ନାଁ’ରେ କିଛି ନ ଥିଲେ ବି ଝିଅର ନାଁ ପାଇଁ ହ୍ୟାରି, ମେଘାନ୍‌ ଓ ‘ବିବିସି’ଙ୍କ ମଧ୍ୟରେ କଳହ

Advertisment
ନାଁ’ରେ କିଛି ନ ଥିଲେ ବି ଝିଅର ନାଁ ପାଇଁ ହ୍ୟାରି, ମେଘାନ୍‌ ଓ ‘ବିବିସି’ଙ୍କ ମଧ୍ୟରେ କଳହ

Image Courtesy of India Today

ଲଣ୍ଡନ୍‌: ଦ୍ବିତୀୟ ସନ୍ତାନ ଜନ୍ମ ହେବାର ଦିନ କେଇଟା ପରେ ତା’ର ନାମକରଣ ପାଇଁ ଏବେ ରାଜକୁମାର ହ୍ୟାରି, ତାଙ୍କ ପତ୍ନୀ ମେଘାନ୍‌ ଓ ଗଣମାଧ୍ୟମ ‘ବିବିସି’ ମଧ୍ୟରେ କଳହ ସୃଷ୍ଟି ହୋଇଛି। ‘ବିବିସି’ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହ୍ୟାରି ଓ ମେଘାନ ଚେତାବନୀ ଦେଇଛନ୍ତି। ରାଣୀ ଏଲିଜାବେଥ୍‌ଙ୍କ ଶ୍ରଦ୍ଧା ନାମ ଅନୁସାରେ ଝିଅର ନାମକରଣ କରିବା ଲାଗି ସେମାନେ କୁଆଡ଼େ ପ୍ରଥମେ ତାଙ୍କ ଅନୁମତି ନେଇ ନ ଥିଲେ ବୋଲି ‘ବିବିସି’ ରିପୋର୍ଟ କରିଛି।

କାଲିଫର୍ଣ୍ଣିଆ ଅନ୍ତର୍ଗତ ‘ସାନ୍ତା ବାର୍ବରା କଟେଜ୍‌ ହସ୍ପିଟାଲ୍‌’ରେ ଝିଅ ‘ଲିଲିବିଟ୍‌ ଡାଏନା ମାଉଣ୍ଟବେଟେନ୍‌-ୱିନ୍‌ସର୍‌’ ଜନ୍ମ ହୋଇଥିବା କଥା ହ୍ୟାରି ଓ ମେଘାନ୍ ଗତ ରବିବାର ଦିନ ଘୋଷଣା କରିଥିଲେ। ଝିଅର ପ୍ରଥମ ନାମ ‘ଲିଲିବେଟ୍‌’ ଇଂଲଣ୍ଡ୍‌ର ମହାରାଣୀଙ୍କ ଡାକ ନାମାନୁସାରେ ଓ ମଝି ନାଆଁଟି ତା’ର ଜେଜୀମା ବା ହ୍ୟାରିଙ୍କ ମା’ ଡାଏନାଙ୍କ ସମ୍ମାନାର୍ଥେ ଦିଆଯାଇଥିବା କଥା ଉଭୟ ସ୍ପଷ୍ଟ କରିଥିଲେ।

publive-image Image Courtesy of The Mirror

କିନ୍ତୁ, ବୁଧବାର ଦିନ ‘ବିବିସି’ ବ୍ରିଟିସ୍‌ ରାଜପ୍ରାସଦରୁ ଅନାମିତସୂତ୍ରରୁ ସଂଗ୍ରହ କରିଥିବା ରିପୋର୍ଟ ଅନୁସାରେ, ଝିଅର ନାଁ ଚୟନ କରିବା ପୂର୍ବରୁ ହ୍ୟାରି ଓ ମେଘାନ୍ ଏଲିଜାବେଥ୍‌ଙ୍କ ଅନୁମତି ଲୋଡ଼ି ନ ଥିଲେ।

କିନ୍ତୁ, ସେମାନେ କହୁଛନ୍ତି ଯେ, ସେମାନେ ପ୍ରଥମେ ରାଣୀଙ୍କୁ ହିଁ ଫୋନ୍‌ କରି ଝିଅ ଜନ୍ମ କଥା କହିଥିଲେ। ‘ବିବିସି’ର ଏହି ରିପୋର୍ଟ ମିଥ୍ୟା ଏବଂ ମାନହାନୀଜନକ ବୋଲି ଉଲ୍ଲେଖ କରି ଦୁହେଁ କେତେକ ଗଣମାଧ୍ୟମ ପ୍ରତିଷ୍ଠାନକୁ ଚିଠି ପଠାଇଛନ୍ତି। ଏଭଳି ଅଭିଯୋଗର ପୁନରାବୃତ୍ତି ଅନୁଚିତ ବୋଲି ସେମାନେ କହିଛନ୍ତି।

କିନ୍ତୁ, ଏ ପ୍ରସଙ୍ଗରେ କ‌ୌଣସି ମନ୍ତବ୍ୟ ଦେବାକୁ ବକିଙ୍ଗ୍‌ହାମ୍‌ ପାଲେସ୍‌ ମନା କରି ଦେଇଛି। ସେମାନଙ୍କର ଝିଅ ଜନ୍ମ ହେତୁ ଆନନ୍ଦିତ ବୋଲି ରାଣୀ ଏଲିଜାବେଥ୍ ଓ ଯୁବରାଜ ଚାର୍ଲସ୍‌ ପୂର୍ବରୁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe