Image Courtesy of Zee News
ନୂଆଦିଲ୍ଲୀ: ସୁପ୍ରିମ କୋର୍ଟଙ୍କ ଦ୍ବାରା ନବଜୋତ ସିଦ୍ଧୁ ୧ ବର୍ଷର ଜେଲ୍ ଦଣ୍ଡାଦେଶ ପାଇଛନ୍ତି। ତେବେ ସିଦ୍ଧୁ ଜେଲ୍ ଯିବେ ନା ଏହା ବିରୋଧରେ ଅଦାଲତରେ ଆବେଦନ କରିବା ନେଇ ତାଙ୍କ ନିକଟରେ କିଛି ସୁଯୋଗ ରହିଛି। ସୁପ୍ରିମ କୋର୍ଟର ଆଇନଜୀବୀ ଅଶ୍ବିନୀ ଚୌବେଙ୍କ କହିବାନୁଯାୟୀ, ସିଦ୍ଧୁ ଏକ କ୍ୟୁରେଟିଭ ପିଟିସନ୍ ଦାଖଲ କରିପାରନ୍ତି। କିନ୍ତୁ ଏହି ବିକଳ୍ପର ଉପଯୋଗ କରିବା ପାଇଁ ତାଙ୍କ ପାଖରେ ସେଭଳି କୌଣସି ବଳିଷ୍ଠ ପୃଷ୍ଠଭୂମି ନାହିଁ। ଚୂଡ଼ାନ୍ତ ଦୋଷୀସାବ୍ୟସ୍ତ ମାମଲାରେ ସମୀକ୍ଷା ବା ରିଭ୍ୟୁ ଆବେଦନ ଯଦି ଖାରଜ ହୋଇଯାଏ କିମ୍ବା ରିଭ୍ୟୁ ଆବେଦନର ସୁଯୋଗ ଶେଷ ହୋଇଯାଇଥାଏ ତାହେଲେ କ୍ୟୁରେଟିଭ ପିଟିସନ ଦାଖଲ କରାଯାଇଥାଏ। ସୁପ୍ରିମ କୋର୍ଟର ଆଇନଜୀବୀ ରାଜେଶ ଚୁଘ କୁହନ୍ତି, ଅଦାଲତଙ୍କ ନିର୍ଦ୍ଦେଶ ସଂପୃକ୍ତ ରାଜ୍ୟର ପୁଲିସ ଡିଜିଙ୍କ ନିକଟକୁ ପଠାଯିବ କିମ୍ବା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ମାଧ୍ୟମରେ ସଂପୃକ୍ତ ଥାନାକୁ ପଠାଯିବ। ଏହାପରେ ତାଙ୍କୁ ଜେଲ୍ ନିଆଯିବ। ତେବେ କିଛି ଆଇନ ବିଶେଷଜ୍ଞଙ୍କ କହିବାନୁଯାୟୀ, ସିଦ୍ଧୁ ଅଦାଲତରେ ଏକ ଆବେଦନ ମଧ୍ୟ କରିପାରନ୍ତି। ସେହି ଆବେଦନରେ ସେ ପୂର୍ବରୁ ଧାର୍ଯ୍ୟ ହୋଇଥିବା କାର୍ଯ୍ୟ କିମ୍ବା ଜରୁରୀ ବ୍ୟକ୍ତିଗତ କାର୍ଯ୍ୟ ସଂପର୍କରେ ଉଲ୍ଲେଖ କରି ଆତ୍ମସମର୍ପଣ କରିବା ପାଇଁ ସମୟ ମାଗି ପାରନ୍ତି।
Follow Us