ଯାହା କହିଛି ରାଗରେ କହିଛି: ଜମ୍ମୁ ଓ କଶ୍ମୀର ରାଜ୍ୟପାଳ

Advertisment

Image Source: Hindustan Times

ନୂଆଦିଲ୍ଲୀ: ‘ଯେଉଁମାନେ ଆପଣଙ୍କ ରାଜ୍ୟ ଲୁଟ୍‌କରୁଛନ୍ତି ତାଙ୍କୁ ମାର’ ବୋଲି ରବିବାର ଦିନ ଦେଇଥିବା ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରି ସୋମବାର ଦିନ ଜମ୍ମୁ ଓ କଶ୍ମୀରର ରାଜ୍ୟପାଳ ସତ୍ୟପାଲ ମଲିକ କହିଛନ୍ତି କି, ସେ ସେଭଳି ମନ୍ତବ୍ୟ ଦେବା ଅନୁଚିତ ଥିଲା।

ଗଣମାଧ୍ୟମକୁ ମଲିକ କହିଛନ୍ତି: ଏଠାରେ ଚାଲିଥିବା ବ୍ୟାପକ ଦୁର୍ନୀତି ଯୋଗୁଁ ରାଗ ଓ ହତାଶାରେ ମୁଁ ତାହା କହି ପକାଇଛି। ଜଣେ ରାଜ୍ୟପାଳ ହିସାବରେ ମୁଁ ଏ ଭଳି ବିବୃତ୍ତି ଦେବା ଅନୁଚିତ ଥିଲା, କିନ୍ତୁ ମୁଁ ଯାହା କହିଲି ତାହା ମୋର ବ୍ୟକ୍ତିଗତ ଉପଲବ୍ଧି। ଏଠାକାର ଅନେକ ରାଜନୈତିକ ନେତା ଏବଂ ବଡ଼ ବଡ଼ ଅମଲାମାନେ ଦୁର୍ନୀତିରେ ଡୁବି ରହିଛନ୍ତି।

publive-image Image Source: Hindustan Times

କଶ୍ମୀରରେ ସବୁଠୁ ବଡ଼ ବ୍ୟଧି ହେଉଛି ଦୁର୍ନୀତି... ବନ୍ଧୁକ ଧାରଣ କରିଥିବା ଏଇ ଯୁବକମାନେ ଅକାରଣରେ ପିଏସ୍‌ଓ ଏବଂ ଏସ୍‌ପିଓମାନଙ୍କୁ ହତ୍ୟା କରୁଛନ୍ତି, ତୁମେ ସବୁ କାହିଁକି ସେମାନଙ୍କୁ ହତ୍ୟା କରୁଛ? ଯେଉଁମାନେ ତୁମ ଦେଶକୁ ଲୁଟିଛନ୍ତି ଏବଂ କଶ୍ମୀରର ସବୁ ସମ୍ପଦ ନେଇଛନ୍ତି ସେମାନଙ୍କ ମଧ୍ୟରୁ କାହାକୁ ହତ୍ୟା କରିଛ? ଏହାଦ୍ୱାରା କିଛି ହାସଲ କରି ହେବନାହିଁ ବୋଲି କାର୍ଗିଲ୍‌ର ଖ୍ରି ସୁଲ୍‌ତାନ୍‌ ଚୁ ସ୍ପୋର୍ଟସ୍‌ ଷ୍ଟାଡିୟମ୍‌ ଠାରେ କାର୍ଗିଲ୍‌ ଲଦାଖ ଟୁରିଜମ୍‌ ଫେଷ୍ଟିଭାଲ୍‌ ୨୦୧୯ ଉଦ୍‌ଘାଟନୀ ଉତ୍ସବରେ ସମବେତ ଜନତାଙ୍କୁ ସମ୍ବୋଧନପୂର୍ବକ ରବିବାର ଦିନ ରାଜ୍ୟପାଳ ମଲିକ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe