ଗୋଟିଏ ସ୍କାଲପ୍ ମିସାଇଲର ମୂଲ୍ୟ କେତେ?

ଭାରତ ପକ୍ଷରୁ ପାକିସ୍ତାନର ବିିଭିନ୍ନ ଠିକଣାରେ କରାଯାଇଥିବା ଆକ୍ରମଣରେ ସ୍କାଲପ୍ କ୍ରୁଜ୍ ମିସାଇଲ୍, ହାମର ପ୍ରିସିସନ୍ ବୋମା ଏବଂ ଲଇଟେରିଂ ମ୍ୟୁନିସନ ସମେତ ଦୂରଗାମୀ ଷ୍ଟ୍ରାଇକ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା।

ଅଦ୍ୟତନ ହୋଇଛି
scalp

ନୂଆଦିଲ୍ଲୀ : ଭାରତୀୟ ସେନା ଯେଉଁ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ସାହାଯ୍ୟରେ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଛି, ସେଗୁଡ଼ିକ ଅତ୍ୟନ୍ତ ଘାତକ ଏବଂ ମହଙ୍ଗା । 'ଅପରେସନ୍ ସିନ୍ଦୂର' ଅଧୀନରେ, ସେନା ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ର ୯ଟି ସ୍ଥାନରେ ଥିବା ଆତଙ୍କବାଦୀ ଶିବିରଗୁଡ଼ିକୁ ବାଛି ବାଛି ଟାର୍ଗେଟ କରିଥିଲା। ଏହି ଆତଙ୍କବାଦୀ ଶିବିରଗୁଡ଼ିକ ଉପରେ ସଠିକ୍ ଆକ୍ରମଣ କରିବା ପାଇଁ ଭାରତର ସୁରକ୍ଷା ବାହିନୀ ଅତ୍ୟନ୍ତ ଶକ୍ତିଶାଳୀ ଅସ୍ତ୍ର ବ୍ୟବହାର କରିଥିଲା। ସୂତ୍ର ଅନୁଯାୟୀ, ଏହି ଅପରେସନରେ ସ୍କାଲପ୍ କ୍ରୁଜ୍ ମିସାଇଲ୍, ହାମର ପ୍ରିସିସନ୍ ବୋମା ଏବଂ ଲଇଟେରିଂ ମ୍ୟୁନିସନ ସମେତ ଦୂରଗାମୀ ଷ୍ଟ୍ରାଇକ୍ ଅସ୍ତ୍ରଶସ୍ତ୍ର ବ୍ୟବହାର କରାଯାଇଥିଲା। ତେବେ ଆସନ୍ତୁ ଜାଣିବା ଏସବୁ ଅସ୍ତ୍ରଗୁଡ଼ିକର ଦାମ କେତେ ?

ଫ୍ରାନ୍ସ ନିର୍ମିତ ଅତ୍ୟନ୍ତ ଘାତକ ସ୍କାଲପ୍ କ୍ରୁଜ ମିସାଇଲଗୁଡ଼ିକୁ ଭାରତ ରାଫେଲ ବିମାନ ସହ କିଣିଥିଲା । ଗୋଟିଏ ଗୋଟିଏ ସ୍କାଲପ୍ ମିସାଇଲର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ଓ ସେଗୁଡ଼ିକର ରେଞ୍ଜ ପ୍ରାୟ ୨୫୦ କିଲୋମିଟର ।

ଫ୍ରାନ୍ସ ନିର୍ମିତ ଅତ୍ୟନ୍ତ ଘାତକ ସ୍କାଲପ୍ କ୍ରୁଜ ମିସାଇଲଗୁଡ଼ିକୁ ଭାରତ ରାଫେଲ ବିମାନ ସହ କିଣିଥିଲା । ଗୋଟିଏ ଗୋଟିଏ ସ୍କାଲପ୍ ମିସାଇଲର ମୂଲ୍ୟ ପ୍ରାୟ ୮ କୋଟି ଟଙ୍କା ଓ ସେଗୁଡ଼ିକର ରେଞ୍ଜ ପ୍ରାୟ ୨୫୦ କିଲୋମିଟର । ଅନ୍ୟପକ୍ଷରେ ହାମର ବୋମାଗୁଡ଼ିକର ବ୍ୟବହାର ସଦୃଢ ବଙ୍କରଗୁଡ଼ିକୁ ଧ୍ବଂସ କରିବାକୁ ବ୍ୟବହାର କରାଯାଏ । ବଙ୍କରତଳେ ଲୁଚିଥିବା ଆତଙ୍କବାଦୀମାନଙ୍କୁ ନିପାତ କରିବାକୁ ଭାରତ ଏହି ବୋମାର ବ୍ୟବହାର କରିଛି । ଗୋଟିଏ ହାମର ବୋମାର ମୂଲ୍ୟ ଆନୁମାନିକ ପ୍ରାୟ ୮୫ ଲକ୍ଷ ଟଙ୍କା ହେବ । ସେହିପରି ଗୋଟିଏ ଗୋଟିଏ ଲଇଟରିଂ ମ୍ୟୁନିସର ମୂଲ୍ୟ ୧୦ ହଜାରରୁ ୫୦ ହଜାର ଡଲାର ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe