ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ଶେଷ ଦୁଇ ପର୍ଯ୍ୟାୟର ଠିକ୍ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ୍ କରିବା ପାଇଁ ହଠାତ୍ ତାଙ୍କ ରଣନୀତି ବଦଳାଇ ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ମୋଦୀ ଏବେ ୩୦ ବର୍ଷ ପଛକୁ ଯାଇ କଂଗ୍ରେସ ଓ ଗାନ୍ଧୀ ପରିବାର ଉପରେ ପ୍ରହାର ଆରମ୍ଭ କରିଛନ୍ତି। ମୋଦୀଙ୍କ ଟାର୍ଗେଟ୍ରେ ଅଛନ୍ତି କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ପିତା ତଥା ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ। କଂଗ୍ରେସ ଆଗକୁ ଥିବା ଆଉ ୨ ପର୍ଯ୍ୟାୟ ନିର୍ବାଚନ ରାଜୀବ ଗାନ୍ଧୀଙ୍କ ନାମରେ ଲଢ଼ିବା ପାଇଁ ମଧ୍ୟ ମୋଦୀ କଂଗ୍ରେସକୁ ଆହ୍ବାନ ଦେଇଛନ୍ତି। ତେବେ ମୋଦୀଙ୍କ ରାଜୀବ ବୟାନ ପଛରେ ସୁଚିନ୍ତିତ ରଣନୀତି ରହିଛି ଏବଂ ଶିଖ୍ ଦଙ୍ଗା ମାମଲାରେ କଂଗ୍ରେସକୁ ଦିଲ୍ଲୀ ଏବଂ ପଂଜାବରେ ଘେରିବା ତାଙ୍କର ଲକ୍ଷ୍ୟ ବୋଲି ସ୍ପଷ୍ଟ ହୋଇଯାଇଛି। ଆଗକୁ ପଂଜାବର ୧୩ ଏବଂ ଦିଲ୍ଲୀର ୭ଟି ଲୋକସଭା ଆସନ ପାଇଁ ମତଦାନ ହେବ। ମୋଦୀ ରାଜୀବଙ୍କ ମାଧ୍ୟମରେ ଶିଖ୍ ଦଙ୍ଗା ନେଇ କଂଗ୍ରେସକୁ ଘେରିବାକୁ ଏବେ ଯେଉଁ କ୍ଷେତ୍ର ପ୍ରସ୍ତୁତ କରିଛନ୍ତି ସେଥିରେ କଂଗ୍ରେସ ଫସିଥିବା ଦେଖିବାକୁ ମିଳିଛି। ଦିଲ୍ଲୀ ଏବଂ ପଂଜାବରେ ମୋଦୀଙ୍କ ବୟାନକୁ ସମର୍ଥନ କରି ବିଭିନ୍ନ ଶିଖ୍ ସଂଗଠନ ଆଗକୁ ଆସିଥିବା ବେଳେ ଜଣେ ଅକାଳି ନେତା ରାଜୀବଙ୍କୁ ଭାରତର ସବୁଠାରୁ ବଡ଼ ଗଣ ହତ୍ୟାକାରୀ ବୋଲି କହିବାକୁ ପଛାଇ ନାହାନ୍ତି।
ଅନ୍ୟପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ‘ଚୌକିଦାର ଚୋର ହୈ’ ଅଭିଯାନ ଚଳାଇଥିବାରୁ ଏହାକୁ କାଉଣ୍ଟର କରିବା ପାଇଁ ‘ରାଜୀବ ଦୁର୍ନୀତିଗ୍ରସ୍ତ ନମ୍ବର-୧’ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଏବଂ ଏହାକୁ ନେଇ କଂଗ୍ରେସ ମହଲରେ ହଇଚଇ ଆରମ୍ଭ ହୋଇଯାଇଛି। ଝାଡ଼ଖଣ୍ଡ ରୢାଲିରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ନାମଦାର (ରାହୁଲ)ଙ୍କ ପିତାଙ୍କ ଜୀବନ କାଳ ଦୁର୍ନୀତିଗ୍ରସ୍ତ ନମ୍ବର-୧ ଭାବେ ସମାପ୍ତ ହୋଇଥିଲା। କଂଗ୍ରେସ ରାଫେଲ ଚୁକ୍ତିକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ୍ କରିଥିବାରୁ ଏହାର ମୁକାବିଲା ପାଇଁ ମୋଦୀ ରାଜୀବ ଗାନ୍ଧୀଙ୍କ କାର୍ଯ୍ୟକାଳରେ ହୋଇଥିବା ବୋଫର୍ସ କାଣ୍ଡକୁ ସାମ୍ନାକୁ ଆଣିଛନ୍ତି।
ରାଜୀବଙ୍କୁ ଟାର୍ଗେଟ୍ ପଛର ରହସ୍ୟ କ’ଣ?
Advertisment
Follow Us