦ୍ଧ କରାଯାଇଛି ବୋଲି ସରକାରୀ ଭାବେ କୁହାଯାଇଛି। ବହିରେ ଥିବା କିଛି ଅଂଶକୁ ସହଜରେ ବିକୃତ ଏବଂ ଅପବ୍ୟବହାର କରାଯିବାର ଆଶଙ୍କା ବ୍ୟକ୍ତ କରାଯାଇଥିଲା। ଏହା ତାଙ୍କୁ ଚକିତ କରିଥିଲା। ମୁକ୍ତ ସମାଜରେ ଏଭଳି ବ୍ୟବହାର ଠିକ ନୁହେଁ ବୋଲି ସେ ରାଜୀବଙ୍କୁ ସେହି ଚିଠିରେ କହିଥିଲେ। ସରକାର ଏଥିପାଇଁ ଲଜ୍ଜିତ ହେବା ଆବଶ୍ୟକ। ଭାରତ‌ୀୟମାନେ କ’ଣ ପଢ଼ିବେ ଓ କ’ଣ ନ ପଢ଼ିବେ ତାହାର ନିଷ୍ପତ୍ତି ଅର୍ଥ ମନ୍ତ୍ରାଳୟ ନେବା ନିଶ୍ଚିତ ଭାବେ ଏକ ଅଦ୍ଭୂତ କଥା। ଯେକୌଣସି ଗଣତନ୍ତ୍ରର ମୂଳଦୁଆ ହେଉଛି ବାକ୍ ସ୍ବାଧୀନତା। ବର୍ତ୍ତମାନ ସାରା ବିଶ୍ବରେ ଭାରତୀୟ ଗଣତନ୍ତ୍ର ହାସ୍ୟାସ୍ପଦ ଭଳି ହୋଇଛି ବୋଲି ରୁଶଦି ସେଥିରେ କହିଥିଲେ।

ବହି ନିଷିଦ୍ଧ ନିଷ୍ପତ୍ତି ଠିକ ଥିଲା: ନଟବର ସିଂହ
ନୂଆଦିଲ୍ଲୀ: ସଲମାନ ରୁଶଦିଙ୍କ ଦ୍ବାରା ଲିଖିତ ବିବାଦୀୟ ପୁସ୍ତକ ‘ଦ ସାଟାନିକ୍‌ ଭର୍ସେସ’କୁ ୧୯୮୮ ମସିହାରେ ରାଜୀବ ଗାନ୍ଧି ସରକାର ଭାରତରେ ନିଷିଦ୍ଧ କରିଥିଲେ। ସେତେବେଳେ ବିଦେଶ ବ୍ୟାପାର ମନ୍ତ୍ରୀ ଥିବା କେ ନଟବର ସିଂହ କହିଛନ୍ତି ରାଜୀବ ସରକାରଙ୍କ ଏହି ନିଷ୍ପତ୍ତି ଯୁକ୍ତିଯୁକ୍ତ ଥିଲା। ଆଇନ ଶୃଙ୍ଖଳା କାରଣରୁ ଏହି ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତିରେ ସେ ମଧ୍ୟ ସାମିଲ ଥିଲେ। ପୁସ୍ତକ ଗୁରୁତର ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି ସେ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କୁ କହିଥିଲେ। ମୁସଲିମମାନଙ୍କ ତୁଷ୍ଟୀକରଣ ପାଇଁ ଉକ୍ତ ବହିକୁ ନିଷିଦ୍ଧ କରାଯାଇଛି ବୋଲି ଯାହା ଦାବି କରାଯାଉଛି ତାହାକୁ ୯୧ ବର୍ଷୀୟ କେ ନଟବର ସିଂହ ଖଣ୍ଡନ କରିଛନ୍ତି। କାଶ୍ମୀର ସମେତ ଦେଶର ଅନ୍ୟାନ୍ୟ ସ୍ଥାନରେ ଏହି ପ୍ରସଙ୍ଗକୁ ନେଇ ଆଇନ ଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା। ଏହାପରେ ପ୍ରଧାନମନ୍ତ୍ରୀ କ’ଣ କରିବା ବୋଲି ପଚାରିଥିଲେ। ଜୀବନ ସାରା ମୁଁ ବହି ନିଷିଦ୍ଧକୁ ବିରୋଧ କରିଆସିଛି ବୋଲି କହିଥିଲି। କିନ୍ତୁ ଯେତେବେଳେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜୁଛି ସେତେବେଳେ ରୁଶଦିଙ୍କ ଭଳି ବଡ଼ ଲେଖକଙ୍କର ପୁସ୍ତକ ନିଷିଦ୍ଧ ହେବା ଆବଶ୍ୟକ ବୋଲି ମତ ଦେଇଥିଲି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe