ନୂଆ ଓମିକ୍ରନ ପ୍ରଜାତି ବିଷୟରେ ଆପଣ ଏହି ସବୁ କଥା ଜାଣନ୍ତି କି?

Advertisment
ନୂଆ ଓମିକ୍ରନ ପ୍ରଜାତି ବିଷୟରେ ଆପଣ ଏହି ସବୁ କଥା ଜାଣନ୍ତି କି?

South China Morning Post

ନୂଆଦିଲ୍ଳୀ: କରୋନା ଥମିବାର ନାଁ ନେଉନି। ଏହାର ଗୋଟାଏ ପରେ ଗୋଟାଏ ଭାରିଆଣ୍ଟ୍‌ ବାହାରି ଜନଜୀବନକୁ ହନ୍ତସନ୍ତ କରି ପକାଉଛି। ନୂଆ ପ୍ରଜାତିର କରୋନା ବା ନୂଆ ଓମ୍ରିକନ୍‌ ମ୍ୟୁଟାଣ୍ଟ୍‌ ବିଷୟରେ ଆପଣ କ’ଣ ଜାଣିଛନ୍ତି?

ଏହି ଭୂତାଣୁ ଏବେ ସୁଦ୍ଧା ୧୩ ଟି ଦେଶରେ ଚିହ୍ନଟ ହୋଇ ତା’ର କାୟା ବିସ୍ତାର କରିବାରେ ଲାଗିଛି। ଏବେ ସୁଦ୍ଧା ସବୁ ଦେଶଠାରୁ ଆଗରେ ରହିଛି ଆମେରିକା। ଓମିକ୍ରନର ଉପପ୍ରଜାତି ବିଏ.୨.୧୨.୧ କରୋନା ଭାଇରସ୍‌ ସଂକ୍ରମଣର ମୁଖ୍ୟ କାରଣ ପାଲଟିଛି ବୋଲି ଗବେଷଣାରୁ ଜଣାପଡ଼ିଛି।

ୟୁ.ଏସ୍‌ ସେଣ୍ଟର୍‌ ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରିଭେନ୍‌ସନ୍‌ର ଡାଟା ରିପୋର୍ଟ ଅନୁଯାୟୀ, ଓମିକ୍ରନର ଉପପ୍ରଜାତି ବିଏ.୨.୧୨.୧ ସବୁଠାରୁ ଅଧିକ ସଂକ୍ରମଣ କରାଉଛି। ଖାଲି ସେତିକି ନୁହେଁ ୫୮ ପ୍ରତିଶତ ସଂକ୍ରମଣ ଆମେରିକାରେ ଘଟୁଥିବା ସୂଚନା ରହିଛି।

ଗବେଷକଙ୍କ କହିବା ଅନୁସାରେ, ଏହା ଓମିକ୍ରନଠାରୁ ମଧ୍ୟ ଅଧିକ ଶୀଘ୍ର ବ୍ୟାପି ଚାଲିଛି। ତେବେ ଏବେ ଗବେଷକମାନେ ଓମିକ୍ରନର ଉପପ୍ରଜାତି ବିଏ.୨.୧୨.୧କୁ ନେଇ ଭିନ୍ନ ଗବେଷଣା କରିବା ଆରମ୍ଭ କରି ଦେଇଛନ୍ତି। ପୂର୍ବରୁ ନେଇଥିବା ଟିକା ଏହି ପ୍ରଜାତି ପାଇଁ କାମ କରିବ କି ନାହିଁ ତାହା ଜାଣିବା ଏବେ ଗବେଷକଙ୍କ ପାଇଁ ପ୍ରଥମ କାର୍ଯ୍ୟ ହୋଇପଡ଼ିଛି।

ଏବେ ଦେଶରେ କରୋନା ସଂକ୍ରମଣ ସଂଖ୍ୟାରେ ଧୀରେ ଧୀରେ ବୃଦ୍ଧି ଘଟୁଛି। କ୍ରମାଗତ ୬ ଦିନ ଧରି ଦେଶରେ ଦୈନିକ କରୋନାଭାଇରସ୍ ସଂକ୍ରମଣ ସଂଖ୍ୟା ଅଢ଼େଇ ହଜାରରୁ ଅଧିକ ରହି ଆସୁଥିବା ବେଳେ ଆଜି କରୋନା ମାମଲା ଅଳ୍ପ କମିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe