ଓଡ଼ିଶା ପାଇଁ କ’ଣ ରଖିଛନ୍ତି ନିର୍ମଳା? ବଜେଟ୍‌ରେ ଓଡ଼ିଶାକୁ ଗୁରୁତ୍ବ ଦିଆଯିବା ନେଇ ଆଶା

ରେଳ ବଜେଟ୍‌ରେ ଦାବି ଠାରୁ ଅଧିକ ମିଳିପାରେ

ନିର୍ବାଚନ ଲଢିବାକୁ ମୋ ପାଖରେ ପାଣ୍ଠି ନାହିଁ, ଏଣୁ ଲଢିବି ନାହିଁ : ସୀତାରମଣ

Image Courtesy of NDTV

ନୂଆଦିଲ୍ଲୀ: ଆସନ୍ତକାଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ବର୍ଷ ପାଇଁ ବଜେଟ୍‌ ଉପସ୍ଥାପନ କରିବେ। ଓଡ଼ିଶା ମଧ୍ୟ ବଜେଟକୁ ନେଇ ଆଶା ରଖିବା ସ୍ବାଭାବିକ। ଗତ ବଜେଟ୍‌ରେ ଓଡ଼ିଶା ପରିପେକ୍ଷୀରେ କୃଷି ଓ କୃଷି କଲ୍ୟାଣ, ଉଚ୍ଚ ଶିକ୍ଷା, ଗ୍ରାମ୍ୟ ଉନ୍ନୟନ ଏବଂ ମହିଳା ଓ ଶିଶୁ ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗରେ ବ୍ୟୟ ବରାଦ ହ୍ରାସ ପାଇଥିଲା। ଗ୍ରାମୀଣ ଆବାସ କ୍ଷେତ୍ରରେ ମଧ୍ୟ ଓଡ଼ିଶାକୁ ସେଭଳି ଗୁରୁତ୍ବ ଦିଆଯାଇନଥିଲା। କେନ୍ଦ୍ର ସରକାର ସୁଧାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା, ଗ୍ରାମୀଣ ବିକାଶ, ରୋଜଗାର ଓ ପାନୀୟ ଜଳ ଆଦି କ୍ଷେତ୍ରରେ ବ୍ୟୟବରାଦ ବଢ଼ାଇବେ ବୋଲି ଆଶା କରାଯାଉଥିବାରୁ ଓଡ଼ିଶାକୁ ଏହାର ଫାଇଦା ମିଳିବା ସମ୍ଭାବନା ରହିଛି। ଏଥର ରାଜ୍ୟମାନଙ୍କୁ ସହରାଞ୍ଚଳ ସଂସ୍କାର କାର୍ଯ୍ୟ ପାଇଁ ପର୍ଯ୍ୟାପ୍ତ ପାଣ୍ଠି ବ୍ୟବସ୍ଥା କରାଯିବା ସମ୍ଭାବନା ରହିଛି। ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟକୁ ସାମ୍ନା କରୁଥିବା ଓଡ଼ିଶା ପାଇଁ କିଛି ଗୁରୁତ୍ବ ଦିଆଯାଇପାରେ।

ବଜେଟ୍‌ରେ ରେଳ ବ୍ୟୟବରାଦ ମଧ୍ୟ ଉପସ୍ଥାପିତ ହେଉଛି। ରେଳବାଇ କ୍ଷେତ୍ରରେ ଓଡ଼ିଶାକୁ ତାହାର ପ୍ରାପ୍ୟ ମିଳିବ ନା ନିରାଶ ହେବାକ ପଡ଼ିବ ତାହା ବଜେଟ ଉପସ୍ଥାପନ ପରେ ସ୍ପଷ୍ଟ ହୋଇଯିବ। କେନ୍ଦ୍ରରେ ମୋଦୀ ସରକାର କ୍ଷମତାକୁ ଆସିବା ପର ଠାରୁ କ୍ରମାଗତଭାବେ ରେଳ ବଜେଟ୍‌ରେ ଓଡ଼ିଶାକୁ ଅଧିକ ଅନୁଦାନ ମିଳୁଛି। ଏଥର ମଧ୍ୟ ଓଡ଼ିଶାରେ ରେଳ ଭିତ୍ତିଭୂମିର ବିକାଶ ପାଇଁ ଅଧିକ ଅର୍ଥ ଆବଣ୍ଟନ କରାଯିବା ସମ୍ଭାବନା ରହିଛି। ଏଥି ସହିତ ନିର୍ମାଣାଧୀନ ପ୍ରକଳ୍ପଗୁଡ଼ିକୁ ସଂପୂର୍ଣ୍ଣ କରିବା ଓ ନୂଆ ପ୍ରକଳ୍ପ ଅନୁମୋଦନ କ୍ଷେତ୍ରରେ ଓଡ଼ିଶାକୁ ପ୍ରାଥମିକତା ମିଳିବା ନେଇ ବିଭିନ୍ନ ମହଲ ଆଶା ରଖିଛନ୍ତି। ଓଡ଼ିଶା ସରକାର କେନ୍ଦ୍ର ନିକଟରେ ‌ରେଳ ପ୍ରକଳ୍ପ ସମୂହ ପାଇଁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୭,୬୦୦ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିବା ବେଳେ ମିଳିଥିଲା ୯,୭୩୪ କୋଟି ଟଙ୍କା। ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୮,୪୦୦ ‌କୋଟି ଟଙ୍କା ବ୍ୟୟବରାଦ ପାଇଁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe