ଯଦି ପରିବା ବିକ୍ରି ହୋଇପାରିବ, ମଦ ବିକ୍ରି କରିବାରେ ଅସୁବିଧା କଣ: କେନ୍ଦ୍ରକୁ ପ୍ରଶ୍ନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

Advertisment
ଯଦି ପରିବା ବିକ୍ରି ହୋଇପାରିବ, ମଦ ବିକ୍ରି କରିବାରେ ଅସୁବିଧା କଣ: କେନ୍ଦ୍ରକୁ ପ୍ରଶ୍ନ କଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

photo-oneindia

ଚଣ୍ଡୀଗଡ଼: ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କ ଦ୍ୱାରା ମଦ ଆଉଟଲେଟ୍ ବନ୍ଦ ହେବାର କାରଣ ଉପରେ ପ୍ରଶ୍ନ କରିଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଯଦି ମଦ ବିକ୍ରୟ ନ କରିବା ଦ୍ୱାରା କରୋନା ସଂକ୍ରମଣ ହେବ ନାହିଁ ବୋଲି କୁହାଯାଉଛି ତେବେ ପନିପରିବା ବିକ୍ରିକୁ କାହିଁକି ଅନୁମତି ଦିଆଗଲା? ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ କେନ୍ଦ୍ର ସରକାରଙ୍କୁ ପଚାରିଛନ୍ତି ଯେ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସି କରୋନା ଭୂତାଣୁ ବିସ୍ତାର ହୁଏ। ଆପଣ ପନିପରିବା ଖୋଲା ସ୍ଥାନରେ ବିକ୍ରି କରିବାକୁ ଅନୁମତି ଦେଇଛନ୍ତି।

ସିଲ୍ ହୋଇଥିବା ବୋତଲରେ ମଦ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇବା ପଛରେ କ’ଣ ଯୁକ୍ତି ଅଛି? ଏହି ନିଷେଧାଦେଶ ରାଜ୍ୟର ରାଜସ୍ୱ ଉପରେ ପ୍ରଭାବ ପକାଉଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଗୁରୁବାର ଦିନ ପଞ୍ଜାବ ସରକାରଙ୍କ ମଦ ବିକ୍ରି ବନ୍ଦ ଉପରେ ଥିବା କଟକଣାକୁ ଉଠାଇବାକୁ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହା ପରେ ମୁଖ୍ୟମନ୍ତ୍ରୀ ଏହି ପ୍ରଶ୍ନ କରିଛନ୍ତି |

ଏଠାରେ ସୂଚନା ଥାଉ କି ମେ ୩ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନରେ ଗୃହ ମନ୍ତ୍ରଣାଳୟ ଦେଇଥିବା ଗାଇଡଲାଇନରେ କୁହାଯାଇଥିଲା ଯେ ଦେଶର କୌଣସି ସ୍ଥାନରେ ମଦ ଦୋକାନ ଖୋଲିବାକୁ ଦିଆଯିବ ନାହିଁ। ଏହି ନିଷ୍ପତ୍ତି ପରେ ପଞ୍ଜାବ ସରକାର ମଦ ଦୋକାନ ଖୋଲିବାକୁ ଅନୁମତି ଦେବାକୁ କେନ୍ଦ୍ରକୁ ଅନୁରୋଧ କରିଥିଲେ । ଯାହାକୁ ଗୃହ ମନ୍ତ୍ରଣାଳୟ ପ୍ରତ୍ୟାଖାନ କରିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe