ଜାଣନ୍ତୁ ମୃତ୍ୟୁ ପରଓ୍ଵାନାରେ କ’ଣ ଲେଖିଥାନ୍ତି ବିଚାରପତି ? କାହିଁକି ଏହାକୁ କୁହାଯାଏ ‘ବ୍ଲାକ୍‌ ଓ୍ଵାରେଣ୍ଟ’?

Advertisment
ଜାଣନ୍ତୁ ମୃତ୍ୟୁ ପରଓ୍ଵାନାରେ କ’ଣ ଲେଖିଥାନ୍ତି ବିଚାରପତି ? କାହିଁକି ଏହାକୁ କୁହାଯାଏ ‘ବ୍ଲାକ୍‌ ଓ୍ଵାରେଣ୍ଟ’?

ନୂଆଦିଲ୍ଲୀ: କୌଣସି ପ୍ରକାରର ଜଘନ୍ୟ ଅପରାଧ ବା ବିରଳରୁ ବିରଳତମ ଅପରାଧରେ ସଂପୃକ୍ତ ଥିବା ଅପରାଧୀକୁ ଦୀର୍ଘ ବିଚାର ପ୍ରକ୍ରିୟା ପରେ ବିଚାରପତି ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥା’ନ୍ତି। କୌଣସି ଅପରାଧୀକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିବା ପରେ ତାକୁ ରାଜକ୍ଷମା ଆବେଦନର ସୁଯୋଗ ମିଳିଥାଏ। ତେବେ ଏହା ଖାରଜ ହେବା ପରେ ଦୋଷୀ ଫାଶୀଖୁଣ୍ଟରେ ଝୁଲିଥାଏ। କେଉଁ ଦିନ କେତେବେଳେ ଦୋଷୀ ଫାଶୀ ପାଇବ ତା’ର ଚୂଡ଼ାନ୍ତ  ନିର୍ଦ୍ଦେଶ ନେଇ  ବିଚାରପତି ଯେଉଁ ଦଣ୍ଡାଦେଶ ଲେଖନ୍ତି ତାକୁ ‘ମୃତ୍ୟୁ ପରଓ୍ଵାନା’ ବା ‘ବ୍ଲାକ୍‌ ଓ୍ଵାରେଣ୍ଟ’ ବୋଲି କୁହାଯାଇଥାଏ।

ମୃତ୍ୟୁ ଦଣ୍ଡାଦେଶ ପାଇବା ପୂର୍ବରୁ ଅପରାଧୀ ଯେଉଁ ଜେଲ୍‌ରେ ରହିଥାଏ ବା ଯେଉଁ ଜେଲରେ ଏହି ମୃତ୍ୟୁ ଦଣ୍ଡାଦେଶକୁ କାର୍ଯ୍ୟକାରୀ କରାଯିବ, ସେହି ଜେଲର ଅଫିସର-ଇନ୍‌- ଚାର୍ଜଙ୍କ ନିକଟକୁ ବିଚାରପତି ଏହି ମୃତ୍ୟୁ ପରଓ୍ଵାନା ବା ‘ବ୍ଲାକ୍‌ ଓ୍ଵାରେଣ୍ଟ’କୁ ପଠାଇ ଥାଆନ୍ତି। ଏଥିସହ ଏଥିରେ ମୃତ୍ୟୁ ଦଣ୍ଡାଦେଶ ଉପରେ ହାଇକୋର୍ଟଙ୍କ ସହମତି ବହନ କରୁଥିବା ନିର୍ଦ୍ଦେଶନାମା ମଧ୍ୟ ରହିଥାଏ।

publive-image Zee News

ଏହି ‘ବ୍ଲାକ୍‌ ଓ୍ଵାରେଣ୍ଟ’ରେ ବିଚାରପତି ଜେଲର ଅଫିସର-ଇନ୍‌- ଚାର୍ଜଙ୍କୁ ସମ୍ବୋଧନ କରି ଉଲ୍ଲେଖ କରିଥା’ନ୍ତି, ‘ଏଥିସହ ତୁମକୁ ଅଧିକାର ପ୍ରଦାନ ପୂର୍ବକ ନିର୍ଦ୍ଦେଶ ଦିଆଯାଉଛି ଯେ ତୁମେ ଏହି ମୃତ୍ୟୁ ପରଓ୍ଵାନାକୁ କାର୍ଯ୍ୟକାରୀ କରିବ। ଏହି ମୃତ୍ୟୁ ପରଓ୍ଵାନାକୁ କାର୍ଯ୍ୟକାରୀ କରିବା ନିମନ୍ତେ ତୁମେ, (ଅପରାଧୀଙ୍କ ନାମ)ଙ୍କ ଗଳାରେ ଫାଶୀ ଲଗାଇ ମୃତ୍ୟୁ ଘଟିବା ପର୍ଯ୍ୟନ୍ତ ତାଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ରଖିବ’।ଏଥିସହ ଏହି ପରଓ୍ଵାନାରେ ଫାଶୀ ଦେବାର ସ୍ଥାନ, ତାରିଖ ଓ ସମୟ ଉଲ୍ଲଖିତ ରହିବା ସହ ଏଥିରେ ବିଚାରପତିଙ୍କ ସ୍ୱାକ୍ଷର ଓ ମୋହର ରହିଥାଏ।

ଶେଷରେ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ସମଗ୍ର ଦେଶକୁ ଦୋହଲାଇ ରଖି ଦେଇଥିବା ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୪ଜଣ ଦୋଷୀଙ୍କୁୁ ଆସନ୍ତା ୨୨ ତାରିଖ ସକାଳ ୭ଟା ସମୟରେ ଫାଶୀ ଖୁଣ୍ଟରେ ଝୁଲାଇଦେବା ପାଇଁ ଆଜି ଦିଲ୍ଲୀର ପତିଆଲା ହାଉସ କୋର୍ଟ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ ଜାରି କରିବା ସହ ଅପରାଧୀମାନଙ୍କର ମୃତ୍ୟୁ ପରଓ୍ଵାନା ମଧ୍ୟ ପଠାଇ ଦେଇଛନ୍ତି। ଭାରତୀୟ ଦଣ୍ଡ ସଂହିତାର ଧାରା ୪୧୫ ଅନୁସାରେ ଏହି ମାମଲାରେ ଅଦାଲତ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ଫଳରେ ୪ ନିର୍ଭୟା ଦୋଷୀ ଫାଶୀଖୁଣ୍ଟରେ ଝୁଲିବା ନିଶ୍ଚିତ ହୋଇପଡ଼ିଛି।

ତେଣେ ୪ ଦୋଷୀ  ପବନ ଗୁପ୍ତା, ଅକ୍ଷୟ ସିଂହ, ମୁକେଶ ଓ ବିନୟ ଶର୍ମାଙ୍କୁ ଏକାବେଳେ ଫାଶୀ ଦିଆଯିବା ପାଇଁ ତିିହାର ଜେଲରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ୪ଜଣ ହତ୍ୟାକାରୀଙ୍କ ପାଇଁ ୪ଟି କାଠମଞ୍ଚ ତିଆରି କରାଯାଇଥିବା ବେଳେ ମଞ୍ଚ ତଳେ ୪ଟି ସୁଡ଼ଙ୍ଗର ନିର୍ମାଣ ମଧ୍ୟ ଶେଷ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ ପୂର୍ତ୍ତବିଭାଗ ୪ଟି ସୁଡ଼ଙ୍ଗ ଓ କାଠମଞ୍ଚର ନିର୍ମାଣ କାମ ଶେଷ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe