ଆରମ୍ଭ ହେଲା ଆକଳନ: ଭାରତ ପାଇଁ କିଭଳି ରହିବ ବାଇଡେନ୍‌ ପ୍ରଶାସନର ପ୍ରଭାବ

ଆରମ୍ଭ ହେଲା ଆକଳନ: ଭାରତ ପାଇଁ କିଭଳି ରହିବ ବାଇଡେନ୍‌ ପ୍ରଶାସନର ପ୍ରଭାବ

ନୂଆଦିଲ୍ଲୀ: ଡେମୋକ୍ରାଟିକ୍‌ ରାଷ୍ଟ୍ରପତି ପ୍ରାର୍ଥୀ ଜୋ‌ ବାଇଡେନ୍‌ଙ୍କ ବିଜୟ ଭାରତ-ଆମେରିକା ସଂପର୍କକୁ କିଭଳି ପ୍ରଭାବିତ କରିବା ତାହା ଏବେ ଚର୍ଚ୍ଚାରେ ରହିଛି। ଭାରତ ପାଇଁ ବାଇଡେନ୍‌ ପ୍ରଶାସନ କିଭଳି ରହିବ ଏବଂ ଭାରତରେ ବାଇଡେନ୍‌ ପ୍ରଶାସନ କିଭଳି ପ୍ରଭାବ ପକାଇବ ସେନେଇ ପ୍ରଶ୍ନ ଉଠିଛି। ବାଇଡେନ୍‌ ୨ଟି କାର୍ଯ୍ୟକାଳରେ ବାରାକ୍‌ ଓବାମାଙ୍କ ଉପରାଷ୍ଟ୍ରପତି ଥିବାରୁ ସେ ଭାରତରେ ଜଣେ ଜଣାଶୁଣା ବ୍ୟକ୍ତିତ୍ବ। କିଛି କ୍ଷେତ୍ରରେ ସେ ଟ୍ରମ୍ପ୍‌ଙ୍କୁ ଅନୁକରଣ କରିପାରନ୍ତି କିନ୍ତୁ ଅନ୍ୟ କିଛି କ୍ଷେତ୍ରରେ ତାଙ୍କ ନୀତି ଭିନ୍ନ ହୋଇପାରେ। ପ୍ରତିରକ୍ଷା, ରଣନୀତିକ ଏବଂ ସୁରକ୍ଷା ସମ୍ପର୍କ‌ ୨୦୦୦ ପର୍ଯ୍ୟନ୍ତ ଯେମିତି ଥିଲା ବାଇ‌େଡେନ୍‌ ପ୍ରଶାସନରେ ତାହା ଠିକ୍‌ ସେମିତି ରହିପାରେ କିନ୍ତୁ ଚୀନ୍‌ ପ୍ରସଙ୍ଗରେ ବାଇଡେନ୍‌ଙ୍କ ଶିବିରରେ ଏକ ବିଭାଜନ ଦେଖିବାକୁ ମିଳିଥିବାରୁ ଏହା ଭାରତକୁ ପ୍ରଭାବିତ କରିପାରେ। ଅନ୍ୟପକ୍ଷେ ହ୍ବାଇଟ୍‌ ହାଉସ୍‌କୁ ଯିଏ ନିର୍ବାଚନ ହେ‌ଲେ ମଧ୍ୟ ଭାରତ ଏବଂ ଆମେରିକା ମଧ୍ୟରେ ବାଣିଜ୍ୟିକ ସମସ୍ୟା ଜାରି ରହିବ। ବାଇଡେନ୍‌ ପ୍ରଶାସନ ଭାରତରେ ମାନବ ଅଧିକାର ଉଲ୍ଳଂଘନ ଅଭିଯୋଗ ଆଣିପାରେ। କାଶ୍ମୀର ପ୍ରସଙ୍ଗ‌ରେ ମଧ୍ୟ ଏହା ଭିନ୍ନ ମତ ରଖିପାରେ। ବାଇଡେନ୍‌ଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ହେଉଛନ୍ତି କମଳା ହାରିସ୍‌। ଉଭୟ ବାଇଡେନ୍‌ ଏବଂ ହାରିସ୍‌ ଭାରତ ସଂକ୍ରାନ୍ତରେ ନୀତିଗତ ନିଷ୍ପତ୍ତି ନେବାରେ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବେ।

publive-image The Indian Express

ନିକଟରେ ବାଇଡେନ୍‌ଙ୍କର ଜଣେ ଶୀର୍ଷ ରଣନୀତିଜ୍ଞ କହିଥିଲେ, ଭାରତକୁ ସାମିଲ ନକଲେ ଆମେ କିଛି ସାଧାରଣ ବୈଶ୍ବିକ ଚ୍ୟାଲେଂଜର ସମାଧାନ କରିପାରିବା ନାହିଁ। ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଖୁବ୍‌ ଗୁରୁତ୍ବପୂର୍ଣ୍ଣ ବୋଲି ସେ କହିଥିଲେ। ତେଣୁ ବାଇଡେନ୍‌ ପ୍ରଶାସନ ଭାରତ ସହ ସମ୍ପର୍କ ସୁଦୃଢ଼ କରିବା ଉପରେ ଗୁରୁତ୍ବ ଦେବ ବୋଲି କୁହାଯାଉଛି। ଚୀନ୍‌ ପ୍ରସଙ୍ଗରେ ଟିମ୍‌ ବାଇଡେନ୍‌ ବିଭାଜିତ। ତେଣୁ ଏହା ଆମେରିକା-ଭାରତ ଏବଂ ଭାରତ-ଚୀନ୍‌ ସମ୍ପର୍କକୁ ପ୍ରଭାବିତ କରିପାରେ। ବାଇଡେନ୍‌ଙ୍କ କ୍ୟାମ୍ପେନ୍‌ରେ ଭାରତ-ପ୍ରଶାନ୍ତ ରଣନୀତି ସଂକ୍ରାନ୍ତରେ କିଛି ସ୍ପଷ୍ଟ କରାଯାଇନଥିଲା। ଏହି ଅଞ୍ଚଳ ଭାରତୀୟ ଫରେନ୍‌ ପଲିସିର ମୁଖ୍ୟ ଫୋକସ୍‌ ହୋଇଥିବାରୁ ଏଥିପ୍ରତି ମଧ୍ୟ ଗୁରୁତ୍ବ ଦେବାକୁ ହେବ। ଭାରତ ଆମେରିକା ମଧ୍ୟରେ ଆରମ୍ଭରୁ ବାଣିଜ୍ୟିକ ସମସ୍ୟା ରହିଆସିଛି। ଓବାମା ଶାସନ ସମୟରେ ମଧ୍ୟ ଭାରତ-ଆମେରିକା ମଧ୍ୟରେ ବାଣିଜ୍ୟିକ ସମ୍ପର୍କ ଅତି ତିକ୍ତ ହୋଇ ଉଠିଥିଲା। ଆଗକୁ ଏହା କିଭଳି ରହିବ ତା’ ଉପରେ ସମସ୍ତଙ୍କ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe