ମୁମ୍ବାଇ: ‘ଏନ୍ସିବି’ କ୍ଷେତ୍ରୀୟ ନିର୍ଦେଶକ ସମୀର ୱାଙ୍ଖେଡ଼େଙ୍କ ବାହାଘର ସମୟର ବୋଲି ସୂଚାଇ ରବିବାର ବିଳମ୍ବିତ ରାତ୍ରରେ ମହାରାଷ୍ଟ୍ର ମନ୍ତ୍ରୀ ନବାବ ମଲିକ ଗୋଟାଏ ଫଟୋ ପୋଷ୍ଟ୍ କରିଛନ୍ତି। ଫଟୋର ପରିଚୟୋକ୍ତିରେ ସେ ଲେଖିଛନ୍ତି: କବୁଲ୍ ହୈ, କବୁଲ୍ ହୈ, କବୁଲ୍ ହୈ। ଆପଣ କ’ଣ କଲେ ସମୀର ଦାଊଦ୍ ୱାଙ୍ଖେଡ଼େ?
Image Courtesy of India Todayଉଲ୍ଲେଖଯୋଗ୍ୟ, ସମୀର ୱାଙ୍ଖେଡ଼େ ଜନ୍ମରୁ ମୁସଲମାନ ଏବଂ ଅନୁସୂଚୀତ ଜାତି/ଜନଜାତିଙ୍କ ନିମନ୍ତେ ଉଦ୍ଦିଷ୍ଟ ସଂରକ୍ଷିତ ବ୍ୟବସ୍ଥାରେ ‘ସିଭିଲ୍ ସର୍ଭିସ୍’ ପାଇବା ନିମନ୍ତେ ସେ ଜାତି ପ୍ରମାଣପତ୍ର (କାଷ୍ଟ୍ସାର୍ଟିଫିକେଟ୍) ଜାଲିଆତି କରିଥିଲେ ବୋଲି ‘ନ୍ୟାସ୍ନାଲିଷ୍ଟ୍ କଂଗ୍ରେସ ପାର୍ଟି’ ମନ୍ତ୍ରୀ ନବାବ ମଲିକ ଦାବି କରିଆସୁଛନ୍ତି। କିନ୍ତୁ, ଏ ଅଭିଯୋଗ ମିଥ୍ୟା ବୋଲି ସମୀର ୱାଙ୍ଖେଡ଼େ ଏବଂ ତାଙ୍କ ପରିବାର ଲୋକେ କହୁଛନ୍ତି।
Image Courtesy of The Indian Expressସମୀର ୱାଙ୍ଖେଡ଼େଙ୍କ ‘ବିବାହ ପ୍ରମାଣପତ୍ର’ ଏବଂ ‘ବିବାହ ଅଭ୍ୟର୍ଥନା କାର୍ଡ’ ବୋଲି ଦାବି କରି ଶନିବାର ଦିନ ମଧ୍ୟ ନବାବ ମଲିକଙ୍କ କନ୍ୟା ନୀଲୋଫର୍ ମଲିକ ଖାଁ ଟୁଇଟର୍ରେ କିଛି ଫଟୋ ପୋଷ୍ଟ୍ କରିଥିଲେ। ଏସବୁ ଶବନା କ୍ୟୁରେସିଙ୍କ ସହ ହୋଇଥିବା ସମୀରଙ୍କ ପ୍ରଥମ ବିବାହ ସମୟର ବୋଲି ସେ କହିଥିଲେ। ଅସଲି ଭଳି ମନେହେଉଥିବା ଉକ୍ତ ବାହାଘର କାର୍ଡରେ ବରର ନାମ ‘ସମୀର’ ( ଶ୍ରୀଯୁକ୍ତ ଦାଊଦ୍ ଏବଂ ଶ୍ରୀମତୀ ଜାହେଦା ୱାଙ୍ଖେଡ଼େଙ୍କ ପୁତ୍ର) ବୋଲି ଛାପା ହୋଇଛି।
ସମୀର ୱାଙ୍ଖେଡ଼େଙ୍କ ପିତାଙ୍କ ନାମ ଦାଊଦ୍ ବୋଲି ନବାବ ମଲିକ ଦାବି କରିଆସୁଥିବା ବେଳେ ୱାଙ୍ଖେଡ଼େଙ୍କ ପରିବାରବର୍ଗ କହି ଆସୁଛନ୍ତି ଯେ, ତାଙ୍କ ନାମ ଜ୍ଞାନଦେବ ୱାଙ୍ଖେଡ଼େ।
Follow Us