ଭିନ୍ନ ଧର୍ମର ଯୁବକକୁ ବିବାହ କରିବା ପରେ ମିଳିଲା ହତ୍ୟା ଧମକ! ଆମକୁ ମାରି କ’ଣ ପାଇବ? ସୋସିଆଲ୍‌ ମିଡିଆରେ ଭିଡିଓ ଜାରି କରି ପରିବାର ଲୋକଙ୍କୁ ଏଭଳି ପ୍ରଶ୍ନ କଲେ ଯୁବତୀ

ଭିନ୍ନ ଧର୍ମର ଯୁବକକୁ ବିବାହ କରିବା ପରେ ମିଳିଲା ହତ୍ୟା ଧମକ! ଆମକୁ ମାରି କ’ଣ ପାଇବ? ସୋସିଆଲ୍‌ ମିଡିଆରେ ଭିଡିଓ ଜାରି କରି ପରିବାର ଲୋକଙ୍କୁ ଏଭଳି ପ୍ରଶ୍ନ କଲେ ଯୁବତୀ

indiatoday.in

ଥିରୁବନ୍ତପୁରମ୍‌ : ଆଜିକାଲି ଜାତିପ୍ରଥାକୁ ନେଇ ଅନେକ କଳହ ସୃଷ୍ଟି ହେଉଥିବା ବେଳେ ଅନର କିଲିଂ ଏକ ବଡ଼ ସମସ୍ୟା ପାଲଟିଛି । କେରଳରେ ପୂର୍ବରୁ ପ୍ରେମୀଯୁଗଳ ଅନର କିଲିଂର ସାମ୍ନା କରିଥିବା ବେଳେ ଏବେ ପୁଣି କେରଳର ଜଣେ ଦମ୍ପତିଙ୍କ ଭିଡ଼ିଓ ଭାଇରାଲ ହୋଇଛି । ଭିଡ଼ିଓରେ ଜୀବନ ପ୍ରତି ବିପଦ ଥିବା ସେମାନେ କହୁଥିବାର ଦେଖିବାକୁ ମିଳିଛି । କିଛି ଚରମପନ୍ଥୀ ଦଳ ସେମାନଙ୍କୁ ହତ୍ୟା ଧମକ ଦେଉଥିବା ବେଳେ ଭିଡିଓ ସେୟାର କରି ସେମାନେ ସାହାଯ୍ୟ ମାଗିଛନ୍ତି । ହରିସନ୍‌ ଜଣେ ଖ୍ରୀଷ୍ଟିଆନ ହୋଇଥିବା ବେଳେ ଶାହାନା ମୁସ୍‌ଲିମ ବୋଲି ଜଣାପଡ଼ିଛି ।

ଗତ ସୋମବାର ଦୁହେଁ ବିବାହ କରିଥିବା ବେଳେ ସୋସିଆଲ ମିଡ଼ିଆର ବିବାହର ଫଟୋ ଛାଡ଼ିବା ପରେ ସେମାନଙ୍କୁ ଏଭଳି ଧମକ ମିଳୁଥିବା ସେମାନେ କହିଛନ୍ତି । ଭାଇରାଲ ହେଉଥିବା ଭିଡ଼ିଓରେ ଦୁଇ ଜଣ ନିଜର ପୂରା କାହାଣୀ ବିଷୟରେ ଜଣାଇଛନ୍ତି । ବିବାହର କିଛି ଦିନ ପରେ ମୁଁ ଆମର ଫଟୋ ଅପ୍‌ଲୋଡ଼ କରିବା ପରେ ଏସ୍‌ଡ଼ିପିଆଇ ନାମକ ଏକ ସଂସ୍ଥା ଆମକୁ ଧମକ ଦେବା ଆରମ୍ଭ କରିଥିଲା। ଆମ ଦୁଇ ଜଣଙ୍କ ଧର୍ମ ଅଲଗା ବୋଲି ଜାଣି ସେମାନେ ଆମ ଦୁଇ ଜଣଙ୍କ ସହ ମୋ ପରିବାରକୁ ମଧ୍ୟ ହତ୍ୟା କରିବାକୁ ଧମକ ଦେଇଛନ୍ତି । ଏଭଳି ପରିସ୍ଥିତିରେ ଆମେ ପୁଲିସଠାରୁ ମଧ୍ୟ ସାହାଯ୍ୟ ମାଗିବାକୁ ଯାଇ ପାରୁ ନାହୁଁ ବୋଲି ହରିସନ୍‌ କହୁଥିବା ଦେଖିବାକୁ ମିଳିଛି ।

ଅନ୍ୟ ପକ୍ଷରେ ଆମେ ପ୍ରେମ ସଂପର୍କରେ ଥିବା ବେଳେ ବା ବିବାହ କରିବା ସମୟରେ ଧର୍ମ ବା ଜାତି କଥା ଭାବି ନ ଥିଲୁ । କିନ୍ତୁ ବିବାହ ପରେ ମୋ ପରିବାର ଆମ ଦୁଇ ଜଣଙ୍କୁ ଏବଂ ହରିସନ୍‌ଙ୍କ ପରିବାର ଲୋକଙ୍କୁ ମାରିବା ପାଇଁ ଯୋଜନା ତିଆରି କରୁଛନ୍ତି । ମୁଁ ହରିସନ୍‌ଙ୍କ ସହ ଜୀବନ ବିତାଇବାକୁ ଚାହେଁ । ଆମମାନଙ୍କୁ ମାରି ତୁମେ କ’ଣ ପାଇବ ବୋଲି ଶାହାନା ଭିଡ଼ିଓରେ ପ୍ରଶ୍ନ କରୁଥିବାର ଦେଖିବାକୁ ମିଳିଛି। ସେହିପରି ହରିସନ୍‌ କହୁଥିବାର ଦେଖିବାକୁ ମିଳିଛି, ମୁଁ ଚହେଁନି ଖବର କାଗଜରେ ଏମିତି ଖବର ଆସୁ କି ଜଣେ ୨୧ବର୍ଷିୟ ଯୁବକଙ୍କୁ ବିବାହ ପରେ କନ୍ୟାପକ୍ଷ ହତ୍ୟା କରିଛନ୍ତି । ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ଭାଇରାଲ ହେଉଥିବା ବେଳେ ସ୍ଥାନୀୟ ପୁଲିସ ଏ ନେଇ କିଛି ଜାଣି ନ ଥିବା କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe