ହାଫିଜ୍ ସଇଦ ପ୍ରତି ଗୁରୁବାର କ’ଣ କରନ୍ତି: ପୂର୍ବତନ ଶିଷ୍ୟ ପର୍ଦ୍ଦାଫାଶ୍ କଲେ

ଜଣେ ପୁଅ ଯାହାଙ୍କର ମାଆ ଚାହୁଁଥିଲେ ତାଙ୍କ ପୁଅ ଡାକ୍ତର ହେଉ। କିନ୍ତୁ ଭାଗ୍ୟ ତାଙ୍କୁ ଏପରି ଏକ ରାସ୍ତାରେ ନେଇଗଲା ଯେଉଁଠାରୁ ଫେରିବା ସହଜ ନଥିଲା। ଲସ୍କର-ଏ-‌ତୋଇବାରେ ଯୋଗଦେବା ତାଙ୍କର ସବୁଠାରୁ ବଡ଼ ଭୁଲ୍ ଥିଲା। ଏବେ ଆତଙ୍କବାଦ ଦୁନିଆ ଛାଡିଥିବା ସେହି ପୁଅ ସଇଦଙ୍କ ପର୍ଦ୍ଦାଫାଶ୍ କରିଛନ୍ତି...

What Hafiz Saeed does every Thursday: Former disciple reveals

What Hafiz Saeed does every Thursday: Former disciple reveals

ଇସଲାମାବାଦ: ଭାରତର ଅପରେସନ ସିନ୍ଦୂରରେ, ପାକିସ୍ତାନରେ ଅବସ୍ଥିତ ନଅଟି ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରାଯାଇଥିଲା। ଏଥିରେ ଲସ୍କର-ଏ-ତୋଇବାର ମୁଖ୍ୟାଳୟ ମୁରିଦକେ ଅନ୍ତର୍ଭୁକ୍ତ। ସେଠାରେ ହାଫିଜ୍ ସଇଦ ବାସକରୁଥିଲେ। ସଇଦ ଭାରତରେ ଅନେକ ବଡ଼ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ । ଏବେ ତାଙ୍କର ଜଣେ ପୂର୍ବତନ ଶିଷ୍ୟ ତାଙ୍କର ଭୟଙ୍କର ନେଟୱାର୍କ ବିଷୟରେ ସୂଚନା ପ୍ରଦାନ କରିଛନ୍ତି। 

ଏହି ଖୁଲାସା କରିଛନ୍ତି ନୁର ଡାହାରୀ, ଯିଏ ଥରେ ଲସ୍କରର ଅଂଶ ଥିଲେ କିନ୍ତୁ ଏବେ ଆତଙ୍କବାଦର ଦୁନିଆ ଛାଡି ସାରିଛନ୍ତି। ନୁର ଏବେ ୟୁକେ-ଭିତ୍ତିକ ଥିଙ୍କ ଟ୍ୟାଙ୍କ ଇସଲାମିକ୍ ଥିଓଲୋଜି ଅଫ୍ କାଉଣ୍ଟର ଟେରୋରିଜମ୍‌ର ନିର୍ଦ୍ଦେଶକ। ସେ ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟରେ ହାଫିଜ୍ ସଇଦ ଏବଂ ଲସ୍କର ସହିତ ଜଡିତ ଅନେକ ଚାଞ୍ଚଲ୍ୟକର ଦାବି କରିଛନ୍ତି।

ନୁର କହିଛନ୍ତି ଯେ, ଲସ୍କରରେ ଥିବା ସମୟରେ ତାଙ୍କୁ ମୁରିଦକେରେ ହାଫିଜ୍ ସଇଦଙ୍କର ସ୍ଥାୟୀ ଆଡ୍ଡାକୁ ସୁରକ୍ଷା ଯୋଗାଇବାର ଦାୟିତ୍ୱ ଦିଆଯାଇଥିଲା। ଏହି ସ୍ଥାନଟି ଲସ୍କରର ମୁଖ୍ୟାଳୟ ଏବଂ ଭାରତର ଅପରେସନ ସିନ୍ଦୂରର ଟାର୍ଗେଟ ମଧ୍ୟ ଥିଲା। ନୁରଙ୍କ ଅନୁଯାୟୀ, ସଇଦ ଏକ ନୀଳ ରଙ୍ଗର ଟୟୋଟା ଭିଗୋ ପିକ୍-ଅପ୍ (ଡାଟସନ୍)ରେ ଯାତ୍ରା କରିଥାନ୍ତି, ଯାହା ତାଙ୍କ ଆରାମ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ୍ କରାଯାଇଛି।


ନୁର ଡାହାରୀଙ୍କ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦାବି ହେଉଛି ଯେ, ପ୍ରତି ଗୁରୁବାର ଦିନ, ପାକିସ୍ତାନର ବିଭିନ୍ନ ସ୍ଥାନରୁ ପ୍ରାୟ ୫୦୦ ଯୁବକଙ୍କୁ ଆଫଗାନିସ୍ତାନର କୁନାର ପ୍ରଦେଶରେ ଅବସ୍ଥିତ 'ଲସ୍କର ‌ତୋଇବା' ତାଲିମ ଶିବିରକୁ ପଠାଯାଉଥିଲା। ଏହି ସମସ୍ତ ଯୁବକ ହାଫିଜ୍ ସଇଦଙ୍କର ଉତ୍ତେଜକ ଭାଷଣ ଦ୍ୱାରା ଅନୁପ୍ରାଣିତ ହୋଇ ଲସ୍କର-ଏ-ତୋଇବାରେ ଯୋଗ ଦେଉଥିଲେ। ନୁର କହିଛନ୍ତି ଯେ, ଏହି ପିଲାମାନଙ୍କ ମଧ୍ୟରୁ ଅଧିକାଂଶ ଆଉ ଫେରି ନଥୁଲେ।

ଆଫଗାନିସ୍ତାନ ଏବଂ କଶ୍ମୀରରେ ବିତାଇଥିବା ଅଭିଜ୍ଞତା ନୁରଙ୍କୁ ଭିତରୁ ଭାଙ୍ଗି ଦେଇଥିଲା। ଯେତେବେଳେ ସେ ସଂଗଠନ ଛାଡିବାକୁ ଇଚ୍ଛା ପ୍ରକାଶ କଲେ, ଲସ୍କର କମାଣ୍ଡରମାନେ ତାଙ୍କୁ କାପୁରୁଷ ବୋଲି କହିଥିଲେ। କିନ୍ତୁ ନୁର କୁହନ୍ତି, ମୁଁ କାପୁରୁଷ ନଥିଲି, ମୁଁ ସତ୍ୟକୁ ଜାଗ୍ରତ କରିଥିଲି।

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ସଙ୍କଟ!: ମାସକର ରାସନ ପାଇଁ ଦୋକାନରେ ଭିଡ଼, ବଙ୍କର ମୁହାଁ ସାଧାରଣ ଲୋକେ

ନୁରଙ୍କ ଅନୁଯାୟୀ, ଆଜି ଲସ୍କର-ଏ-ତୋଇବା ପାଖରେ ପ୍ରାୟ ୧୦ ଲକ୍ଷ ପ୍ରଶିକ୍ଷିତ ଆତଙ୍କବାଦୀ ଅଛନ୍ତି ଏବଂ ଏହି ସଂଗଠନ ଏବେ ପାକିସ୍ତାନରେ ଏକ ରାଜନୈତିକ ଶକ୍ତି ଭାବରେ କାମ କରୁଛି। ସେ ଅଭିଯୋଗ କରିଛନ୍ତି ଯେ, ହାଫିଜ୍ ସଇଦ ରାଜ୍ୟର ରାଜନୈତିକ ଉଦ୍ଦେଶ୍ୟ ପୂରଣ ପାଇଁ ହଜାର ହଜାର ପାକିସ୍ତାନୀଙ୍କୁ ଯୁଦ୍ଧକୁ ଠେଲି ଦେଇଛି। ପୋଷ୍ଟର ଶେଷରେ ନୁର ଲେଖିଛନ୍ତି, ମୁଁ ଖୁସି ଯେ, ଆଜି ମୁଁ ସେଠାରେ ନାହିଁ ଯେଉଁଠାରେ ହାଫିଜ୍ ସଇଦ ମୋତେ ଦେଖିବାକୁ ଚାହୁଁଥିଲେ। ଏହି ଇସଲାମିକ ମୌଳବାଦୀମାନଙ୍କର ପ୍ରକୃତ ଚେହେରା ବିଶ୍ୱ ସମ୍ମୁଖରେ ପ୍ରକାଶ କରିବା ପାଇଁ ଆଲ୍ଲା ମୋତେ ବାଛିଛନ୍ତି।

ଅଧିକ ପଢ଼ନ୍ତୁ: ସର୍ଟ ସର୍କିଟରୁ ଗୁଣପୁର ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟରେ ବଡ଼ ଧରଣର ଅଗ୍ନିକାଣ୍ଡ

 hafiz-saeed 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe