ଅପରାଧିକ ପୃଷ୍ଠଭୂମି ଥିବା ଲୋକକୁ ଦଳମାନେ ପ୍ରାର୍ଥୀ କରି ତା’ ସପକ୍ଷରେ କ’ଣ କାରଣ ଦର୍ଶାନ୍ତି

Advertisment
ରାଜଧାନୀରେ ଶୁଭେଚ୍ଛା ରାଜନୀତି: କାନ୍ଥରେ ‘ଏଥର ପୁଣି ଅପରାଜିତା’ ବନାମ ‘ଶଙ୍ଖ ବିକାଶର ଚିହ୍ନ’

ନୂଆଦିଲ୍ଲୀ : ରାଜନୀତିକୁ ଦୁର୍ନୀତି ଓ ଅପରାଧମୁକ୍ତ କରିବା ପାଇଁ ସମସ୍ତେ ଦାବି କରିଆସୁଛନ୍ତି। କିନ୍ତୁ ରାଜନୈତିକ ଦଳଗୁଡ଼ିକ ଅପରାଧ ପୃଷ୍ଠଭୂମି ଥିବା ଲୋକମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକଟ ଦିଅନ୍ତି। ବିଜେପି ଓ କଂଗ୍ରେସ ସମେତ କୌଣସି ଜାତୀୟ ବା ଆଞ୍ଚଳିକ ଦଳ ଏହି କଳଙ୍କରୁ ମୁକ୍ତ ନୁହନ୍ତି। ତେବେ ନିର୍ବାଚନ କମିସନଙ୍କ ନିୟମାନୁଯାୟୀ ରାଜନୈତିକ ଦଳଗୁଡ଼ିକ ଆପରାଧିକ ପୃଷ୍ଠଭୂମି ଥିବା କୌଣସି ଲୋକକୁ ଟିକଟ ଦେବାବେଳେ ଫର୍ମାଟ ସି-୭ରେ ତାହାର କାରଣ ଦର୍ଶାଇବାକୁ ପଡ଼ିଥାଏ। ମାତ୍ର ନିକଟରେ ପ୍ରକାଶିତ ଏଡିଆର୍ (ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମ୍ସ) ରିପୋର୍ଟ ଅନୁଯାୟୀ ୨୦୨୨ରେ ଅନୁଷ୍ଠିତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ଓ ପଞ୍ଜାବ ବିଧାନସଭା ନିର୍ବାଚନ ବେଳେ ୮୨% ପ୍ରାର୍ଥୀଙ୍କ କ୍ଷେତ୍ରରେ ଦଳଗୁଡିକ ଫର୍ମାଟ୍-ସିରେ କାରଣ ଦର୍ଶାଇଛନ୍ତି ଏବଂ ୧୮% କ୍ଷେତ୍ରରେ କାରଣ ଦର୍ଶାଇନାହାନ୍ତି।

ଉଦାହରଣ ସ୍ବରୂପ ଏଠାରେ କେବଳ ଉତ୍ତରପ୍ରଦେଶ କଥା ଆଲୋଚନା କରାଯାଉ। ଏଠାରେ ୭ଟି ରାଜନୈତିକ ଦଳର ୧୯୯୧ ଜଣ ପ୍ରାର୍ଥୀଙ୍କ ଉପରେ ବିଶ୍ଳେଷଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୮୨୭ ଜଣ (୪୨%) ପ୍ରାର୍ଥୀ ତାଙ୍କର ଆପରାଧିକ ପୃଷ୍ଠଭୂମି ଥିବା ଘୋଷଣା କରିଛନ୍ତି। ସେମାନଙ୍କ ମଧ୍ୟରୁ ୬୨୩ ଜଣ (୩୧%) ପ୍ରାର୍ଥୀଙ୍କ ନାମରେ ଗୁରୁତର ଅପରାଧର ଅଭିଯୋଗମାନ ରହିଛି। ଆପରାଧିକ ପୃଷ୍ଠଭୂମି ଥିବା ଲୋକଙ୍କୁ କାହିଁକି ପ୍ରାର୍ଥୀ କଲେ ବୋଲି ୮୨୭ ପ୍ରାର୍ଥୀଙ୍କ ମଧ୍ୟରୁ ୮୩% (୬୮୯) କ୍ଷେତ୍ରରେ ଦଳଗୁଡ଼ିକ ଫର୍ମାଟ୍ ସି-୭ରେ କାରଣ ଦର୍ଶାଇଛନ୍ତି, ୧୭% (୧୩୮) କ୍ଷେତ୍ରରେ କାରଣ ଦର୍ଶାଇ ନାହାନ୍ତି। ତେବେ ଦଳଗୁଡ଼ିକ ଯେଉଁସବୁ କାରଣ ଦର୍ଶାଇଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ। ସମାଜବାଦୀ ପାର୍ଟିର ଆଜମ ଖାନ୍‌ଙ୍କ ନାମରେ ସର୍ବାଧିକ ୮୭ଟି ମାମଲା ଥିବା ବେଳେ ଦଳ ପକ୍ଷରୁ ଦର୍ଶାଯାଇଛି ଯେ, ସେ ହେଉଛନ୍ତି ଦଳର ସମ୍ପଦ। ସେ ୯ ଥର ବିଧାୟକ ଭାବେ ଜିତିଛନ୍ତି ଏବଂ ସେ ୪ ଥର କ୍ୟାବିନେଟ୍ ମନ୍ତ୍ରୀ ଓ ଥରେ ବିରୋଧୀ ଦଳ ନେତା ହୋଇଛନ୍ତି। ରାଜ୍ୟସଭା ସଦସ୍ୟ ଭାବେ ମଧ୍ୟ ତାଙ୍କୁ ମନୋନୀତ କରାଯାଇଛି। ସେ ସମାଜବାଦୀ ପାର୍ଟିର ଜଣେ ପ୍ରତିଷ୍ଠାତା ସଦସ୍ୟ। ସେ ଜଣେ ଭାରି ଭଲ ଲୋକ ଏବଂ ତାଙ୍କ ନାମରେ କରାଯାଇଥିବା ସମସ୍ତ ମାମଲା ହେଉଛି ମିଛ ଓ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

ସେହିପରି ସମାଜବାଦୀ ପାର୍ଟିର ମହମ୍ମଦ ଅବଦୁଲ୍ଲା ଆଜମ ଖାନ୍‌ଙ୍କ ନାମରେ ୪୩ଟି ମାମଲା ଥିବା ବେଳେ ଦଳ ପକ୍ଷରୁ ସଫେଇ ଦିଆଯାଇଛି ଯେ ଯେତେ ପ୍ରାର୍ଥୀ ଅଛନ୍ତି ତାଙ୍କ ଭିତରେ ସେ ହେଉଛନ୍ତି ସର୍ବୋତ୍ତମ। ଗତ ନିର୍ବାଚନରେ ସେ ବହୁ ଅଧିକ ଭୋଟରେ ଜିତିଥିଲେ। ସେ ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଓ ଖୁବ୍ ଲୋକପ୍ରିୟ। ଏହିପରି ସମସ୍ତ ରାଜନୈତିକ ଦଳ ଅପରାଧ ପୃଷ୍ଠଭୂମି ଥିବା ପ୍ରାର୍ଥୀମାନଙ୍କୁ ନିରପରାଧ, ତାଙ୍କ ନାମରେ ଥିବା ଅଭିଯୋଗଗୁଡ଼ିକ ମିଥ୍ୟା ଓ ରାଜନୈତିକ ଉଦ୍ଦେଶ୍ୟ-ପ୍ରଣୋଦିତ ଏବଂ ତାଙ୍କଠାରୁ ଅଧିକ ଭଲ ପ୍ରାର୍ଥୀ ନାହାନ୍ତି ବୋଲି ଫର୍ମାଟ୍ ସି-୭ରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe