କିଭଳି ରହିବ ଭାରତ-ଟ୍ରମ୍ପ ସଂପର୍କ: ଚୀନ୍‌ ପ୍ରତି ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର

Advertisment

ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଭାରତ ସହ ସଂପର୍କ କିଭଳି ରହିବ ତାହାକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ଦିଲ୍ଲୀ ଏବଂ ୱାସିଂଟନକୁ ଏକାଠି ତଥା ଅତି ଘନିଷ୍ଠ କରୁଥିବା...

ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଭାରତ ସହ ସଂପର୍କ କିଭଳି ରହିବ ତାହାକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ଦିଲ୍ଲୀ ଏବଂ ୱାସିଂଟନକୁ ଏକାଠି ତଥା ଅତି ଘନିଷ୍ଠ କରୁଥିବା...

fsffs

ନୂଆଦିଲ୍ଲୀ:  ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବିତୀୟ ପାଳିରେ ଭାରତ ସହ ସଂପର୍କ କିଭଳି ରହିବ ତାହାକୁ ନେଇ ଏବେ ସରଗରମ ଚର୍ଚ୍ଚା ଚାଲିଛି। ଦିଲ୍ଲୀ ଏବଂ ୱାସିଂଟନକୁ ଏକାଠି ତଥା ଅତି ଘନିଷ୍ଠ କରୁଥିବା  ପଦକ୍ଷେପଗୁଡ଼ିକ ଆହୁରି ସୁଦୃଢ଼ ହେବ ଏବଂ ଦ୍ବିପାକ୍ଷିକ ସଂପର୍କ ଏକ ନୂଆ ଶିଖରରେ ପହଞ୍ଚିବ ବୋଲି କୂଟନୀତି ବିଶେଷଜ୍ଞମାନେ ମତ ରଖିଛନ୍ତି। ଆମେରିକାରେ ଭାରତୀୟ ସମୁଦାୟର ଶକ୍ତି ଓ ଅବଦାନକୁ ଟ୍ରମ୍ପ ଅଣଦେଖା କରିପାରିବେ ନାହିଁ ଏବଂ ଦୁଇ ଦେଶ ମଧ୍ୟରେ ସହଯୋଗ ଓ ସମନ୍ବୟ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ତେବେ ଚୀନ୍‌ ପ୍ରତି ଟ୍ରମ୍ପ ତାଙ୍କର କଡ଼ା ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବେ ଏବଂ ଆମେରିକା ଓ ଚୀନ୍‌ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧି ପାଇବ ବୋଲି ସଙ୍କେତ ମିଳିଛି। ଏହା ଉପରେ ପୂରା ବିଶ୍ବର ନଜର ରହିଛି।

ଏଭଳି ସ୍ଥିତିରେ  ଭାରତ ମଧ୍ୟ ନିଜର ସାମରିକ ଓ ବାଣିଜ୍ୟିକ ସ୍ବାର୍ଥକୁ ଦୃଷ୍ଟିରେ ରଖି ନୂଆ ରଣନୀତିରେ କାମ କରିବ। ଟ୍ରମ୍ପଙ୍କ ଶାସନରେ କ୍ୱାଡ୍ ଅଧିକ ଶକ୍ତିଶାଳୀ ହେବ ଏବଂ ଭାରତ-ଆମେରିକା ବିଭିନ୍ନ କ୍ଷେତ୍ରରେ ସ୍ବାଭାବିକ ସହଯୋଗୀ ଭାବେ କାମ କରିବେ।  ଏକ ବ୍ୟାପକ କୂଟନୈତିକ ଏବଂ ଆଦର୍ଶଗତ ବାତାବରଣ ଭିତରେ ରାଷ୍ଟ୍ରପତି ଟ୍ରମ୍ପ ଓ ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀ କାମ କରିବା ସମ୍ଭାବନା ରହିଛି। ପ୍ରତିରକ୍ଷା, ଗୁଇନ୍ଦା ଏବଂ ନିରାପତ୍ତା କ୍ଷେତ୍ରରେ  ପୂର୍ବରୁ  ମଧ୍ୟ ଟ୍ରମ୍ପଙ୍କ ସହଯୋଗ ମିଳିଥିବାରୁ ଏବଂ ତାଙ୍କର ପ୍ରତ୍ୟାବର୍ତ୍ତନରେ ଏହା ଅଧିକ ବ୍ୟାପକ ହେବ ବୋଲି ଆଶା ରହିଛି।   ଇସ୍ରାଏଲ-ସାଉଦି ଆରବ ସଂପର୍କ ସ୍ୱାଭାବିକ ହେବା ଦିଗରେ ଟ୍ରମ୍ପ ଉଦ୍ୟମ କରିବେ ଏବଂ ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ କରିଡର ପାଇଁ ଦ୍ୱାର ଖୋଲା ଥିବାରୁ ପଶ୍ଚିମ ଏସିଆରେ ଭାରତର ପ୍ରଭାବ ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇବ ବୋଲି କୁହାଯାଉଛି।  

ଅନ୍ୟପକ୍ଷରେ ଆମେରିକାର ବୈଦେଶିକ ନୀତିରେ ଟ୍ରମ୍ପ ଯଦି କିଛି ବିଶୃଙ୍ଖଳିତ ପରିଚାଳନା  କରିବେ ତା’ହେଲେ ବିଶ୍ବ ପଟଳରେ ରଣନୈତିକ ଅନିଶ୍ଚିତତା ସୃଷ୍ଟି ହେବ। ଭାରତ-ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ଟ୍ରମ୍ପଙ୍କ ରଣନୈତିକ ପ୍ରତିବଦ୍ଧତା କ’ଣ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଦ୍ୱିପାକ୍ଷିକ ପ୍ରତିରକ୍ଷା ଏବଂ ବୈଷୟିକ ସମ୍ପର୍କର ବ୍ୟାପକତା ସତ୍ତ୍ବେ ଭାରତ-ଆମେରିକା ସଂପର୍କ ଅନେକ କ୍ଷେତ୍ରରେ ଅତି ସମ୍ବେଦନଶୀଳ ସ୍ଥିତି ଦେଇ ଗତି କରୁଛି। ‘ମେକ୍ ଇନ୍ ଇଣ୍ଡିଆ ଏବଂ ‘ମେଡ୍ ଇନ୍ ଆମେରିକା’କୁ ନେଇ ଉଭୟ ଦେଶଙ୍କୁ କିଛି କ୍ଷେତ୍ରରେ ସାଲିସ କରିବାକୁ ପଡ଼ିବ। ଅନ୍ୟଥା ଏ କ୍ଷେତ୍ରରେ ତିକ୍ତତା ବଢ଼ିବା ଆଶଙ୍କା ରହିଛି। ଶକ୍ତି, ଜଳବାୟୁ, କୃତ୍ରିମ ବୁଦ୍ଧିମତା, କ୍ରିପ୍ଟୋ, ଇମିଗ୍ରେସନ୍, ୟୁରୋପ ସହ ସମ୍ପର୍କ ଆଦି କ୍ଷେତ୍ରରେ ଟ୍ରମ୍ପଙ୍କ ନିଷ୍ପତ୍ତି ଏବଂ ଏହାର ପରିଣାମ ଉପରେ ମଧ୍ୟ ଭାରତର ସତର୍କ ନଜର ରହିବ। ଅନେକ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ମୋଦୀ ଓ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ରହିଥିବା ଘନିଷ୍ଠତା  ମଧ୍ୟ ଜଟିଳ ପରିସ୍ଥିତିକୁ ସୁଗମ କରିବାରେ ସହଜ ହେବ ବୋଲି କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe