ସିବିଆଇ ଯାଞ୍ଚ ପାଇଁ ଏତଲା କେଉଁଠି? ଆପଣ ଆଇନରୁ ଊର୍ଦ୍ଧ୍ବରେ କି? ପରମବୀରଙ୍କୁ ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ

Advertisment
ସିବିଆଇ ଯାଞ୍ଚ ପାଇଁ ଏତଲା କେଉଁଠି? ଆପଣ ଆଇନରୁ ଊର୍ଦ୍ଧ୍ବରେ କି? ପରମବୀରଙ୍କୁ ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ

ମୁମ୍ବାଇ: ମୁମ୍ବାଇର ପୂର୍ବତନ ପୁଲିସ କମିସନର ପରମବୀର ସିଂହ ବମ୍ବେ ହାଇକୋର୍ଟରେ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କ ବିରୋଧରେ ସିବିଆଇ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ। ଆଜି ଆବେଦନର ଶୁଣାଣି କରି ପରମବୀର ସିଂହଙ୍କ ଉପରେ ବର୍ଷିଛନ୍ତି ବମ୍ବେ ହାଇକୋର୍ଟ ବିଚାରପତି। ଶୁଣାଣି ସମୟରେ ବମ୍ବେ ହାଇକୋର୍ଟ ପରମବୀର ସିଂଙ୍କୁ ପ୍ରଶ୍ନ କରିଥିଲେ ଯେ, ଯଦି ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖ ଏଭଳି ଟଙ୍କା ଆଦାୟ କରି ଦେବାକୁ କହୁଥିବା ବିଷୟରେ ଆପଣଙ୍କୁ ଜଣାଥିଲା, ତେବେ ଆପଣଏତଲା କାହିଁକି ଲେଖାଇଲେ ନାହିଁ।

ଶୁଣାଣି ସମୟରେ, "ଆପଣ ଜଣେ ପୁଲିସ କମିସନର, ଆଇନ ଆପଣଙ୍କ ପାଇଁ କାହିଁକି ଅଲଗା ରଖାଯିବ? ପୁଲିସ ଅଧିକାରୀ, ମନ୍ତ୍ରୀ ଏବଂ ରାଜନେତାମାନେ ଆଇନଠାରୁ ଉର୍ଦ୍ଧ୍ବରେ କି? ନିଜକୁ ଆଇନଠାରୁ ଉର୍ଦ୍ଧ୍ବରେ ରଖ ନାହିଁ, ଆଇନ ତୁମଠୁ ଉର୍ଦ୍ଧ୍ବରେ। ଯାଞ୍ଚ ପାଇଁ ସିବିଆଇକୁ ଦାୟିତ୍ବ ଦେବାକୁ ଆପଣ ନିର୍ଦ୍ଦେଶ ମାଗୁଛନ୍ତି। ଏହି ଘଟଣାକୁ ନେଇ ଏତଲା ଏବଂ ଅନୁସନ୍ଧାନ କେଉଁଠି ଅଛି ଯାହା ଦ୍ବାରା କୋର୍ଟ ମାମଲାକୁ ସିବିଆଇକୁ ହସ୍ତାନ୍ତର କରିବ" ବୋଲି ପରମବୀର ସିଂହଙ୍କୁ ପ୍ରଶ୍ନ କରିଥିଲେ ହାଇକୋର୍ଟ ମୁଖ୍ୟ ବିଚାରପତି ସିଜେ ଦତ୍ତା ।

publive-image indiatoday

ଏହା ସେ ଆହୁରି ମଧ୍ୟ କହିଥିଲେ ଯେ, "ଆପଣ ଜଣେ ପୁଲିସ ଅଧିକାରୀ। ଯଦି ଆପଣ ଏକ ଅପରାଧ ଘଟୁଥିବାର ଦେଖୁଛନ୍ତି, ତେବେ ଆପଣ ଏତଲା ଦାଖଲ କରିବାକୁ ବାଧ୍ୟ। ଆପଣ ଏହା କାହିଁକି କଲେ ନାହିଁ? ଆପଣ ଅପରାଧ ହେଉଥିବା ଜାଣି ମଧ୍ୟ ଏତଲା ଦାଖଲ ନକରି ନିଜ କର୍ତ୍ତବ୍ୟରେ ବିଫଳ ହୋଇଛନ୍ତି" ବୋଲି କହିଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ସିଜେ ଦତ୍ତା। ଅଦାଲତ ଏପର୍ଯ୍ୟନ୍ତ କୌଣସି ଆଦେଶ ଦେଇନଥିବା ବେଳେ ଏବେ ବି ଯୁକ୍ତି ଚାଲିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe