‘ଶପଥ ନେଇଥିଲି ଦିନେ ୟା’କୁ ସର୍ବସମ୍ମୁଖରେ ଚାପୁଡ଼ା ମାରି ପଚାରିବି, ତୁ କ’ଣ ଗୁଜୁରାଟର ହିଟଲର?’... ଯାହାକୁ ଆଜି ପୂରଣ କଲି; କହିଲେ କଂଗ୍ରେସ ନେତା ହାର୍ଦ୍ଦିକଙ୍କୁ ମାଡ଼ ମାରିଥିବା ତରୁଣ

Advertisment
‘ଶପଥ ନେଇଥିଲି ଦିନେ ୟା’କୁ ସର୍ବସମ୍ମୁଖରେ ଚାପୁଡ଼ା ମାରି ପଚାରିବି, ତୁ କ’ଣ ଗୁଜୁରାଟର ହିଟଲର?’... ଯାହାକୁ ଆଜି ପୂରଣ କଲି; କହିଲେ କଂଗ୍ରେସ ନେତା ହାର୍ଦ୍ଦିକଙ୍କୁ ମାଡ଼ ମାରିଥିବା ତରୁଣ

ANI

ନୂଆଦିଲ୍ଲୀ: କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଆଜି ଏକ ସାଧାରଣ ସଭାରେ ଜଣେ ବ୍ୟକ୍ତି ସର୍ବସମ୍ମୁଖରେ ଚାପୁଡ଼ା ମାରିବା ଘଟଣା ଯେତେ ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ନ କରିଛି, ତା’ଠାରୁ ଅଧିକ ଚର୍ଚ୍ଚା ଓ ଆଲୋଚନା ସୃଷ୍ଟି କରିଛି ତାଙ୍କୁ ଚାପୁଡ଼ା ମାରିଥିବା ତରୁଣ ଗଜ୍ଜରଙ୍କ ବୟାନ। କଂଗ୍ରେସ ନେତା ହାର୍ଦ୍ଦିକଙ୍କୁ ଚାପୁଡ଼ା ମାରିବା ପରେ ସେଠାରେ ଉପସ୍ଥିତ ଦଳୀୟ କର୍ମୀଙ୍କ ଠାରୁ ନିର୍ଘାତ ମାଡ଼ ଖାଇ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ତରୁଣ ଗଜ୍ଜର ସାମ୍ବାଦିକମାନଙ୍କୁ ପ୍ରଶ୍ନ କରିଛନ୍ତି, ‘ସେ (ହାର୍ଦ୍ଦିକ ପଟେଲ) କିଏ? ସେ କ’ଣ ଗୁଜୁରାଟର ହିଟଲର? ଯେତେବେଳେ ଇଚ୍ଛା ସେତେବେଳେ ଦୋକାନ ବଜାର ସବୁ ବନ୍ଦ କରିଦେବ? ତାକୁ ମାରିବା ପାଇଁ ମୁଁ ୨୦୧୫ରୁ ସୁଯୋଗ ଅପେକ୍ଷାରେ ଥିଲି’; ବୋଲି କହିଛନ୍ତି ତରୁଣ ଗଜ୍ଜର।

ତାଙ୍କ ଆକ୍ରୋଶ ପଛର କାରଣ ସଂପର୍କରେ ସେ କହିଛନ୍ତି ଯେ ଗୁଜୁରାଟର ପଟ୍ଟିଦାର ସଂରକ୍ଷଣ ଆନ୍ଦୋଳନରୁ ନିଜର ରାଜନୈତିକ ଜୀବନ ଆରମ୍ଭ କରି ଆଜି କଂଗ୍ରେସ ନେତା ପାଲଟି ଥିବା ହାର୍ଦ୍ଦିକ ପଟେଲ ତାଙ୍କ ଆନ୍ଦୋଳନ କାଳରେ ମନଇଚ୍ଛା ଦିନଦିନ ଧରି ଦୋକାନ ବଜାର ବନ୍ଦ କରି ଦେଉଥିଲେ। ସେ ସମୟରେ ମୋ ସ୍ତ୍ରୀ ଗର୍ଭବତୀ ଥାଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲା। ସେ ସମୟରେ ମୋ ଅସୁସ୍ଥ ସ୍ତ୍ରୀ ଓ ନବଜାତକର ଔଷଧ ପାଇଁ ଯେଉଁ ଡହଳ ବିକଳ ହୋଇଛି ସେ କଥା ମୁଁ ଜାଣିଛି। ସେହି ଦିନରୁ ମୁଁ ମନରେ ଶପଥ ନେଇଥିଲି ଦିନେ ନା ଦିନେ ୟା’କୁ ସର୍ବସମ୍ମୁଖରେ ଚାପୁଡ଼ା ମାରି ପଚାରିବି, ‘ତୁ କ’ଣ ଗୁଜୁରାଟର ହିଟଲର?’ ଯାହାହେଉ ଶେଷରେ ଆଜି ମୁଁ ମୋର ଶପଥ ପୂରଣ କରିପାରି ଥିବାରୁ ବହୁତ ଖୁସି ବୋଲି ଗଣମାଧ୍ୟମକୁ କହିଛନ୍ତି ତରୁଣ ଗଜ୍ଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe