ନୂଆଦିଲ୍ଲୀ: ଆଜି ଚଳିତବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ । ଭାଦ୍ରବ ଶୁକ୍ଲପକ୍ଷ ପୂର୍ଣ୍ଣିମାରେ ପଡିଛି ଏହି ଚନ୍ଦ୍ରଗ୍ରହଣ । ଅନ୍ୟପଟେ ପୂର୍ଣ୍ଣିମାରେ ମଧ୍ୟ ପିତୃପକ୍ଷ ଆରମ୍ଭ ହୋଇଛି । ଆଜି ରାତିରେ ଆକାଶରେ ଦେଖା ଯିବ ମହାଜାଗତିକ ଦୃଶ୍ୟ । ରାତି ୯ଟା ୫୮ରେ ଗ୍ରହଣ ସ୍ପର୍ଶ କରିବ ଓ ରାତି ୧ଟା ୨୮ ମିନିଟରେ ଗ୍ରହଣ ଶେଷ ହେବ । ପ୍ରାୟ ୩ ଘଣ୍ଟା ୨୮ ମିନିଟ ପର୍ଯ୍ୟନ୍ତ ଚାଲିବ ଚନ୍ଦ୍ରଗ୍ରହଣ । ଚନ୍ଦ୍ର ଓ ସୂର୍ଯ୍ୟ ମଝିରେ ପୃଥିବୀ ଏକ ସରଳ ରେଖାରେ ଆସୁଥିବାରୁ ଚନ୍ଦ୍ରଗ୍ରହଣ ପଡୁଛି । ଏଥର ଆକାଶରେ ବ୍ଲଡ୍ ମୁନ୍ ଦେଖାଯିବ । ତେବେ ଏହି ଚନ୍ଦ୍ରଗ୍ରହଣ ବେଳେ କଣ କରିବା ଦରକାର, କଣ ନକରିବା ଦରକାର ଜାଣନ୍ତୁ… ?
ଚନ୍ଦ୍ରଗ୍ରହଣରେ କରିବେ କଣ ?
୧-ଭଗବାନଙ୍କ ନାମ ଜପନ୍ତୁ
ଚନ୍ଦ୍ରଗ୍ରହଣରେ ଦେବାଦେବୀଙ୍କୁ ସ୍ପର୍ଶ କରି ପୂଜା କରିବା ଉପରେ ଯଦିଓ ବାରଣ ଥାଏ ମାତ୍ର ଭଗବାନଙ୍କ ନାମ ସଂକୀର୍ତ୍ତନ ଏବଂ ନାମ ଜପିବା ଉପରେ କୌଣସି କଟକଣା ନଥାଏ । ତେଣୁ ଗ୍ରହଣ ସମୟରେ ନକାରାତ୍ମକ ଶକ୍ତିରୁ ନିଜକୁ ମୁକ୍ତ ରଖିବାକୁ ଭଗବାନଙ୍କ ନାମ ନେବାକୁ ଅନେକ କୁହନ୍ତି ।
୨-ସ୍ନାନ କରନ୍ତୁ
ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ ଏବଂ ଚନ୍ଦ୍ରଗ୍ରହଣ ସରିବା ପରେ ନିଶ୍ଚୟ ସ୍ନାନ କରନ୍ତୁ । ଆଉ ସ୍ନାନ କରାଯାଉଥିବା ପାଣିରେ ଗଙ୍ଗା ଜଳ ମିଶାଇ ସ୍ନାନ କରିବାକୁ ଜମା ଭୁଲନ୍ତୁ ନାହିଁ । ଏହା ଦ୍ବାରା ଗ୍ରହଣର ନକାରାତ୍ମକ କିରଣ ସବୁ ନଷ୍ଟ ହୋଇଯିବ ।
୩-ଦାନ କରନ୍ତୁ
ଚନ୍ଦ୍ରଗ୍ରହଣ ଶେଷ ହେବା ପରେ ଗରିବ ଏବଂ ଅସହାୟ ଲୋକଙ୍କୁ ଖାଦ୍ୟ, ବସ୍ତ୍ର କିମ୍ବା ବ୍ୟବହାର କରିବା ପରି ଜିନିଷ ଦାନ କରିପାରିବେ । କୁହାଯାଏ ଗ୍ରହଣ ପରେ ଦାନଧର୍ମ ଶୁଭର ପ୍ରତୀକ । ଚାଉଳ, କ୍ଷୀର, ଚିନି, ଘିଅ ଆଦି ନିଜ ସକ୍ଷମ ଅନୁସାରେ ଦାନ କରିପାରିବେ ।
୪-ଖାଦ୍ୟରେ ପକାନ୍ତୁ ତୁଳସୀ ପତ୍ର
ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପୂର୍ବରୁ ଘରେ ଥିବା ଖାଦ୍ୟପାନୀୟରେ ତୁଳସୀ ପତ୍ର ପକାଇ ରଖନ୍ତୁ । ଏହାଦ୍ବାରା ଗ୍ରହଣର ନକରାତ୍ମକ କିରଣରୁ ଖାଦ୍ୟକୁ ଦୁଷିତ ଦେବାରୁ ମୁକୁଳାଯାଇପାରେ ।
ଅଧିକ ପଢନ୍ତୁ-
ରାତି ହେଲେ ରକ୍ତିମ ଦିଶିବ ଜହ୍ନ: ଆକାଶରେ ଦେଖାଯିବ ବ୍ଲଡ୍ ମୁନ୍… ବିରଳ ଦୃଶ୍ୟ ଦେଖିବାକୁ ସମସ୍ତଙ୍କ ଅପେକ୍ଷା
ଚନ୍ଦ୍ରଗ୍ରହଣ: କଣ କରିବା ମନା ?
୧- ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ପରେ ଖାଦ୍ୟପେୟ ରାନ୍ଧିବା ଏବଂ ଖାଦ୍ୟ ଖାଇବା ବର୍ଜନୀୟ
୨- ଚନ୍ଦ୍ରଗ୍ରହଣ ଆରମ୍ଭ ହେବା ମାତ୍ରେ କୌଣସି ଶୁଭକାମ ନକରିବା ଭଲ କିମ୍ବ କୌଣସି ନୂଆ କାମ ଆରମ୍ଭ ନକରିବା ଭଲ
୩- ଚନ୍ଦ୍ରଗ୍ରହଣ ସମୟରେ ମନ୍ଦିର କିମ୍ବା ଘରେ ପୂରା କରାଯାଉଥିବା କୌଣସି ଦେବାଦେବୀଙ୍କୁ ସ୍ପର୍ଶ କରିବା ଅନୁଚିତ
୪- ଚନ୍ଦ୍ରଗ୍ରହଣ ଆରମ୍ଭ ହେବା କ୍ଷଣି କୌଣସି ଧାରୁଆ ଅସ୍ତ୍ର ବ୍ୟବହାର ବର୍ଜନୀୟ । ଛୁରୀ, କଇଁଚି, ଛୁଞ୍ଚି ଆଦିର ବ୍ୟବହାର ନକରିବା ଭଲ । ଗର୍ଭବତୀ ମହିଳାମାନେ ଏ ସବୁ ଠାରୁ ଦୂରେଇ ରହିବା ଭଲ
୫- ଚନ୍ଦ୍ରଗ୍ରହଣ ବେଳେ ଗର୍ଭବତୀ ମହିଳାମାନେ ଅତ୍ୟଧିକ ସାବଧାନ ରହିବା ଜରୁରୀ । ଘରୁ ଏମାନେ ଆଦୌ ବାହାରିବା କଥା ନୁହେଁ । ଘରର କବାଟ ଦେଇ ଚନ୍ଦ୍ରଗ୍ରହଣ ସରିବା ଯାଏଁ ରହିବା ଭଲ
୬- ଚନ୍ଦ୍ରଗ୍ରହଣ ସମୟରେ ଶ୍ମଶାନ କିମ୍ବା ଶୂନଶାନ ସ୍ଥାନ ଦେଇ ଯାଆନ୍ତୁ ନାହିଁ । ଯେଉଁମାନଙ୍କ ମାନସିକ ସ୍ଥିତି ଠିକ୍ ନାହିଁ କିମ୍ବା ବୟସ ଅଧିକ କିମ୍ବା ରୋଗୀ ସେମାନେ ଏସବୁ ସ୍ଥାନ ଯିବା ଅନୁଚିତ